ମହା ଭାରତର ସାକ୍ଷୀ ଯାହା ଆଜି ବି ରହସ୍ୟ ଘେରରେ । ଭୀମ କୁଣ୍ଡର ରହସ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…..

ଭୀମ କୁଣ୍ଡ , ଏହା ଏକ ପ୍ରାକୃତିକ କୁଣ୍ଡ । କିନ୍ତୁ ଏହାର ସୃଷ୍ଟି କେମିତି ହେଲା ଓ ଏହା କୁ ରହସ୍ୟ ମୟ କୁଣ୍ଡ କୁହାଯାଏ ଆଜି ଆମେ ଜାଣିବା । ବିଜ୍ଞାନ ଅନୁସାରେ ଆଜିକୁ ୪୦୦ ବର୍ଷ ପୂର୍ବେ ପୃଥିବୀ ଆକାର ନେବା ପରେ ଏହା ଉପରେ ଧୂମକେତୁ ର ବର୍ଷା ହୋଇ ଥିଲା । ହଜାର ହଜାର ଲକ୍ଷ ଲକ୍ଷ କିଲୋମିଟର ରୁ ଆସୁଥିବା ଉଲୁକା ପିଣ୍ଡ ପୃଥିବୀ ସହିତ ଧକା ହେଲେ । ବଡ଼ ବଡ଼ ଉଳୁକା ପିଣ୍ଡ ପୃଥିବୀ ରେ ପଡ଼ିବା ପରେ ପୃଥିବୀ ରେ ଜଳ ରେ ସୃଷ୍ଟି ହୋଇ ଥିଲା ।

ପୃଥିବୀ ରେ ଜଳ ର ସୃଷ୍ଟି ହେବା ପରେ ବର୍ଷା ହେବା ଆରମ୍ଭ ହେଲା । ଓ ଏହା ପରେ ପୃଥିବୀ ରେ ଜନ ଜୀବନ ସୃଷ୍ଟି ହେଲା । ଏହା ପରେ ପୃଥିବୀ ରେ ଅନେକ କୁଣ୍ଡ ସେହି ସମୟରେ ସୃଷ୍ଟି ହୋଇ ଥିଲା । ପୃଥିବୀ ରେ ଏମିତି ମଧ୍ୟ କୁଣ୍ଡ ରହିଛି ଯେଉଁ ଥିରୁ ଗରମ୍ ପାଣି ବାହାରି ଥାଏ ।

ତେବେ ସମସ୍ତ କୁଣ୍ଡ ଉତ୍ପତ୍ତି ର ବୈଜ୍ଞାନିକ କାରଣ ରହିଛି । ତେବେ ଭାରତ ଏକ ଏମିତି ଦେଶ ଯାହା ନିଜ ଅଧ୍ୟମିକତା , କଳା , ସଂସ୍କୃତ ପାଇଁ ବିଶ୍ଵ ପ୍ରସିଦ୍ଧ ଅଟେ । ତେବେ ଏହା ନିଜର ଇତିହାସ ର ରହସ୍ୟ ପାଇ ପ୍ରସିଦ୍ଧ । ତେବେ ରହସ୍ୟ ମାନଙ୍କ ମଧ୍ୟରୁ ଭୀମ କୁଣ୍ଡ ଗୋଟିଏ ଅଟେ । ଯେଉଁ କୁଣ୍ଡ ର ଗଭୀରତା ର ଆକଳନ ଆଜି ପର୍ଯ୍ୟନ୍ତ କେହି କରି ପାରି ନାହାଁନ୍ତି । ତେବେ ବଡ଼ ବଡ଼ ବୈଜ୍ଞାନିକ ମାନେ ମଧ୍ୟ ଏହି କୁଣ୍ଡ ର ରହସ୍ୟ ଜାଣି ପାରି ନାହାଁନ୍ତି ତେବେ ଏହାର ଐତିହାସିକ ରହସ୍ୟ କଣ ଆସନ୍ତୁ ଜାଣିବା।

ମଧ୍ୟ ପ୍ରଦେଶ ର ଛତ୍ରପୁର ବଜରା ଗାଁ ର ଗୁମ୍ଫା ରେ ଏହି କୁଣ୍ଡ ରହିଛି । ପୂର୍ବରୁ ଏହି କୁଣ୍ଡ ରେ ବଡ଼ ବଡ଼ ଗୁଣି , ଗାରିଡି ଓ ତପଶି ମାନେ ତପସ୍ୟା କରିଥିଲେ । କିଛି ଲୋକ କୁହନ୍ତି ଯେ ଭୀମ କୁଣ୍ଡ ଏକ ଶାନ୍ତ ଜ୍ୱାଳାମୁଖୀ । ପୌରାଣିକ କଥା ଅନୁସାରେ ଭୀମ କୁଣ୍ଡ ର ଏକ କାହାଣୀ ମହାଭାରତ ସହିତ ଜଡିତ । କୁହା ଯାଏ ଯେ କୌରବ ମାନଙ୍କ ପାଖରୁ ହାରିବା ପରେ ପାଣ୍ଡବ ମାନେ ଅଜ୍ଞାତ ବାସ ଯିବା ସମୟ ରେ ଦ୍ରୌପଦୀ ଙ୍କୁ ଶୋଷ ଲାଗି ଥିଲା ।

