ଦେଖନ୍ତୁ ଭିଡ଼ିଓ – ମହଙ୍ଗା ପଡିଲା କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା। ଛାତ୍ରୀଙ୍କ ଗୋଡ଼ ଧରି ଭୁଲ ମାଗିଲେ ଯୁବକ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ….
ଏବେ ପୁଣି ସାମ୍ନାକୁ ଆସିଲା ଆଉ ଏକ ନିନ୍ଦନୀୟ ଘଟଣାର ସ୍ପଷ୍ଟ ଚିତ୍ର। ମହଙ୍ଗା ପଡିଲା ଯୁବତୀଙ୍କୁ କମେଣ୍ଟ ମାରିବା।କମେଣ୍ଟ ମାରି ଯୁବତୀଙ୍କ ଗୋଡ଼ ଧରିଲେ ଯୁବକ। ଆଉ ଏଠାରେ ଘଟିଛି ଏପରି ଏକ ନିନ୍ଦନୀୟ ଘଟଣା ଯାହା ଫେସବୁକରେ ଭାଇରାଲ ହେବାରେ ଲାଗିଛି।ଏଠାରେ ମହଙ୍ଗା ପଡିଲା କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା। ଛାତ୍ରୀଙ୍କ ଗୋଡ଼ ଧରି ଭୁଲ ମାଗିଲେ ଯୁବକ ଜଣଙ୍କ। କୁହାଯାଏ ନାରୀ, ଯାହାକୁ ସମାଜରେ ଦେବୀ ଭାବରେ ପୂଜା କରିଥାଏ। ପ୍ରକୃତରେ ସେ ସମ୍ମାନର ଯୋଗ୍ୟା। କେତେବେଳେ ସେ ସ୍ତ୍ରୀ ହୋଇ ସ୍ୱାମୀର ସବୁକଥା ବୁଝିଥାଏ ତ ପୁଣି କେତେବେଳେ ବୋହୁ ହୋଇ ଶାଶୁ ଶଶୁରଙ୍କ ଯତ୍ନ ମଧ୍ୟ ନେଇଥାଏ।
ଆଉ ପୁଣି ସେ ମାଆ ହୋଇ ପିଲା ଛୁଆ ମାନଙ୍କର ସବୁ ଅଳି ଅଝଟ କୁ ସହି ସେମାନଙ୍କୁ ଛୋଟରୁ ବଡ଼ କରିଥାଏ। ପୁଣି କେତେବେଳେ ସେ ଭଉଣୀ ହୋଇ ଭାଇର ଦୀର୍ଘାୟୁ କାମନା କରିଥାଏ।ଆଉ କେତେବେଳେ ଝିଅ ହୋଇ ବାପା ମାଆଙ୍କ ସ୍ନେହର ପାତ୍ରି ହୋଇଥାଏ ଓ ସେମାନଙ୍କୁ କନ୍ୟାଦାନ ଭଳି ପୁଣ୍ୟ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ଦେଇଥାଏ।ତେବେ ଏହି ନାରୀ ଯିଏକି ସମାଜରେ ଏକ ବିଶେଷ ସମ୍ମାନ ର ଅଧିକାରୀ ଅଟେ। ଯାହାର ସ୍ଥାନ ଏତେ ଉଚ୍ଚ।ସେହି ନାରୀ ବା ମହିଳା ମାନେ ଆଜିର ସମାଜରେ ଅବହେଳିତ, ନିଷ୍ପେସିତ ଏବଂ ଅତ୍ୟାଚାରିତ, ଲୁଣ୍ଠିତ ହେବା ବାସ୍ତବରେ ଏକ ନିନ୍ଦନୀୟ ଘଟଣା।
ଏହାଠାରୁ ଆଉ ବଡ ଲଜ୍ୟା ଆଉ ସମାଜ ପାଇଁ କିଛି ନାହିଁ କହିଲେ ଚଳେ। ଯେଉଁ ବ୍ୟକ୍ତି ନାରୀ ଜାତିକୁ ସମ୍ମାନ ଦେଇ ପାରେନା ସେହି ବ୍ୟକ୍ତି ମଣିଷ ହିସାବରେ ମଧ୍ୟ ପରିଗଣିତ ନୁହଁ। ତେବେ ତଥାପି ଏମିତି ବହୁତ୍ ବ୍ୟକ୍ତି ରହିଛନ୍ତି ଯେଉଁମାନେ ନାରୀ ମାନଙ୍କ ମାନ ସମ୍ମାନ, ଇଜ୍ଜତ କୁ ବାହାରେ ପକାଇଥାନ୍ତି ସେମାନଙ୍କୁ ଦୁନିଆ ଆଖିରେ ଲଜ୍ଜିତ ଏବଂ ଅପମାନିତ କରିଥାନ୍ତି।
ସେହି ଭଳି ଘଟଣା ର କୌଣସି କମି ନାହିଁ ଆଜିର ଦୁନିଆରେ। ଝିଅଙ୍କୁ ଆଡ ଆଖିରେ ଦେଖିବା। ତାଙ୍କର ସୁନ୍ଦରତା କୁ ପ୍ରଶଂସା ନକରି ତା ପ୍ରତି ଆକୃଷ୍ଟ ହୋଇ ଖରାପ୍ ଉପାୟରେ ତାକୁ ଉପଭୋଗ କରିବାକୁ ଚେଷ୍ଟା କରିବା। ବ୍ଲାକ ମେଲ୍ କରିବା। ଶାରିରୀକ ଶୋଷଣ କରିବା ଆଦି ଲଜ୍ୟା କର କାର୍ଯ୍ୟ ଅନେକ ମାତ୍ରାରେ ଘଟୁ ଥିବାର ଦେଖା ଯାଉଛି।
ତେବେ ଆମେ କହୁଥିବା ଏହି ଭାଇରାଲ ଭିଡିଓଟି ହେଉଛି ଆଠଗଡ ତିଗିରିଆ ଅଞ୍ଚଳର ବୋଲି ଜଣା ପଡିଛି। କିଛିଦିନ ଧରି ଏହି ଯୁବକ ଜଣଙ୍କ ଯୁବତୀଙ୍କ ପିଛା କରିବା ସହିତ କମେଣ୍ଟ ମାରୁଥିଲା। ପରେ ଛାତ୍ରୀ ଜଣଙ୍କ ଘରେ ଜଣାଇବା ପରେ ପରିବାର ଲୋକେ ଥାନାରେ ଜଣାଇଥିଲେ।ଆଉ ପରେ ଯୁବକ ଜଣଙ୍କ ନିଜ ଭୁଲ୍ ବୁଝିପାରି ଗୋଡ଼ ଧରି ଭୁଲ୍ ମାଗିଥିଲା।ତେବେ ଏହି ଘଟଣା ଉଦ୍ଧତ୍ତ ଯୁବକ ମାନଙ୍କ ମାନସିକ ସ୍ତରରେ କିଛି ପ୍ରଭାବ ପକାଇବ ବୋଲି ଆମର ବିଶ୍ୱାସ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।