ମାଳିକା ଭବିଷ୍ୟବାଣୀ ! 2025 ରେ ଅଣ ଓଡ଼ିଆ ବାହାରିବେ ଓଡିଶାରୁ, ଦେଖନ୍ତୁ କେଉଁ ଅଣ ଓଡ଼ିଆ ଯିବେ….
ବନ୍ଧୁଗଣ ଆସନ୍ତୁ ପୁଣି ଥରେ ବାବା ଦିବାକର ଙ୍କ ମୁହଁରୁ ନିଃସୃତ ମାଳିକା ରେ ବର୍ଣ୍ଣିତ କିଛି ଦିବ୍ୟ କଥା ବିଷୟରେ ଅବଗତ ହେବା। ପ୍ରତ୍ୟେକ ଥର ଭଳି ମହାପୁରୁଷ ମାନଙ୍କର ୬୦୦ ବର୍ଷ ତଳର ଦିବ୍ୟ କଥା କୁ ବାବା ଦିବାକର ଙ୍କ ବର୍ଣ୍ଣନା ଅନୁସାରେ ଆମେ ଆଜି ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା।
ପାପ, ଅନୀତି ଭରା ସଂସାରରେ ଆମେ କିପରି ଭାବରେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା, ନୀତିବାନ ହେବା, ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା, ସଚେତନ ହୋଇ ପାରିବା ଏହା ମାଳିକା ର ଉଦ୍ଦେଶ୍ୟ।
ତେଣୁ ମହାପୁରୁଷ ମାନେ ଏହା କହୁଛନ୍ତି ଯେ ଆମ୍ଭେ ଭଗବାନ ଙ୍କ ଶରଣ ପୋଷିବା ଏବଂ କିପରି ଭୁଲ୍ କାର୍ଯ୍ୟରୁ ନିବୃତ ରହିବା। ତେବେ ଯାଇ ଆମେ ନିଜକୁ ରକ୍ଷା କରି ପାରିବା।ତେବେ ମହାପୁରୁଷ ତ ଅନେକ କଥା କହୁଛନ୍ତି ଆଗତ ଭବିଷ୍ୟତ ବିଷୟରେ।ତେବେ ୨୦୨୫ ମସିହା ବେଳକୁ ବିଦେଶୀ ବା ଅଜାତି ମାନେ ଆମ ଦେଶ ଛାଡ଼ି ଚାଲିଯିବେ ସେ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।ଆଉ ସେ କହିଛନ୍ତି ୨୦୧୫ ରେ ଏହା ଘଟିବ ହିଁ ଘଟିବ ଏବଂ ଭାରତ ଏକ ହିନ୍ଦୁ ରାଷ୍ଟ୍ର ବନିବ। ସେହିପରି ଯେତିକି ଅଣଓଡ଼ିଆ ରହିଛନ୍ତି ସେମାନେ ମଧ୍ୟ ଓଡ଼ିଶାରୁ ବିଦାୟ ନେବେ, ଓଡ଼ିଶା ଛାଡ଼ି ଚାଲିଯିବେ।
୨୦୨୧ ପରେ ପରେ ମଣିଷ ସ୍ୱର୍ଥବାଦି ହୋଇଯିବ।ଆଉ ଧର୍ମ ପ୍ରତି କାହାର ବିଚାର ନଥିବ। ସଂସାର ଭିତରେ ମଣିଷ ଏତେ ସ୍ବାର୍ଥ ବାଦି ହୋଇଯିବ ଯେ ତାର ଧର୍ମ ପ୍ରତି ଆଉ ବିଚାର ରହିବ ନାହିଁ। ମହାପୁରୁଷ କହୁଛନ୍ତି ଏମିତି ସମୟ ଆସିବ ଯେଉଁ ସମୟରେ ମଣିଷ କେବଳ ତାର ସ୍ବାର୍ଥ ସାଧନ କରିବା ପାଇଁ ଲାଗିଯିବ।
ତା ପାଖରେ କେବଳ ଥିବ ସ୍ବାର୍ଥ ହିଁ ସ୍ବାର୍ଥ, ପରମାର୍ଥ ତା ଠାରୁ ବହୁତ ଦୂରକୁ ଚାଲିଯିବେ। ଏମିତି କଲିହତ ମଣିଷ ଏମିତି ଅବସ୍ଥାକୁ ଗତି କରିବ ଯାହାର ଫଳ ସ୍ୱରୂପ ସେ ନିଜେ ମଧ୍ୟ ତାହାକୁ ଭୋଗିବ ଯାହା ମହାପୁରୁଷ ୬୦୦ ବର୍ଷ ପୂର୍ବେ କଲମ କରି ଯାଇଛନ୍ତି।
ତେବେ ମହାପୁରୁଷ କହୁଛନ୍ତି ଏମିତି ସମୟ ଆସିବ ଭାରତ ହିନ୍ଦୁ ରାଷ୍ଟ୍ର ବନିବ।କେହି ତାଙ୍କୁ ତଡ଼ି ଦେଇ ପାରିବେ ନାହିଁ। ସେଥିପାଇଁ ଆମକୁ ସଜାଗ ହେବାକୁ ପଡିବ। ତେଣୁ ନିଜେ ଭଗବାନ ଧର୍ମ ସନାତନକୁ ସ୍ଥାପନ କରିବେ।ଆଉ ଏହାକୁ ଆମକୁ ସ୍ବୀକାର କରିବାକୁ ପଡ଼ିବ। ତେଣୁ ଆପଣ ମାନଙ୍କୁ ବିକୃତ ଚିନ୍ତାଧାରା ରୁ ନିବୃତ ରହିବାକୁ ପଡ଼ିବ।
ତେବେ ଯାଇ ଆପଣ ଧର୍ମ ବିଚାର ଭିତରେ ରହି ନିଜର ଧର୍ମକୁ ରକ୍ଷା କରି ପାରିବେ।ଆଉ ଏଥିପାଇଁ ସତ୍ ପଥରେ ନିଜକୁ ପରିଚାଳିତ କରିବା ବିଧେୟ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।