ମାଳିକା ଦେଲା ବଡ ଚେତାବନୀ ! ଦେଶ ହେବ ଭୟଙ୍କର ଋଣ ଗ୍ରସ୍ତ ଜାଣନ୍ତୁ କଣ ସବୁ ଉଲ୍ଲେଖ ରହିଛି ମାଳିକା ରେ…..

ଦର୍ଶକ ବନ୍ଧୁ ପୁଣିଥରେ ମାଳିକା ବିଶାରଦ ଦିବାକର ଦାସ୍ ଙ୍କ ମାଳିକା ର ବର୍ଣ୍ଣନା କୁ ଆମେ ଉପସ୍ଥାପନା କରିବାକୁ ଯାଉଛୁ ଆପଣଙ୍କ ସମ୍ମୁଖରେ ଯାହା ୬୦୦ ବର୍ଷ ତଳର ମାଳିକା ଵିଚାର ଅଟେ। ଯାହା ଜାଣିଲେ ଶୁଣିଲେ ଆପଣ ଅନେକ ଶାନ୍ତି ପାଇଥାନ୍ତି। ଆଗତ ଭବିଷ୍ୟତ କୁ ନେଇ ଯେଉଁ ମାଳିକା ର ବିଚାର ରହିଛି ତାହା କିଭଳି ଭାବରେ ମାନବ ସମାଜ ପାଇଁ ଉପାଦେୟ ତାହା ଆମକୁ ମାଳିକା ପଠନ ରୁ ସ୍ପଷ୍ଟ ଭାବରେ ଅନୁମେୟ ହୋଇଥାଏ।

ତେବେ ସେହିଭଳି ବର୍ତ୍ତମାନ ସମୟରେ ଲୋକଙ୍କ ଭାବାବେଗ ଏବଂ କାର୍ଯ୍ୟକଳାପ କୁ ନେଇ ଶହ ଶହ ବର୍ଷ ତଳେ ଯାହା ମାଳିକା ରେ ବର୍ଣ୍ଣିତ ରହିଛି ସେହି ବିଷୟରେ ଆମେ ସମ୍ୟକ ଆଲୋଚନା କରିବା ଏବଂ ଦୃଷ୍ଟି ପକାଇବା।

ଏହା ମାଳିକା ରେ କୁହାଯାଇଛି କି ଏମିତି ସମୟ ଆସିବ ଗାଁ ଗାଁ ରେ ଛେଳି କଟା ଯିବ ଏବଂ ଏକ ଅପ୍ରୀତିକର ପରିସ୍ଥିତି ଚାରିଆଡ଼େ ସୃଷ୍ଟି ହେବ। ଯାହାକୁ ଦେଖି ଏମିତି ଏକ ପରିସ୍ଥିତି ସୃଷ୍ଟି ହେବ ଯେ ଦେବତା ଦେବୀ ମାନେ ଅଶାନ୍ତି ହେବେ ଏବଂ ବିରକ୍ତ ଭାବ ପ୍ରଦର୍ଶନ କରିବେ। ମନୁଷ୍ୟ ସମାଜ ଉପରେ ତାଙ୍କର ଆଉ ଦୟାଭାବ ରହିବ ନାହିଁ।

ଆଗରୁ କାଁ ଭାଁ କେଉଁଠି ଛେଳି କଟା ଯାଉଥିଲା ପର୍ବ ପର୍ବାଣୀ ମାନଙ୍କରେ। କିନ୍ତୁ ଏମିତି ସମୟ ଆସିବ ବଳି ନାମରେ ହଜାର ହଜାର ପଶୁ ହତ୍ୟା କରାଯିବ ଏବଂ ପ୍ରତି ଗଳିରେ ଛେଳି ମୁଣ୍ଡ କଟା ଯିବ।ଏହା ଘୋର କଳି କାଳର ପ୍ରମାଣ ଦେବ।ଏହା ଦେଖି ଦେବା ଦେବୀ ଏଠାରୁ ସ୍ଥାନ ଛାଡ଼ିଦେବେ।

ବଳି ର ଅର୍ଥ ସମର୍ପଣ। ଆମେ ପଶୁ ପକ୍ଷୀ ମାନଙ୍କର ବଳି ଦେଇଥାଉ ଏକ ଅନ୍ଧବିଶ୍ୱାସ ର ଶିକାର ହୋଇ। କିନ୍ତୁ ଏହା ଜାଣିବା ଦରକାର୍ ଯେ ଆମେ ଆମ ଭିତରେ ଥିବା ପଶୁତ୍ଵ କୁ ବଳି ଦେଇ ପାରି ନାହିଁ କିନ୍ତୁ ଏଥିପାଇଁ ନିରୀହ, କଥା କହି ପାରୁନଥିବା ଜୀବ ମାନଙ୍କୁ ଆମେ ଅକାରଣରେ ହତ୍ୟା କରୁଛୁ।

ବାଘ ସିଂହ ମାନଙ୍କୁ ବଳି ପକାଇ ଦେଖତ, ଆମେ ସେମାନଙ୍କୁ ବଳି ପକାଇ ପାରିବାନି କିନ୍ତୁ ନିରୀହ ଜୀବ ମାନଙ୍କୁ ବଳି ଦେଉଛୁ। ଯାହା ଏକ ମହାପାପ। ତେଣୁ ଏଥିରୁ ଆପଣ ମାନେ ବିରତ ରୁହନ୍ତୁ। ଏହାଛଡା ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଦେଶରେ ଏମିତି ଅର୍ଥନୈତିକ ଦୂରାବସ୍ଥା ଦେଖାଦେବ ଯାହା ଅତି ଭୟଙ୍କର ରୂପ ନେବ।

ଚାଉଳ, ଚିନି, ଗହମ, ତେଲ ଆଦି ସବୁ କଣ୍ଟ୍ରୋଲ ରେ ମିଳିବ। ସରକାର, ପ୍ରଶାସନ ସବୁକିଛି କେବଳ କାଗଜ କଲମରେ ଚାଲିବ। ଦେଶ କରଜରେ ବୁଡି ରହିବ। ଆପଣ କିଛି ଦିନ ଏହି ଖବର ଶୁଣିଥିବେ ଯେ ଓଡ଼ିଶା ଋଣ ଗ୍ରସ୍ଥ ରହିଛି, ଭାରତ ଋଣ କରିବ। ଅର୍ଥାତ୍ ଏଠାରେ ଗୋଟିଏ ପିଲା ଜନ୍ମ ହେଲା ମାତ୍ରେ ସେ ଋଣ ମୁଣ୍ଡରେ ବୋହିକି ଆସୁଛି।ତେଣୁ ଆପଣ ମାନେ ବିଚାର କରୁଥିବେ ଏହି ୬୦୦ ବର୍ଷ ତଳର ପୁରୁଣା ମାଳିକା ରେ ଯାହା ଲେଖା ଯାଇଥିଲା ତାହା ସତ ହେବାକୁ ଯାଉଛି ଓ ସତ ହେଇଛି।

ତେଣୁ ଏବେ ସାବଧାନ ଓ ସଚେତନ ହେବାର ବେଳ ଆସିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।