ମାଳିକାର ଭବିଷ୍ୟତବାଣୀ ! ଶେଷରେ ଋଷିଆ ପ୍ରବେଶ କରିବେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଭିତରକୁ ମିଳିଲା ତାରିଖ ! କଣ ଏହା ବାସ୍ତବରେ ପରିଣତ ହେବ……
ପ୍ରତ୍ୟେକ ଥରି ମହାପୁରୁଷଙ୍କର ମାଳିକା ଶାସ୍ତ୍ରକୁ ଆମେ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରିଥାଉ । ମହାପୁରୁଷ ମାଳିକା ଶାସ୍ତ୍ର ଦ୍ବାରା କରିଛନ୍ତି ଆମ ମାନଙ୍କୁ ସତର୍କ । ମାଳିକା କାହାକୁ ଭୟଭୀତ କରିବା ପାଇଂ ନୁହେଁ କିମ୍ବା କାହାକୁ ଆଘାତ କରିବା ପାଇଁ ବରଂ ଏହା ଆମ ମାନଙ୍କର ଭଗବାନଙ୍କ ପ୍ରତି ଭକ୍ତି ଭାବ ଉତ୍ପନ୍ନ କରିବା ସହିତ ଅନ୍ୟାୟ ପଥରୁ ଓହରି ଯିବା ପାଇଁ ।ମାଳିକାରେ ବହୁତ ଦେଶ ବିଦେଶ କଥା ବର୍ଣ୍ଣନା କରାଯାଇଛି ।
ତେବେ ଆମ ମାନଙ୍କ ପରି କେତେକ ସାଧାରଣ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରି ଥାଏ କି , କଣ ମହାପୁରୁଷ ଅଚ୍ୟୁତ କେବଳ ଓଡିଶା କଥା ଲେଖିଛନ୍ତି ତଥା କେବଳ ଭାରତ କଥା ଲେଖିଛନ୍ତି , ଆଉ ଅନ୍ୟ ଦେଶବିଦେଶ କଥା ଲେଖା ନାହାଁନ୍ତି ।
ଆଜ୍ଞା ହଁ ଲେଖିଛନ୍ତି ଦେଶବିଦେଶ କଥା । ତେବେ ଆଜି ଆମେ ରୁଷିଆ ସଂପର୍କରେ ମହାପୁରୁଷ ଅଚ୍ୟୁତ ତାଙ୍କ ଭବିଷ୍ୟ ମାଳିକାରେ କଣ ସବୁ ଲେଖି ଯାଇଛନ୍ତି ସେ ବିଷୟ ରେ ଜାଣିବା । ସେହି ମାଳିକାର ନାଁ ହେଇଛି ତେରଜନ୍ମଷୋଡ, ତେବେ ସେହି ତେରଜନ୍ମଷୋଡ ରେ ମହାପୁରୁଷ ଅଚ୍ୟୁତ କଲମ କରିଛନ୍ତି –
ରୁଷିଆ ଯେ କାଳେ ଦାରୁର ନିମନ୍ତେ ପଶିବ ବଡ ଦେଉଳେ ,ଦାରୁ ନ ପାଇବ ପଥ ବଣା ହେବ ମରିବ ମାର୍କଣ୍ଡ ଠାରେ । ଅର୍ଥାତ ମହାପୁରୁଷ ଅଚ୍ୟୁତ କହୁଛନ୍ତି ଏମିତି ଗୋଟେ ସମୟ ଆସିବ ରୁଷିଆ ମଧ୍ୟ ଜଗନ୍ନାଥ ଙ୍କ ଦାରୁ କୁ ନେବା ପାଇଁ ଷଡଯନ୍ତ୍ର କରିବ,ବିଧର୍ମୀ ମାନଙ୍କ ସହିତ ମିଶି ଯୋଜନା ପ୍ରସ୍ତୁତ କରିବ କିନ୍ତୁ ଦାରୁବ୍ରହ୍ମକୁ ସେ ନେଇପାରିବ ନାହିଁ ବରଂ ତାଙ୍କର ପଥଭ୍ରଷ୍ଠ ହୋଇ ମୃତ୍ୟୁ ବରଣ କରିବ ମାର୍କଣ୍ଡ ଠାରେ । ପୁଣି ମହାପୁରୁଷ କଲମ୍ କରିଛନ୍ତି –
ଯାର ଯାତ ସୂତ ପାଣ୍ଡବ ଙ୍କ ନାଥ ତାବାମେ କର୍କଡା ଥିବ,ତୃଟି ର ସମୟ ସେ ଦିନ ଆରମ୍ଭ ରୁଷିଆ ହେବ ବିମୁଖ । ଅର୍ଥାତ ଭଗବାନ କୃଷ୍ଣଙ୍କ ପିତା ହେଲେ ବସୁଦେବ , ବସୁଦେବ ଅର୍ଥ ଆଠ ,ପାଣ୍ଡବ ହେଲେ ପାଞ୍ଚ ତେବେ ଆଟ ପାଞ୍ଚ ହେଲା ତେର, ପାଣ୍ଡବଙ୍କ ନାଥ ଅର୍ଥାତ ଭଗବାନ କୃଷ୍ଣଙ୍କ ,କୃଷ୍ଣ ହେଲେ ପୂର୍ଣ୍ଣ ବ୍ରହ୍ମ ପୂର୍ଣ୍ଣ କଳା ଅର୍ଥାତ ତେର ସହିତ ଷୋହଳ ଯୋଗ କରିଲେ ସଂଖ୍ୟା ହେବ ଅଣତିରିଶ ଏବଂ ତାବାମେ କର୍କଡା ଥିବ ।
ଅର୍ଥାତ ତା ବାମ ପଟରେ ଯଦି କକଡା ଥୋଇ ଦେବା ତାହେଲେ ହେବ ଚାରି ତେବେ ଚାରି ସହିତ ଦୁଇ ସଂଖ୍ୟା ଯୋଗ କରିଲେ ହେବ ବୟାଳିଶି ଏବଂ ସେହି ବୟାଳିଶି କୁ ଓଲଟାଇ ଦେଲେ ଚବିଶି ହେବ । ତେବେ ସେହି ଚବିଶ୍ ମସିହା ଠାରୁ ଅଣତିରିଶ ମସିହା ପର୍ଯ୍ୟନ୍ତ ଅର୍ଥାତ ସେହି ଭିତରେ ଦେଖିବେ ଭାରତ ସହିତ ରୁଷିଆର ସଂପର୍କ ଭିତରେ ତିକ୍ତତା ହେବ ଏବଂ ତୃତୀୟ ବିଶ୍ବଯୁଦ୍ଧ ହେଉଥିବ,ଆଉ ଭାରତ ରୁଷିଆର ସାଥ୍ ଦେବ ନାହିଁ ।
ତେଣୁ ମହାପୁରୁଷ ରୁଷିଆ ସଂପର୍କ ରେ ଦୁଇଟି ମାଳିକାରେ ତାଙ୍କ ଲେଖିଛନ୍ତି ତେବେ ଏଥିରୁ ଆମେ ସ୍ପଷ୍ଟ ଭାବରେ ଜାଣି ପାରିଲେ ଯେ ରୁଷିଆ ମଧ୍ୟ ଭାରତର ସାଥ୍ ଦେବ ନାହିଁ .
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।