ମଣିଷ ପାଖରେ ପଇସା କାହିଁକି ରହେ ନାହିଁ ? କେଉଁ କେଉଁ ଦୁର୍ଗୁଣ ଥିଲେ ମଣିଷ ପାଖରୁ ପଇସା ପଳାଇଯାଏ ?
ଟଙ୍କା କୁ ଅନ୍ୟ ଅର୍ଥରେ ଲକ୍ଷ୍ମୀ ବୋଲି କୁହାଯାଇଥାଏ। ତେଣୁ ଆମେ ଆମର ଧନ ବୃଦ୍ଧି ହେବା ପାଇଁ ମା ଲକ୍ଷ୍ମୀ ଙ୍କ ଆରାଧନା କରିଥାଉ। ମା ଲକ୍ଷ୍ମୀ ଯଦି ଆପଣଙ୍କ ଉପରେ ପ୍ରସନ୍ନ ରୁହନ୍ତି ତେବେ ଆପଣଙ୍କ ଘର ଧନ ଧାନ୍ୟ ରେ ପୁରି ଉଠିବ। ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ବାର ଗୁରୁବାର ଅଟେ। ଏହି ଗୁରୁବାର ଦିନ ଆପଣ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରି ପାରିବେ ଆପଣ କେବଳ ମା ଲକ୍ଷ୍ମୀ ଙ୍କର ପୂଜା କଲେ ମା ପ୍ରସନ୍ନ ହୁଅନ୍ତି ନାହିଁ, ତାଙ୍କର ପୂଜା ସହ କେତେକ ନିୟମ ମଧ୍ୟ ମାନିବାକୁ ପଡ଼ିଥାଏ। ଏହା ବ୍ୟତୀତ ମନୁଷ୍ୟ ପାଖରେ ଟଙ୍କା ରହି ନଥାଏ।ତେବେ କେଉଁ କେଉଁ ଦୁର୍ଗୁଣ ଥିଲେ ମଣିଷ ପାଖରୁ ପଇସା ଦୂରେଇ ଯାଏ ତାହା ଆଜି ଆପଣଙ୍କୁ ଜଣେଇବୁ।
୧- ଖାଇଲା ବେଳେ ଭାତ ହାତରୁ ଅନ୍ନ ତଳେ ପଡିଲେ ଧରିତ୍ରି କୋପ କରେ । ନିଜେ ଖାଇଲୁ ଅଇଁଠା ମତେ ଦେଉଛୁ ତୁ ? ମୁଁ ଧରିତ୍ରି ମାତା ତୁ ମତେ ଦଉଛୁ ? ଏହା କହି କୋପ କରିବେ ମା ଭଗବତୀ ।
୨- ଘରେ ଲାଗିଥିବା ପାଣି କଳରୁ କେବେ ମଧ୍ୟ ପାଣି ଲିକ ହେବା ଉଚିତ ନୁହେଁ, କିମ୍ବା ଦକ୍ଷିଣ କିମ୍ବା ପଶ୍ଚିମ ଦିଗକୁ ପାଣି ବାହାର କରିବା ଅନୁଚିତ । ଏହାଦ୍ଵାରା ଅର୍ଥ ଅଭାବ ଦେଖା ଦେଇଥାଏ ।
୩- ଘରେ ପଇସା ରଖୁଥିବା ଆଲମାରୀ ର ମୁହଁ ଦକ୍ଷିଣ ଦିଗକୁ ରଖିବା ଉଚିତ ନୁହେଁ ଏହାଦ୍ଵାରା ଧନହାନୀ ହେବା ସହିତ ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ ।
୪- ଗୁରୁବାରେ ଆପଣ ଚାଉଳ, ଖଇ, ଚୂଡା ଭାଯିବେ ନାହିଁ, ଆମିଷ ଭୋଜନ କରିବେ ନାହିଁ, ଲାଉ ରେ ଆମିଷ ମିଶାଇ ଭୋଜନ କରିବେ ନାହିଁ, ତୁଳା ଭିଡିବେ ନାହିଁ, ଏବଂ ଖଟର ଛାଇ ତଳେ ଶୋଇବେ ନାହିଁ ।
୫- ମୁହଁ ନ ଧୋଇ ଭୋଜନ ଯଦି କରିବେ, ସଭାରେ ବସି ମିଛ ଯଦି କହିବେ, ନିଦରୁ ଉଠି ମୁହଁ ଯଦି ନ ଧୋଇବେ, ବିନା ଆସନରେ ଭୂମିରେ ବସିବେ, ଅନ୍ଧାର ଘରେ ଭୋଜନ କରିବେ, ପିନ୍ଧା ଲୁଗା କାନି ରେ ବିଞ୍ଚି ହେଉଥିବେ, ଗୋଡ ମୁନରେ ଭୂମି ବିଦାରିତ କରୁଥିବେ, ଗୁରୁଜନ ଙ୍କୁ ଭକ୍ତି ଯଦି ନ କରନ୍ତି, ସ୍ନାନ ପରେ ତୈଳ ଲଗାଉଥିବେ ଦେହରେ, ଏ ସବୁ କଲେ ମନୁଷ୍ୟ ଧନହୀନ ହୋଇଥାଏ । ଅର୍ଥାତ ଯେତେ ଉପାର୍ଜନ କରିଲେ ମଧ୍ୟ ଧନ ରହିବ ନାହିଁ । ଆସିବା ଯେମିତି ଯିବ ସେମିତି । ଏଣୁ ଏହି କାର୍ଯ୍ୟ ମାନଙ୍କ ପ୍ରତି ଆପଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।
୬- ରାତିରେ ଖାଦ୍ୟ ଖାଇବା ପରେ ଅଇଁଠା ବାସନ ରଖିବା ଉଚିତ ନୁହେଁ, ଏହାଦ୍ଵାରା ଅଶୁଭ ହେବା ସହିତ ଆର୍ଥିକ ସ୍ଥିତି ଖରାପ ହୋଇଥାଏ ।
୭- ଘରର ମୁଖ୍ୟଦ୍ଵାର ସମ୍ମୁଖରେ କେବେ ମଧ୍ୟ ଅଳିଆ ଆବର୍ଜନା ଗଦା କରିବା ଉଚିତ ନୁହେଁ, ଏହାଦ୍ବାରା ବାସ୍ତୁ ଦୋଷ ଉତ୍ପନ୍ନ ହେବା ସହିତ ଧନ ହାନୀ ହୋଇଥାଏ ।