ମାଗଣାରେ ବର୍ଷ ବର୍ଷ ଧରି ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି ଏହି ବୁଢା ମଉସା, ଯୋଗ୍ୟତା ଜାଣିଲେ ଆଶ୍ଚର୍ଯ୍ୟ ହେବେ ! ଏହି ବୁଢା ମଉସାଙ୍କ ପାଇଁ କଣ ଗୋଟିଏ ସେୟାର କରିପାରିବେନି

ଆଜିର ଏହି ବ୍ୟସ୍ତ ବହୁଳ ଦୁନିଆ ରେ ମଣିଷର ନିଜ ବ୍ୟତୀତ ଅନ୍ୟ ପାଇଁ ଟିକିଏ ସମୟ ନାହିଁ।ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।

ମଣିଷ ନିଜର ମଣିଷ ପଣିଆ ଭୁଲି ଯାଉଥିବା ସମୟ ରେ, ଅନେକ ସମୟରେ ଆମ ସାମ୍ନା କୁ ଏମିତି କିଛି ଘଟଣା ମାନ ଆସି ଥାଏ, ଯାହା ଦର୍ଶାଇ ଥାଏ କି ଆଜିବି କିଛି ମଣିଷଙ୍କ ଭିତରେ ମଣିଷପଣିଆ ଜୀବିତ ଅଛି।ଦୁନିଆରେ ଅନେକ ଭଲ ଲୋକ ମଧ୍ୟ ରହିଛନ୍ତି।

ସେହିଭଳି ଏକ ଘଟଣା ନିକଟରେ ଘଟିଛି। ଯାହାକୁ ଦେଖିଲେ ଆପଣବି ଏହାକୁ ସାବାଶି ଦେବାକୁ ଚାହିଁବେ କାରଣ ଘଟଣାଟି ପ୍ରମାଣ କରୁଛି ଯେ ଅନ୍ୟକୁ ଶିକ୍ଷିତ କରିବା ପାଇଁ ବା ଅନ୍ୟର ଭବିଷ୍ୟତ କୁ ଉଜ୍ଜ୍ୱଳ କରିବା ପାଇଁ କିପରି ଭାବରେ ଏହି ବୃଦ୍ଧ ବ୍ୟକ୍ତି ଜଣଙ୍କ ତାଙ୍କର ମାନବିକତା କୁ ପ୍ରଦର୍ଶନ କରିଛନ୍ତି।

ଚୀନ ର ଉହାନ ସହରରୁ ଜନ୍ମିତ କରୋନା ଭାଇରାସ ଏବେ ବିଶ୍ୱରେ ତାଣ୍ଡବଲୀଳା ରଚିବାରେ ଲାଗିଛି। ଏହି ଭାଇରାସ ଏବେ ବିଶ୍ୱ ମହାମାରୀ ର ରୂପ ଧାରଣ କରିଛି।କରୋନା ଭାଇରସ ର ସଂକ୍ରମଣ ରୁ ଦେଶ କୁ ରକ୍ଷା କରିବା ପାଇଁ ସାରା ଦେଶରେ ଲକ ଡାଉନ ଜାରି ହୋଇ ଥିଲା।କରୋନା କାଳରେ ମହାମାରୀ କରୋନା ଯୋଗୁଁ ପାଠ ପଢା ବାଧା ପ୍ରାପ୍ତ ହୋଇଛି।

ଏଥି ପାଇଁ ଛାତ୍ରଛାତ୍ରୀ ଙ୍କୁ ଅନଲାଇନ ରେ ପାଠ ପଢ଼ା ଚାଲିଛି, ହେଲେ ସବୁ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ଏହି ସୁବିଧା ପାଇ ପାରୁ ନାହାଁନ୍ତି।ତେଣୁ ଓଡ଼ିଶାର ଯାଜପୁର ଜିଲ୍ଲାର ଜଣେ ବୃଦ୍ଧ ଏକ ଗଛ ମୂଳରେ ପିଲା ମାନଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି।

ତେବେ ଏକ ଜାତୀୟ ଗଣମାଧ୍ୟମ ରେ ଏହି ଖବର ପ୍ରକାଶ ପାଇବା ପରେ ତାଙ୍କ ଆଡକୁ ପ୍ରଶଂସା ର ସୁଅ ଛୁଟିଛି।ତେବେ ବର୍ତଣ୍ଡା ର ସରପଞ୍ଚ କହିଛନ୍ତି କି ସେହି ବୃଦ୍ଧ ବ୍ୟକ୍ତି ଜଣଙ୍କ କେବଳ ଏବେ ନୁହେଁ ବରଂ ସେ ଗତ ୭୫ ବର୍ଷ ଧରି ସେହି ଗ୍ରାମର ପିଲା ମାନଙ୍କୁ ମାଗଣାରେ ପାଠ ପଢ଼େଇ ଆସୁଛନ୍ତି।

ସରପଞ୍ଚ କହିଛନ୍ତି କି ସେହି ବୃଦ୍ଧ ବ୍ୟକ୍ତିଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇ ଥିଲେ ମଧ୍ୟ ସେ କୌଣସି ସରକାରୀ ସହାୟତା ନେବାକୁ ଚାହାଁନ୍ତି ନାହିଁ ବୋଲି କହି ଏସବୁକୁ ମନା କରି ଦେଇଛନ୍ତି।

ସେହି ବୟସ୍କ ବ୍ୟକ୍ତି ଜଣଙ୍କ କହିଛନ୍ତି ପିଲା ମାନଙ୍କୁ ପାଠ ପଢ଼ାଇବା ତାଙ୍କର ନିଶା ଅଟେ ଓ ଏହା ଦ୍ଵାରା ତାଙ୍କୁ ଅତ୍ୟନ୍ତ ଖୁସି ମିଳି ଥାଏ।ତେଣୁ ସେ ତାଙ୍କର ଏହି କାର୍ଯ୍ୟ ପାଇଁ କୌଣସି ଦରମା କିମ୍ବା ସହାୟତା ନେବେ ନାହିଁ।ତେବେ ସେହି ଗାଁର ସରପଞ୍ଚ କହିଛନ୍ତି କି ସେ ସେହି ମଉସାଙ୍କ ପାଇଁ ଏକ ଗୃହ ନିର୍ମାଣ କରିବେ,ଯାହା ଦ୍ୱାରା ସେଠାରେ ମଉସା ପିଲା ମାନଙ୍କୁ ସୁରକ୍ଷିତ ଭାବେ ପାଠ ପଢ଼ାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।