ମାଳିକା ଦେଲା ବଡ ଭବିଷ୍ୟତବାଣୀ…ଶେଷ ହେଲା ନବୀନ ଶାସନ 2024 ରେ ଆରମ୍ଭ ହେବ ରାଷ୍ଟ୍ରପତି ଶାସନ…

ଗୋଟିଏ ମାଳିକା ଶାସ୍ତ୍ର ସବୁ ଭକ୍ତ ମାନଙ୍କୁ ମିଳିଥାଏ।ସେହି ମାଲିକାର ନାମ ହେଉଛି ଇନ୍ଦ୍ର ଗୋବିନ୍ଦ ଗୀତା।ଏଥିରେ ଓଡ଼ିଶାର ସମସ୍ତ ରାଜା ଏବଂ ତାଙ୍କର ଶାସନ ଏବଂ ରାଜବଂଶ ବିଷୟରେ ଆଲୋଚନା କରିଛନ୍ତି।ତେବେ ଏହି ସମୟରେ ଭକ୍ତ ମାନେ ପ୍ରଶ୍ନ କରିଛନ୍ତି ଯଦି ମହାପୁରୁଷ ଅଚ୍ୟୁତାନନ୍ଦ ରାଜା ରାଜୁଡ଼ା ଶାସନ ବିଷୟରେ ଉଲ୍ଲେଖ କରିଛନ୍ତି ତେବେ କଣ ଆଗକୁ ଯିଏ ଆମ ରାଜ୍ୟର ଶାସନ ଭାର ଗ୍ରହଣ କରିବ, ଦେଶ ବିଦେଶର ପ୍ରଜାତନ୍ତ୍ର, ଗଣତନ୍ତ୍ର ଶାସନ ପରିଚାଳନା ଏବଂ ଏବେର ଶାସନ ଗଣତନ୍ତ୍ର ଉପରେ କୌଣସି ମନ୍ତବ୍ୟ ରଖି ନାହାନ୍ତି।

ମାଳିକା ବିଶାରଦ, ସନାତନ ଧର୍ମର ପ୍ରବକ୍ତାଙ୍କ ମୁଖ ନିଃସୃତ ଅମୃତ କଥା ଯାହା ଛଅ ବର୍ଷ ତଳର ମହା ପୁରୁଷ ମାନଙ୍କର ଅମୃତ ବାଣୀ ଆଧାରରେ ଏବଂ ମାଲିକାର ଅକାଟ ସତ୍ୟକୁ ନେଇ କୁହାଯାଇଛି।

ସେ କହୁଛନ୍ତି ସେହିସବୁ କଥା ଯାହାର କିଛି ଗ୍ରନ୍ଥ ପ୍ରକାଶ ହୋଇ ସାରିଛି ଏବଂ ତାର ପ୍ରମାଣ ମଧ୍ୟ ଆମେ ପାଇଛୁ। ତେବେ ତାକୁ ସ୍ବୀକାର କରିବା ବହୁତ୍ କଷ୍ଟ କାରଣ ସତ ସବୁବେଳେ କଷ୍ଟକର ହୋଇଥାଏ।ବାସ୍ତବରେ ସତ କଷ୍ଟ ଦାୟକ ହେଲେ ମଧ୍ୟ ଏହା ଚିରନ୍ତନ ସତ।ତେବେ ବହୁ ପୂର୍ବରୁ ବର୍ଣ୍ଣିତ ସମସ୍ତ ଉପାଦେୟ କଥା ଯାହା ମହାପୁରୁଷ ମାନେ କହିଛନ୍ତି ଏବଂ ଯାହା ମାଲିକାରେ ଉଲ୍ଲେଖ ରହିଛି ତାହା ନିରାଟ ସତ୍ୟ ଅଟେ।

ଏସବୁ କାହାକୁ ଡରେଇବା ପାଇଁ ନୁହଁ ବରଂ ଏହା ହେଉଛି ବାସ୍ତବ, ବର୍ତ୍ତମାନ ଜୀବନରେ ହେଉଥିବା ପ୍ରତିଫଳନ ର ସ୍ୱରୂପ ଅଟେ। ଏମିତି ସମୟ ଆସିବ ଯେଉଁ ସମୟରେ ଅସମ୍ଭବ ଘଟଣା ମାନ ଘଟିବ ଏବଂ ଯାହା ଆପଣ ପୂର୍ବରୁ କେବେ ଦେଖି ନଥିଲେ ତାହା ଦେଖିବାକୁ ପାଇବେ।

ତେବେ ଆଜି ଆମେ ମାଳିକା ବିଶାରଦ ଆମ ଦେଶର ଶାସନ ଭାର ବିଷୟରେ କରିଥିବା ଆଲୋଚନା କୁ କହିବାକୁ ଯାଉଛୁ। ମାଳିକା ଅନୁସାରେ ଆଗାମୀ ଭବିଷ୍ୟତରେ ଦେଶରୁ କୁ ଶାସନ ଦୂର ହେବ ଏବଂ ଦେଶରେ ସୁଶାସନ ଆସିବ। ଦେଶରେ ଜଣେ ଏମିତି ବ୍ୟକ୍ତି ବିଶେଷ ଙ୍କୁ ଶାସକ ଭାବରେ ଦେଖିବାକୁ ମିଳିବ ଯିଏକି ଦେଶର ରୂପରେଖ ପରିବର୍ତ୍ତନ କରିଦେବେ।

“କ୍ଷେତ୍ରରେ ହୋଇବ ବ୍ରାହ୍ମଣ ରାଜା, କିଛି ଦିନ ସେହି ପାଳି ପରଜା, କିଛି ଦିନ ଭୋଗ ତ କରିବ ମହୀ, ତେର ଦିନେ ପକ୍ଷେ ପଥ ଉଡାଇ”। ମହାପୁରୁଷ ଅଚ୍ଯୁତାନନ୍ଦ ସାରା ବିଶ୍ବର ରାଜନୀତି କଥା କହିବା ସହିତ ଓଡ଼ିଶା ର ରାଜନୀତି ଏବଂ ସାରା ଭାରତ ବର୍ଷ ର ରାଜନୀତି କଥା ଲେଖିଛନ୍ତି। 2024 ମସିହା ଠାରୁ ବିଭିନ୍ନ ରାଜ୍ଯରେ ଆଉ ଶାସନ କ୍ଷମତା ରହିବ ନାହିଁ ଏବଂ ରାଷ୍ଟ୍ରପତି ଶାସନ ଜାରି ହୋଇ ଯିବ। ଜଣେ ସିଦ୍ଧ ସାଧୁ ସନ୍ଯାସୀ ଭାରତ ବର୍ଷ କୁ ଶାସନ କରିବେ।