ଦେଖନ୍ତୁ ଭିଡ଼ିଓ । ମଦ ଛଡ଼ାଇ ନେଲା କୁନି କୁନି ଓଠର ହସ ।। ଶେଷରେ ମଦ ବନ୍ଦ ପାଇଁ ଜିଲ୍ଲାପାଳ ଙ୍କୁ ହାତ ଯୋଡି ଅନୁରୋଧ କଲା କୁନି ଝିଅ…..

ମହାମାରୀ ଠାରୁ ବଳିଗଲା ମଦ ନିର୍ଯାତନା କାହାଣୀ। ମଦ କିପରି ଏକ ହସ ଖୁସି ସଂସାର କୁ ଜାଳି ପୋଡି ନଷ୍ଟ କରିଦେଲା । କେମିତି ଜଣେ ବାପା ଙ୍କୁ ସୈତାନ ସଜାଇ ଦେଲା। ଯେଉଁ ଝିଅ କୁ ଗେଲ ବସର ରେ ବଡ଼ କରିବା କଥା ମଦ ପାଇଁ ଆଜି ସେଇ ଝିଅ କୁ କାଠ ଫାଳିଆ ରେ ବି ପିଟିବାକୁ ପଛାଇଲେ ନାହିଁ ବାପା ।

ସ୍ନେହ ମମତା ଭିତରେ ମଦ କେମିତି ମଣିଷ ପଣିଆ କୁ ମାରିଦେଲା ସେହି କଥା ଶୁଣିଲେ ଆପଣ ଙ୍କ ଛାତି ଥରି ଉଠିବ ।

ସୁନ୍ଦରଗଡ଼ ରାଣୀ ବଗିଚା ର ସରସ୍ଵତୀ ଏକା । ବୟସ ପାଖା ପାଖି 8-9 ବର୍ଷ ହେବ । ସରସ୍ଵତୀ ଙ୍କ କାହାଣୀ ଶୁଣିଲେ ଆପଣ ଙ୍କ ଆଖିରେ ଲୁହ ରହିବ ନାହିଁ । ସରସ୍ଵତୀ ଙ୍କ ବାପା ପ୍ରତିଦିନ ମଦ ପିଇ ଘରକୁ ଫେରନ୍ତି ଓ ଘରକୁ ଫେରି ଝଗଡା ଆରମ୍ଭ କରି ଦିଅନ୍ତି । ମଦ ପିଇବା ପାଇଁ ନିଜର କୁନି ଝିଅ ଟିକୁ ଟଙ୍କା ମାଗନ୍ତି ଆଉ କୁନି ଝିଅ ଟି ବି ଟଙ୍କା ଆଣିବ କୁଆଡୁ।

ଏଣେ ଟଙ୍କା ନଦେଲେ କାଠ ଫାଳିଆ ରେ ମାଡ ମାରନ୍ତି ସେଥିପାଇଁ ମଦ ଭାଟି ବନ୍ଦ କରିବା ପାଇଁ ଆକୁଲ ନିବେଦନ କରୁଛି କୁନି ଝିଅ । ସେହି ପରି ଆଉ ଜଣେ ଝିଅ ବର୍ଷା ପ୍ରିୟଦର୍ଶିନୀ ସରେଙ୍ଗ , ବୟସ 10-11 ବର୍ଷ ହେବ । ଏହି ଝିଅ ଟି ରେ ମୁଣ୍ଡ ଉପରୁ ମା ର ପଣତ କାନୀ କୁ ଛଡ଼ାଇ ନେଇଛି ମଦ । ଆଉ ତାକୁ ଅନାଥ କରି ଦେଇଛି। ଖେଳିବା ବୁଲିବା ବୟସ ରେ ଯେମିତି ଝିଅ ଟି ଅନାଥ ହୋଇ ଯାଇଛି ଥରେ ଭାବନ୍ତୁ ତା ମନରେ କେତେ କଷ୍ଟ ରହିଥିବ।

ବାପା ମୂଲ ଲାଗି ପରିବାର ଚଳାଉ ଥିବା ବେଳେ ଯାହା ରୋଜଗାର ହେଇଥିଲା ବାପା ମା ଦୁଇ ଜଣ ମଦ ଭାଟି କୁ ଯାଇ ଯାଇ ମଦ ଅଭ୍ୟାଶଗତ ହୋଇ ଯାଇଥିଲେ। ଆଉ ଘରକୁ ଫେରିବା ପରେ ଆରମ୍ଭ ହୋଇ ଯାଉଥିଲା ଝଗଡା। ଏମିତି ମଦ ପିଇ ପିଇ ବର୍ଷା ଙ୍କ ବାପା 2017 ମସିହା ରେ ଆରପାରି କୁ ଚାଲି ଯାଇଥିଲେ ଓ ତାଙ୍କ ମା ମଧ୍ୟ 2018 ମସିହା ରେ ମଦ ପିଇ ପିଇ ଆରପାରି କୁ ଚାଲି ଯାଇଥିଲେ ।ଆଉ ଏହି ମଦ ହିଁ ବର୍ଷା ଙ୍କୁ ଅନାଥ କରି ଦେଲା ।

ସେଇଥି ପାଇଁ ତ ତାଙ୍କ ସହିତ ଯାହା ଘଟିଛି ଯେମିତି ଆଉ କାହା ସହିତ ନହେଉ ସେଥିପାଇଁ ମଦ ଭାଟି କୁ ବନ୍ଦ କରିବା ପାଇଁ ସେ ଜିଲ୍ଲାପାଳ କୁ ଗୁହାରି କରିଛନ୍ତି । ତେବେ ତାଙ୍କର ଏହି କରୁଣ କାହାଣୀ ଶୁଣି ସାରିବା ପରେ ତାଙ୍କର ଦାବି କୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ତେବେ ଆମେ ଆଶା କରୁଛୁ ଯେ ମଦ ଲେଖିଥିବା ଏହି କରୁଣ କାହାଣୀ ଶିକ୍ଷିତ ସମାଜ କୁ ଅନେକ କିଛି ଶିଖାଇବା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।