Ajira Anuchinta – ତୁଳସୀ ଗଛ ପାଖରେ ଲଗାନ୍ତୁ ଏହି ଜିନିଷ ହେବ ଧନର ବର୍ଷା
ବନ୍ଧୁଗଣ ଆପଣ ମାନେ ଜାଣୁଥିବେ ଯେ ଘରେ ତୁଳସୀ ଗଛ ହେଲେ ଏହା ଆମ ଘରର ଶୁଭ ହୋଇଥାଏ l ଆପଣ ଜାଣୁଥିବେ ଯେ ଯେଉଁ ଘରେ ତୁଳସୀ ଗଛ ଲଗେଇ ତାହାକୁ ପୂଜା କଲେ ଆମଘରେ ମାତା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁ ସେହି ଘରେ ବାସ କରିଥାନ୍ତି l ସେହି ଘରେ ରାଧା କୃଷ୍ଣ ସେହି ଘରେ ଥିବା ସମସ୍ତ ସଦସ୍ୟ ଙ୍କ ଉପରେ ନିଜର ଆଶିଷ ପ୍ରଦାନ କରିଥାନ୍ତି l
ତୁଳସୀ ଲଗେଇ ତାହାର ମୂଳେ ପୂଜା କରିଲେ ସମସ୍ତ ପାପ ହରଣ ହୋଇ ଥାଏ l ମୃତ୍ୟୁ ପରେ ତୁଳସୀ ଗଛର ପୂଜା କରୁଥିବା ବ୍ୟକ୍ତି ବିଷ୍ଣୁ ଙ୍କର ପାଖରେ ଜାଗା ପାଇଥାନ୍ତି l
ତୁଳସୀ ର ପାଣି ଯଦି ଜଣେ ମୃତ୍ୟୁ ପୂର୍ବରୁ ପାନ କରେ ତେବେ ସେହି ବ୍ୟକ୍ତି ବୈକୁଣ୍ଠ ରେ ବାସ କରନ୍ତି l ତୁଳସୀ ଥିବl ଘରେ ସକାରାତ୍ମକ ଉର୍ଜା ପ୍ରଭାହିତ ହୋଇଥାଏ l ଯଦି ଜଣେ ବ୍ୟକ୍ତି ଜୀବନ ରେ କିଛି ବି ଧର୍ମ କାର୍ଯ୍ୟ କରୁଥାଏ ତେବେ ସେହି ବ୍ୟକ୍ତି ଯଦି କେବଳ ତୁଳସୀ ଗଛ ମୂଳରେ ପାଣି ଢ଼ାଳୁ ଥାନ୍ତି ଏବଂ ପାଣି ଦେଲା ବେଳେ ଭଗବାନ ବିଷ୍ଣୁଙ୍କ ନାମ ନେଉ ଥାନ୍ତି ତେବେ ସେହି ବ୍ୟକ୍ତି ଙ୍କର ସମସ୍ତ ପାପ ହରଣ ହୋଇଥାଏ l
ତୁଳସି ଗଛ ଯଦି ଆପଣଙ୍କ ଘରେ ତଥା ଅଗଣାରେ ହୋଇଥାଏ ତେବେ ଆପଣଙ୍କ ଘରକୁ କେବେବି କୌଣସି ଖରାପ ଶକ୍ତି ପ୍ରବେଶ କରି ପାରିବେ ନାହିଁ l ସେହି ଘରେ ଯଦି କୌଣସି ଖରାପ ଶକ୍ତି ଆଗରୁ ଥାଏ ତେବେ ଏହି ଘରେ ତୁଳସୀ ଗଛ ହେଲାପରେ ଏହି ସମସ୍ୟା ଦୂର ହୋଇ ଯାଏ l
ତୁଳସୀ ଗଛ ଅଗଣାରେ ହୋଇ ଥାଏ ତେବେ ଘରୁ ଯେଉଁ ଆଡକୁ ଗଲେବି ଏହି ଗଛକୁ ନମସ୍କାର କରି ଗଲେ ଯାତ୍ରା ଆମର ଶୁଭ ହୋଇ ଥାଏ l ଏହି ଘରେ ବାସ କରୁଥିବା ସଦସ୍ୟ ମାନଙ୍କ ମଧ୍ୟରେ ସ୍ନେହ ମମତା ବଢ଼ି ଥାଏ l ତୁଳସୀ ମାତାଙ୍କ କୃପାରୁ ଏହି ଘରେ ଶାନ୍ତି ବୀରlଜ କରିଥାଏ l
ଏହି ତୁଳସୀ ଗଛ ସହିତ କଦଳୀ ଗଛ ଲଗାଯାଏ ତେବେ ତୁଳସୀ ଗଛର ମହତ୍ୱ ଆହୁରି ଦୁଇ ଗୁଣା ହୋଇ ଯାଏ l ଜାଣିଥିବେ ଆମ ଘର ବାଡ଼ିରେ କଦଳୀ ଗଛ ହୋଇଥାଏ l କଦଳୀ ଗଛ ମୂଳରେ ଭଗବାନ ବିଷ୍ଣୁ ବାସ କରିଥାଏ l ଭଗବାନ ବିଷ୍ଣୁ ଯଦି କଦଳୀ ଗଛ ମୂଳରେ ତୁଳସୀ ଗଛ ହୋଇଥାଏ ତେବେ ସେହି ଜାଗାରେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀ ଙ୍କ ସହିତ ବାସ କରନ୍ତି l ଆଉ ସେହି ଘରେ ଧନର ବର୍ଷl ହୋଇ ଥାଏ l
ତେଣୁ ଆପଣ ମାନେ ମଧ୍ୟ ଏହି ଗଛ କୁ ତୁଳସୀ ଗଛ ସହିତ ମିଶେଇ ଲଗାନ୍ତୁ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।