ମାଛ ମୁଣ୍ଡ ଖାଉଥିବା ୯୯% ଲୋକେ ଜାଣି ନାହାଁନ୍ତି ଏହି କଥା, ଯଦି ମାଛ ଖାଉଛନ୍ତି ତେବେ ନିଶ୍ଚୟ ଜାଣି ରଖନ୍ତୁ …

ପ୍ରାୟତଃ ଅନେକ ଲୋକ ମାଛ ଖାଇବାକୁ ପସନ୍ଦ କରିଥାନ୍ତି। ମାଛ ଏକ ଜଳଚର ପ୍ରାଣୀ ହୋଇଥିବାରୁ ଏହା ଉଭୟ ମଧୁର ଜଳ ଏବଂ ଲୁଣି ଜଳରେ ବାସ କରିଥାଏ।ତେବେ କିଛି ଲୋକ ମଧୁର ଜଳ ରେ ରହୁଥିବା ମାଛ ଖାଇବାକୁ ଭଲ ପାଉଥିବା ବେଳେ କିଛି ଲୋକ ଲୁଣି ପାଣିରେ ବାସ କରୁଥିବା ମାଛ ଖାଇବାକୁ ପସନ୍ଦ କରିଥାନ୍ତି।ଅନେକ ସଭ୍ୟତା , ଇତିହାସ ଏବଂ ସଂସ୍କୃତି ରେ ମାଛ ଙ୍କ ର ବିଶେଷ ସ୍ଥାନ ରହିଛି I

ଦୁନିଆ ରେ ମାଛ ଙ୍କ ର ପ୍ରାୟତ ୨୮,୫୦୦ ପ୍ରଜାତି ରହିଛି ଏବଂ ଏହି ମାଛ ଗୁଡିକ ୨୧୮୦୦୦ ଟି ଭିନ୍ନ ଭିନ୍ନ ନାମ ରେ ପରିଚିତ ଅଟନ୍ତି I ତା ମଧ୍ୟରୁ ମାତ୍ର ଅଳ୍ପ କେତୋଟି ମାଛ ର ପ୍ରଜାତି ଏବଂ ନାମ ଆମକୁ ଜଣା ଅଛି।

ତେବେ ମାଛ ର ପ୍ରଜାତି ଭିନ୍ନ ଭିନ୍ନ ହୋଇଥିବା ବେଳେ ମାଛର ସ୍ଵାଦ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ ସେମାନଙ୍କ ଜୀବନ ଧାରଣ ଏବଂ ବାସ କରୁଥିବା ସ୍ଥାନ ଅନୁସାରେ।ତେବେ ଆମେ ଅଧିକାଂଶ ସମୟରେ ଦେଖିବାକୁ ପାଇଥାଉ ଯେ ବହୁତ୍ ଲୋକ ମାଛର ଭିନ୍ନ ଭିନ୍ନ ଅଂଶକୁ ଖାଇବାକୁ ଅଧିକ ପସନ୍ଦ କରନ୍ତି।

ଯେମିତି କି କିଛି ଲୋକ ମାଛର ଲାଞ୍ଜ ଖାଇବାକୁ ପସନ୍ଦ କରିଥିବା ବେଳେ କିଛି ଅଛନ୍ତି ଯେଉଁ ମାନେ ମାଛର ମୁଣ୍ଡ ଖାଇବାକୁ ଭଲ ପାଆନ୍ତି।ତେବେ ଆପଣ କଣ ଜାଣିଛନ୍ତି ମାଛର ମୁଣ୍ଡ ଖାଇବା ଦ୍ୱାରା ଆପଣଙ୍କର କଣ ହୋଇଥାଏ। ଏହାଦ୍ଵାରା ଆପଣଙ୍କର ଲାଭ ହୋଇଥାଏ ନା କ୍ଷତି ହୋଇଥାଏ। ମାଛ ମୁଣ୍ଡ ଶରୀର ପାଇଁ କେତେ ଉପକାରୀ ଅଟେ।ତେବେ ଆସନ୍ତୁ ଜାଣିବା ମାଛ ମୁଣ୍ଡ ଖାଇବାର ଫାଇଦା ବିଷୟରେ।

୧) ଆଖି ସମସ୍ୟା ଦୂର ହୋଇଥାଏ- ଛୋଟ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଆଖି ସମସ୍ୟା ଏକ ଗୁରୁତର ରୋଗ ଭାବରେ ଦେଖିବାକୁ ମିଳୁଛି। ଛୋଟ ପିଲାମାନେ ଅଳ୍ପ ବୟସରୁ ଆଖି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଯଦି ସେମାନେ ମାଛ ମୁଣ୍ଡର ସେବନ କରିବେ ତେବେ ସେମାନଙ୍କ ନିକଟରେ ଏହି ସମସ୍ୟା ଦୂର ହେବ।

୨) ଷ୍ଟୋନ ସମସ୍ୟା ରୁ ମୁକ୍ତି ମିଳେ- ଆଜିକାଲି ଷ୍ଟୋନ ହେବା ଏକ ଗୁରୁତର ସମସ୍ୟା ଭାବରେ ଉଭା ହେଲାଣି। ଏହାକୁ ଦୂର କରିବା ପାଇଁ ଆପଣଙ୍କୁ ମାଛ ମୁଣ୍ଡର ସେବନ ନିୟମିତ ଭାବରେ କରିବା ଆବଶ୍ୟକ। ନହେଲେ ଆପଣ ଦିନକ ପରେ ଦିନେ ଏମିତି କରି ମଧ୍ୟ ମାଛମୁଣ୍ଡ କୁ ଚୋଵାଇ ଖାଇଲେ ଏହି ସମସ୍ୟା ଦୂର ହେବ।

୩) ବାଳ ଝଡ଼ିବା ସମସ୍ୟା ରୁ ମୁକ୍ତି- ମହିଳା ମାନଙ୍କ ପାଇଁ ମାଛ ମୁଣ୍ଡର ସେବନ ବହୁତ ଉପକାରୀ ଅଟେ। କାରଣ ସେମାନଙ୍କର କେଶ ଝଡ଼ିବା ସମସ୍ୟା ଅନେକାଂଶ ରେ ବନ୍ଦ ହୋଇ ଯାଇଥାଏ ମାଛ ମୁଣ୍ଡ ଖାଇବା ପରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।