ମାଳିକା ଦେଲା ବଡ ଭବିଷ୍ୟବାଣୀ | ଏହି ୪ ରୋଗ ଘରେ ଘରେ ହେବ | ପ୍ରବକ୍ତା – ବାବା ଦିବାକର ଦାସ

ତେବେ 600 ବର୍ଷ ପୂର୍ବେ ଅଚ୍ୟୁତାନନ୍ଦ ଙ୍କ ଦ୍ୱାରା ଯେଉଁ ମାଳିକା ବଚନ ଲେଖା ହୋଇ ଥିଲା ସେଥିରେ ସ୍ପଷ୍ଟ ଭାବେ ଲେଖା ହୋଇଛି କି ପୃଥିବୀ ଧ୍ବଂସ ହେବା ପୂର୍ବରୁ କେଉଁ କେଉଁ ସୂଚନା ମିଳିବ | ତେବେ ମାଳିକା ରେ ଲିଖିତ ଏଭଳି ଅନେକ କଥା ସତ ହୋଇଛି ଯାହାକି ଆପଣ ନିଜେ ମଧ୍ୟ ଦେଖି ଥିବେ | ମାଳିକା ରେ ଲେଖା ହୋଇ ଥିଲା ଶ୍ରୀମନ୍ଦିର ଉପରୁ ପଥର ଖସିବ ଯାହାକି ସତ ହୋଇଛି, ଏକ ଭୟଙ୍କର ରୋଗ କାରଣରୁ ଲୋକେ ମୁହଁରେ ତୁଣ୍ଡି ମାରିବେ ଏଭଳି ଅନେକ କିଛି କଥା ସତ ହୋଇ ଆସିଛି |

ଆପଣ ମାନେ ମଧ୍ୟ ଜାଣି ଥିବେ କି ଧୀରେ ଧୀରେ ସମାଜ ମଧ୍ୟ କେତେ ପରିବର୍ତ୍ତନ ହେବାକୁ ଯାଉଛି, ଯେମିତି କି ଆଗରୁ ଝିଅ ମାନଙ୍କୁ କେହି କମେଣ୍ଟ ମାରୁ ନଥିଲେ କିନ୍ତୁ ଏବେ ଝିଅ ମାନଙ୍କୁ କମେଣ୍ଟ ମରା ଯାଉଛି ଆଉ ଭିଡ଼ିଓ କିଛି ଭାଇରାଲ କରି ହଇରାଣ ମଧ୍ୟ କରା ଯାଉଛି |

ବିବାହ କରି ସାରି ମଧ୍ୟ ନାରୀ ପୁରୁଷ ମାନେ ଆଉ କାହା ସହ ସମ୍ପର୍କ ରେ ରହୁଛନ୍ତି ଯାହାକି ଏହା ମଧ୍ୟ ମାଳିକା ରେ ବର୍ଣ୍ଣନା କରା ଯାଇଛି ଆଉ ଏହି ସବୁ ସତ ମଧ୍ୟ ହେଉଛି | ମଣିଷର ହିଂସ୍ର, ପ୍ରବୃତି, ଦୁରାଚାର, ଅନୈତିକ ବ୍ୟବହାର ଯୋଗୁଁ ଏବେ ଧୀରେ ଧୀରେ ଯୁଗ ବଦଳି ଯାଉଛି | ତେବେ ପୁଣି ଏକ ନୂଆ ସୂଚନା ମିଳିଛି ଯାହାକି ମାଳିକା ରେ ବର୍ଣ୍ଣିତ ହୋଇ ରହିଛି, ଯେଉଁଥିରେ ଲେଖା ହୋଇଛି କି ଭବିଷ୍ୟତ ରେ 4 ଗୋଟି ରୋଗ ହେବ ଆଉ ଯାହାକି ମଣିଷ ବଞ୍ଚିବି ମୃତ୍ୟୁ ର ଦୁଃଖ ଭୋଗ କରିବ | ତେବେ ଆସନ୍ତୁ ଜାଣିବା ଏହି ଚାରି ଗୋଟି ରୋଗ କଣ କଣ ଅଟେ |

 

ତେବେ ମାଳିକା ର ଭବିଷ୍ୟତ ବାଣୀ ଅନୁସାରେ 1.ଉଚ୍ଚ ରକ୍ତଚାପ (ହାଇ ବ୍ଲଡ଼ପ୍ରେସର) 2. ମଧୁମେହ (ଡାଇବେଟିସ) 3.ହାର୍ଟ ରୋଗ(ହାର୍ଟ ଆଟକ) 4. ବାୟୁ ରୋଗ (ଗ୍ୟାସ) | ବର୍ତ୍ତମାନ ଘରେ ଘରେ ଏହି 4ଟି ରୋଗ ମାତି ଚାଲିଛି ଅଳ୍ପ ବୟସରୁ ପିଲାମାନେ ଡାଇବେଟିସ ରେ ପୀଡିତ ହେବାକୁ ଲାଗିଲେଣି | ଯେଉଁଥି ପାଇଁ ମନ ଚାହୁଁଥିବା ଖାଦ୍ୟ ଖାଇ ପାରୁ ନାହାନ୍ତି ଡାଇବେଟିସ ରୋଗୀ, ଏହାଛଡା କସଲି ଯେଉଁ ମଣିଷ ଭଲ ଥିବ ସେହି ବ୍ୟକ୍ତି ହଠାତ ହାର୍ଟ ଆଟକ ରେ ମୃତ୍ୟୁ ବରଣ କରୁଛି |

ଆଉ ମଧ୍ୟ ଦେଖୁ ଥିବେ କି କିପରି ମନୁଷ୍ୟ ର ଅଧିକ ଟେନ୍ସନ ପାଇଁ ଉଚ୍ଚ ରକ୍ତଚାପ ମଧ୍ୟ ଦେଖା ଯାଉଛି ଏବଂ ଏହା ସହିତ ଉପବାସ ରହିବା ଲୋକ ଙ୍କ ପାଖରେ ଆଉ ସମ୍ଭବ ହେଉ ନାହିଁ ଯାହାକି ଉପାସ ରହିଲେ ତାଙ୍କର ଗ୍ୟାଷ୍ଟିକ ସମସ୍ୟା ମଧ୍ୟ ଦେଖା ଯାଉଛି | ତେବେ ଏତେ ରୋଗ ରେ ପୀଡିତ ହେଲେ ମଧ୍ୟ ଲୋକ ନିଜକୁ ବଦଳାଇ ପାରୁ ନାହାଁନ୍ତି | ତେଣୁ ମାଳିକା ରେ କୁହା ଯାଇଛି କି ଏଭଳି ରୋଗ ରେ ଶେଷରେ ପୃଥିବୀ ଧ୍ୱଂସ ହୋଇଯିବ |