ମାଛର ଓଜନ ୫୦୦-୫୫୦ କିଲୋଗ୍ରାମ । ଯାହାର ମୁହଁ କରତ ଭଳି ଦେଖିବାକୁ ।

ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ ଘଟଣା ସମ୍ପର୍କ ରେ ଅବଗତ ହୋଇ ଥାଉ ଯାହାକି ବେଳେ ବେଳେ କିଛି ଏମିତି ବି ଦୃଶ୍ୟ ଆସି ପହଞ୍ଚି ଥାଏ ଖୁବ ଆଶ୍ଚର୍ଯ୍ୟ କରି ଦେଇ ଥାଏ | ତେବେ ବର୍ତ୍ତମାନ ସମୟ ରେ ସେଭଳି ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯାହା ଆପଣ ମଧ୍ୟ ଦେଖିଲେ ସହଜ ରେ ବିଶ୍ୱାସ କରି ପାରିବେ ନାହିଁ | ଏହି ଭିଡ଼ିଓ ଥିବା ଏକ ବିରଳ ପ୍ରଜାତି ର ମାଛ କୁ ଭଲ କରି ଦେଖି ନିଅନ୍ତୁ, ଏହି ମାଛ ବହୁତ କମ ଜାଗାରେ ଦେଖିବା ପାଇଁ ମିଳନ୍ତି |

ତେବେ ଏହି ମାଛ ର ମୁହଁ କୁ ଦେଖିଲେ ଆପଣ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ, ଏହାର ମୁହଁ ହେଉଛି ଲମ୍ବା ଆଉ କରତ ଭଳି | କରତ ଯାହାକୁ ଆମେ କାଠ କାଟିବା ପାଇଁ ବ୍ୟବହାର କରି ଥାଉ ଯାହାର ଦୁଇ ପଟରେ ଧାର ରହିଥାଏ | ତେବେ ଏଠାରେ କହି ରଖିବାକୁ ଚାହିଁବୁ କି ଏହା ସାଧାରଣତଃ ଗଭୀର ସମୁଦ୍ର ଭିତରେ ଦେଖାଯାଏ |

ତେବେ ସବୁଠାରୁ ବଡ଼ କଥା ହେଉଛି ଧରା ପଡ଼ି ଥିବା ଏହି ଶଙ୍କର ପ୍ରଜାତି ର ମାଛର ଓଜନ ପ୍ରାୟ 500 ରୁ 550 କିଲୋଗ୍ରାମ | ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀର୍ଘ ମହାଣ ରେ ଏହି ବିରଳ ପ୍ରଜାତି ର ମାଛ ଦେଖିବା ପାଇଁ ମିଳିଛି ମସ୍ୟଜୀବି ମାନେ ଦାବି କରିଛନ୍ତି କି ଏହି ବିରଳ ପ୍ରଜାତି ର ମାଛ ରୁ ଜୀବନ ପ୍ରଦାନକାରୀ ଔଷଧ ତିଆରି କରାଯାଏ |

ତେବେ ପାରାଦ୍ୱୀପ ର ଏକ ଡ୍ରଲର ରେ ଏହି ମାଛ ଟି ସିଧା ମହାଣ କୁ ଆସିବା ପରେ ମାଛ ଟିକୁ ଦେଖିବା ପାଇଁ ପ୍ରବଳ ଆକାର ରେ ଭିଡ଼ ଜମୁଛି | ଆଉ ଏହି ମାଛ ଟିକୁ ଆଜି ଦିଘା ରେ ନିଲାମ କରାଯାଇଛି ଆଉ ଯାହାର ବଜାର ମୂଲ୍ୟ ଏକ ଲକ୍ଷ ଟଙ୍କା ବୋଲି ଜଣା ପଡ଼ିଛି |

ଆଉ ସବୁଠାରୁ ବଡ଼ କଥା ଏହି ମାଛ ର ମୁହଁ କରତ ଭଳି ଦେଖା ଯାଉ ଥିବାରୁ ଏହି ମାଛ କୁ ଦେଖିବା ପାଇଁ ପାଖଆଖ ରୁ ଏବେ ଲୋକେ ଧାଇଁ ଆସୁଛନ୍ତି ଏବଂ ମାଛ କୁ ଦେଖିବା ପାଇଁ ଗହଳି ଲଗାଉଛନ୍ତି |

 

ତେବେ ଆପଣ ହୁଏତ ଏଭଳି ମାଛ କେବେ ଦେଖି ନଥିବେ କାରଣ ମାଛର ଓଜନ ଏମିତି ହେବା ସହିତ ତାର ଲମ୍ବ ଦେଖିଲେ ବି ଆପଣ ଚମକି ପଡିବେ | ତେବେ ବର୍ତ୍ତମାନ ସମୟ ରେ ଏହି ବିରଳ ମାଛ ର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଯିଏ ବି ଦେଖୁଛି ସେ ଆଶ୍ଚର୍ଯ୍ୟ ହେବା ସହିତ ବିଶ୍ୱାସ ମଧ୍ୟ କରି ପାରୁ ନାହାଁନ୍ତି |