ମାଳିକାର ଭବିଷ୍ୟତବାଣୀ ,ବରଗଡ ଗନ୍ଧମାର୍ଦ୍ଧନ ପର୍ବତରେ ଗୁପ୍ତରେ ଅଛନ୍ତି ହନୁମାନ ! ମନରେ ଭକ୍ତିଥିଲେ ଲେଖନ୍ତୁ ଜୟ ” ହନୁମାନ କି ….
ପ୍ରତ୍ୟେକ ଥର ମହାପୁରୁଷଙ୍କର ସେହି ମାଳ ମାଳ ହୋଇ ରଚିତ ହୋଇଥିବା ମାଳିକା ଶାସ୍ତ୍ରକୁ ଆମେ ଆପଣଙ୍କ ଠାରେ ଉପସ୍ଥାପନ କରୁ । ତେବେ ଆଜି ମାଳିକା ଶାସ୍ତ୍ରରେ ଆମେ ସ୍ଥାନତତ୍ବ ନିରୂପଣ ଗ୍ରନ୍ଥରୁ ଗୋଟିଏ ମହାନ ସ୍ଥାନ ବିଷୟରେ ଜଣାଇବୁ , ଆଜି ଆମେ ପଶ୍ଚିମ ଓଡିଶାର ବରଗଡ ଜିଲ୍ଲାକୁ ନେଇଛି । ଯେଉଁ ଜିଲ୍ଲା 1993 ମସିହା ଏପ୍ରିଲ 1 ତାରିଖରେ ସମ୍ବଲପୁର ଠାରେ ଅଲଗା ହୋଇଥିଲା , ଚାଲନ୍ତୁ ଜାଣିବା ମହାପୁରୁଷ ଛଅଶହ ବର୍ଷ ତଳେ ଏହି ଜିଲ୍ଲା ବିଷୟରେ କଣ କଲମ କରି ଯାଇଛନ୍ତି ଜାଣିବା । ମହାପୁରୁଷ କଲକ କରିଛନ୍ତି-
ଦ୍ବାପର ଯୁଗର ସମସ୍ତ ଲୀଳା, ସେହି ସ୍ଥାନେ ହେବ ଭକତ ମେଳା ।। ଅର୍ଥାତ ସେହି ସ୍ଥାନରେ ଦ୍ବାପର ଯୁଗରେ ଯାହା ସବୁ ଲୀଳା ହୋଇଥିଲା ସେହି ସମସ୍ତ ଲୀଳା ଏହି ସ୍ଥାନରେ ହେବେ । ତେବେ ଆପଣ ମାନେ ଜାଣିଥିବେ ପବିତ୍ର ଧନୁ ଯାତ୍ରା ଯାହା ଦ୍ବାପର ଯୁଗରେ ହେଉଥିଲା ଆଉ ବର୍ତ୍ତମାନ ସେହି ଧନୁଯାତ୍ରା ପବିତ୍ର ବରଗଡ ମାଟିରେ ହେଉଛି ଏବଂ ଏହି ସ୍ଥାନରେ ହେବ ଭକତ ମେଳା ।
ପୁଣି କଲମ କରିଛନ୍ତି- କେଦାର ନାଥର ରୂପରେ ହର, ଭକ୍ତଙ୍କୁ କରିବେ କୃପା ଅପାର । ଅର୍ଥାତ କେଦାର ନାଥ ରୂପରେ ଭଗବାନ ଶିବ ପ୍ରକଟ ହେବେ ଏବଂ ଭକ୍ତ ମାନଙ୍କୁ ତାଙ୍କର ଅପାର କୃପା କରିବେ । ସତ୍ୟ ଯୁଗରେ ତ ଯେ ଅବତାର, ଜାଣିଥା ଯେ ନାମ ସ୍ଥାନ ତାଙ୍କର ।