ତେବେ ସବୁ ଭାଇ ମିଶି ଦ୍ରୌପଦୀ ଙ୍କ ପାଇଁ ପାଣି ଖୋଜିଥିଲେ କିନ୍ତୁ ପାଇ ନଥିଲେ ତେବେ କିଛି ବାଟ ଯିବା ପରେ ଦ୍ରୌପଦୀ ଙ୍କୁ ଆହୁରି ଜୋର୍ ଶୋଷ ଲାଗିଲା ଓ ଏହା ସହିତ ପାଣ୍ଡବ ମାନଙ୍କ ଅବସ୍ଥା ମଧ୍ୟ ଖରାପ୍ ହୋଇ ଯାଇଥିଲା ସେତେବେଳେ ଭୀମ ରାଗି ଯାଇ ଜଙ୍ଗଲରେ ଗଦା ରେ ଜୋର୍ ରେ ପ୍ରହାର କଲେ ଓ ସେଠାରୁ ମାଟି ଫାଟି ପାଣି ବାହାରିବା ପାଇଁ ଲାଗିଲା । ତେବେ ସେଠାରୁ ଦ୍ରୌପଦୀ ଙ୍କ ସମେତ ଅନ୍ୟ ପାଣ୍ଡବ ମାନେ ପାଣି ପିଇ ଥିଲେ ।

ଅନ୍ୟ ଏକ ପୌରାଣିକ ମତ ଅନୁସାରେ ଏହା କୁ ନାରଦ କୁଣ୍ଡ ବା ନିଲ୍ କୁଣ୍ଡ ବୋଲି କୁହାଯାଏ ।ଥରେ ନାରଦ ଆକାଶ ରେ ଭ୍ରମଣ କରିଥିବା ସମୟ ରେ ତାଙ୍କୁ ଜଣେ ପୁରୁଷ ଓ ନାରୀ କ୍ଷତ ଅବସ୍ଥା ରେ ମିଳିଲେ । ନାରଦ ପାଖକୁ ଯାଇ କାରଣ ପଚାରିବାରୁ ସେ କହିଲେ ଆମେ ସଙ୍ଗୀତ ର ରାଗ ରାଗିଣୀ । ଆମେ ସେତେବେଳେ ଠିକ୍ ହେବୁ ଯେତେବେଳେ କେହି ସାନ୍ ଗାନ୍ ଗାନ କରିବ । ତେବେ ନାରଦ ସାନ ଗାନ ରେ ମାହିର ଥିଲେ ଓ ତାଙ୍କ ପାଇଁ ଗାଇଲେ। ତାଙ୍କ ଗାନ ରେ ସମସ୍ତେ ଦେବତା ମୁଗ୍ଧ ହୋଇ ଯାଇଥିଲେ ଓ ବିଷ୍ଣୁ ଜଳ ବିନ୍ଦୁ ଆକାର ରେ କୁଣ୍ଡ ରେ ପଡ଼ିଲେ । ସେବେଠାରୁ ଏହାର ନାମ ନାରଦ କୁଣ୍ଡ ।

ତେବେ ଭୀମ କୁଣ୍ଡ ର ପାଣି ବହୁତ ସ୍ୱଚ୍ଛ ଓ ପରିଷ୍କାର ଅଟେ । ଏହି ପାଣି କୁ ମିନେରାଲ ୱାଟର ସହିତ ତୁଳନା କରାଯାଏ । ତେବେ ଏହି କୁଣ୍ଡ ର ରହସ୍ୟ ଅଟେ ଯେ ଏହାର ଗଭୀରତା କୌଣସି ବୈଜ୍ଞାନିକ ମଧ୍ୟ ମାପି ପାରି ନାହାଁନ୍ତି । ତେବେ ଏହି କୁଣ୍ଡ ର ରହସ୍ୟ ଜାଣିବା ପାଇଁ ଦିଷ୍କଭରି ଚ୍ୟାନେଲ ମଧ୍ୟ ଯାଇ ଥିଲେ କିନ୍ତୁ ଏହାର ରହସ୍ୟ ଖୋଜି ପାଇ ପାରି ନଥିଲେ ।

ତେବେ ଅନ୍ୟ ଜଳ ସ୍ରୋତ ରେ ମଣିଷ ବୁଡି ମରିବା ପରେ ତାଙ୍କ ର ସବ ଉପର କୁ ଭାସି ଥାଏ କିନ୍ତୁ ଭୀମ କୁଣ୍ଡ ରେ ଏହା ହୁଏ ନାହିଁ ଏଠାରେ ଶବ ଅଦୃଶ୍ୟ ହୋଇ ଜାଏ । ଏହାର ରହସ୍ୟ ଜାଣିବା ପାଇଁ ପ୍ରଶାସନ ପମ୍ପ ସାହାର୍ଯ୍ୟ ରେ ଜଳ ନିଷ୍କାସିତ କରିବା କୁ ଚେଷ୍ଟା କରିଥିଲା କିନ୍ତୁ ଅସଫଳ ରହିଥିଲା । କିଛି ବି ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ ଏହାର ଆଭାସ ଏହି କୁଣ୍ଡ ରେ ଦେଖିବା ପାଇଁ ମିଳି ଥାଏ ।

ତେବେ କୁହା ଯାଏ ଏଥିରେ ଦୁଇଟି କୁଣ୍ଡ ରହିଛି ଯେଉଁଥିରୁ ଗୋଟିଏ ରୁ ପାଣି ବାହାରି ଥାଏ ଓ ଗୋଟିଏ ରେ ଭର୍ତି ହୋଇଥାଏ। ତେବେ ଅନେକ ରହସ୍ୟ ରେ ଏହି ଭୀମ କୁଣ୍ଡ ରହିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।