ମାଳିକା ଦେଲା ସଂକେତ… ମାର୍ଚ୍ଚ ମାସ ଉଦୟ ହେବେନି ସୂର୍ଯ୍ୟ….

ଆମେ ପୁଣି ଆଜି ସେହି ମାଳିକା ଶାସ୍ତ୍ର ବିଷୟରେ ଆଲୋଚନା କରିବା।ମାଳିକା ରେ ଅନେକ ଏମିତି ବିଶେଷ ପ୍ରସଙ୍ଗ ଗୁଡିକ ରହିଛି ଏବଂ ବର୍ଣ୍ଣିତ ରହିଛି ଯାହା ସଂସ୍ପର୍ଶରେ ଆମେ ଏବେ ଆସୁଛୁ। ସେହିସବୁ ଆଧ୍ୟାତ୍ମିକ ସ୍ଥାନ ର ମହାତ୍ମ୍ୟ ଜାଣିବା ପାଇଁ ମଧ୍ୟ ମାଳିକା ଭକ୍ତ ମାନଙ୍କର ଏକ ଭିନ୍ନ ଆଗ୍ରହ ରହିଥାଏ।ମାଳିକା ରେ ଆଗତ ଭବିଷ୍ୟତ ଏବଂ ମାଳିକା ର ସେହି ଠାର ଗାର ଏବଂ ବର୍ଣ୍ଣନା କୁ ଆମେ ପୁଣି ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛୁ ଯାହାକୁ ସତ୍ୟ ଭଞ୍ଜ ୟୁ ଟ୍ୟୁବ୍ ଚ୍ୟାନେଲ ସମସ୍ତଙ୍କ ସାମ୍ନାକୁ ଆଣିବାର ପ୍ରୟାସ ଜାରି ରଖିଛି। ଏଠାରେ ଅନେକ ମାଳିକା ବର୍ଣ୍ଣିତ ଦିବ୍ୟ ତଥ୍ଯ ଉପରେ ଆଲୋଚନା କରିଥାନ୍ତି ଅନେକ ମାଳିକା ଭକ୍ତ ଏବଂ ସାଧୁ ବାବା ମାନେ।

 

ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ମଧ୍ୟ ଆମେ ଜାଣିବା ଅବଗତ ହେବା। ତେବେ ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଛି।ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ସେହିପରି ଏକ ବିଶେଷ, ମହତ୍ କଥା ବିଷୟରେ ଆମେ ଆଜି ଆଲୋଚନା କରିବା।

ଆପଣ କେତେବେଳେ ଜାଣିବେ କଳି ଯୁଗର ଅନ୍ତ ହେବାକୁ ଯାଉଛି। ଏଥିପାଇଁ କଣ ସବୁ ସଂକେତ ଦେଖାଯିବ ସେ ବିଷୟରେ ମାଳିକା ର ଲେଖାକୁ ବାବା ଦିବାକର ଦାସ୍ କହିଛନ୍ତି। ଯେଉଁ ସମୟରେ ଦେଖିବେ ବ୍ରାହ୍ମଣ କୂଳରେ ଜାତ ହୋଇ ତାଙ୍କ ସନ୍ତାନ ମାନେ ମଦ ମାଂସ ଭକ୍ଷଣ କରୁଛନ୍ତି। ଯେଉଁ ସମୟରେ ଛିଡା ହୋଇ ସମସ୍ତେ ଭାତ ବା ପ୍ରସାଦ ଗ୍ରହଣ କରିବେ, କାଗଜ ପତ୍ରରେ ଭାତ ଖାଇବେ, ବୈଶାଖ ମାସରେ ଶୀତ ଅନୁଭୂତ ହେବ, ଏସବୁ ସଂକେତ କଳି ଯୁଗ ଶେଷର ସଙ୍କେତ ଦେବ। ଏସବୁ ବ୍ୟତୀତ ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କ ଠାରଗାରରେ 2023 ମସିହା ମାର୍ଚ୍ଚ ମାସ ବିଷୟ ରେ ଅନେକ କିଛି କଲମ କରି ଯାଇଥିବା ବାବା ଦିବାକର ଦାସ ଏଠାରେ କହିଛନ୍ତି ।

ତେବେ ସାତ ଦିନ ସାତ ରାତି ଅନ୍ଧାର ବିଷୟରେ ବାବା କହିଛନ୍ତି ମୀନ କୃଷ୍ଣ ଚର୍ତୁଦଶୀ ଶୁକ୍ର ଯେ ବାସର ଅନ୍ଧକାର ଘଟିବ ଟିମାତ୍ର ମର୍ତ୍ତ ପୁରେ । ମାର୍ଚ୍ଚ ମାସରେ ସୂର୍ଯ୍ୟ ଆଉ ଆକାଶରେ ଦେଖା ଯିବେ ନାହିଁ ତା ସହିତ ଚନ୍ଦ୍ର ମଧ୍ୟ ଆକାଶରେ ରହିବେ ନାହିଁ ଏବଂ ଏହାଦେଖି ଭକ୍ତମାନେ ଠାକୁରଙ୍କ ଡାକିବେ ଆଉ କ୍ଷୁଧା ନିବାରଣ ପାଇଁ ବୃକ୍ଷ ଚିହ୍ନି ରଖିବେ । ତେବେ ଏହି ସାତ ଦିନ ସାତ ରାତି ଅନ୍ଧାର ଭିତରେ ମାଡ଼ି ଆସିବ ସମୁଦ୍ର । ଆଉ ଏ ସବୁ ମାର୍ଚ୍ଚ ମାସରେ ହେବ ବୋଲି ମାଳିକା ବିଶାରଦ ବାବା ଦିବାକର ଦାସ କ୍ୟାମେରା ସାମ୍ନାରେ ପ୍ରମାଣ ଦେଇଛନ୍ତି ।