ଅର୍ଥାତ ମହାପୁରୁଷ କହୁଛନ୍ତି ବରଗଡ ମାଟି ହେଉଛି ସେହି ମାଟି ଯେଉଂ ମାଟିରେ ସତ୍ୟ ଯୁଗରେ ଭଗବାନ ନୃସିଂହ ଅବତାର ଗ୍ରହଣ କରିଥିଲେ । ଆଉ ସେହି ମାଟିରେ କଳି ଶେଷରେ ଭଗବାନ ପୁଣି ଅବତାର ନେବେ ।
ରାତ୍ରି ଅଧରେ ସେ ପ୍ରକଟ ହେବେ ବହୁ ଭକ୍ତଙ୍କୁ ସେ ଦର୍ଶନ ଦେବେ । ଅର୍ଥାତ କହିଲେ ରାତ୍ର ଅଧରେ ସେ ପ୍ରକଟ ହେବ ଏବଂ ବହୁ ଭକ୍ତ ମାନଙ୍କୁ ସେହି ଜାଗାରେ ସେ ଦର୍ଶନ ଦେବେ । ତତ୍ସହିତ ଅଷ୍ଟଶମ୍ଭୁ ନାମରେ ପ୍ରକଟ ଶିବ, ଦର୍ଶନ ଦେବେଟି ସେ ମହାଦେବ । ତେବେ ଅଷ୍ଟ ଶମ୍ଭୁ ନାମରେ ଶିବ ପ୍ରକଟ ହେବେ ଏବଂ ବରଗଡ ମାଟିରେ ଥିବା ବହୁ ଭକ୍ତଙ୍କୁ ସେ ଦର୍ଶନ ଦେବେ । ସେହି ସ୍ଥାନେ ବହୁ ଲୀଳା ହୋଇବ, କଳି ଶେଷେ ରାମ ଏହା ହୋଇବ ଧ୍ରୁବ ।
ଅର୍ଥାତ ବରଗଡ ମାଟିରେ ବହୁ ଲୀଳା ହେବ ବୋଲି ମହାପୁରୁଷ କହିଛନ୍ତି ଆଉ ତତ୍ସହିତ ଗନ୍ଧମରଦ୍ଧନ ଗିରି ଗୁମ୍ଫାରେ , ବୀର ହନୁମାନ ରହି ସେଠାରେ । ତେବେ ଗନ୍ଧମର୍ଦ୍ଧନ ପର୍ବତ କଥା ସେଠାରେ ପ୍ରଭୁ ହନୁମାନ ଗୁପ୍ତ ଭାବରେ ଅଛନ୍ତି ଏବଂ ଆଗକୁ ଭକ୍ତ ମାନଙ୍କୁ ସେଠାରେ ଦର୍ଶନ ଦେବେ । ଗନ୍ଧମର୍ଦ୍ଧନ ପର୍ବତରେ ପ୍ରଭୁ ହନୁମାନ ଭକ୍ତ ମାନଙ୍କୁ ଦର୍ଶନ ଦେବେ ।
କଳି ଶେଷେ ଏକଥା ରାମ ଧ୍ରୁବ, ଦର୍ଶନ ଦେବେ ଟି ସେ ମହାଦେବ । ଶ୍ରୀରାମ ମନ୍ତ୍ରକୁ କରିଣ ଧ୍ୟାନ, କଳି ଶେଷେ ପୁଣି ଦେବେ ଦର୍ଶନ । ଶ୍ୟାମକାଳୀ ଦେବୀ ଖର୍ପର ଦେବୀ । ଅର୍ଥାତ ବୀର ପାହାଡରେ ଖର୍ପର ଧରି ଆପଣ ମାନଙ୍କ ମାଁ କାଳୀ ରହିଛନ୍ତି । ମାତୃସାଧନାରେ ଦିନ କାଟିବ, ବୈଷ୍ଣବ ଦେବୀ ପୁଣୀ ଦର୍ଶନ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।