ଭାଇରାଲ ବୟ Santanu ଗାଇଲେ ଡ୍ୟାନ୍ସ Song ” ରାଜଧାନୀ ଟୋକା “… ମାତ୍ର ୪ ଘଣ୍ଟାରେ 01 Million 96k ଲୋକ ଦେଖି ସାରିଲେଣି…
ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ତଥା ସିନେମା ଟିଭି ଆଦି ଏମିତି ଏକ ପ୍ଲାଟଫର୍ମ ସାଜିଛି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ କୁ ସମସ୍ତଙ୍କ ସାମ୍ନା କୁ ଆଣି ପାରୁଛି ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇ ପାରୁଛି | ଆମ ଦେଶ ରେ ଅନେକ ଏମିତି ପ୍ରତିଭା ଅଛନ୍ତି ଯେଉଁ ମାନେ ନିଜ ଗୁଣର ଅଧିକାରୀ ଅଟନ୍ତି ଏବଂ ତାଙ୍କ ପାଖରେ ଅନେକ ଟ୍ୟାଲେଣ୍ଟ ରହି ଥାଏ |
କିନ୍ତୁ ଉଚିତ ପ୍ଲାଟଫର୍ମ ନଥିବାରୁ ତାହା ତାଙ୍କ ଭିତରେ ହିଁ ରହି ଯାଉଥିଲା | ହେଲେ ଯେବେ ଠାରୁ ସୋସିଆଲ ମିଡ଼ିଆ ଲୋକ ମାନଙ୍କ ପାଖରେ ପହଞ୍ଚିଛି ସେବେଠୁ ନିଜ ଗୁଣ ସମସ୍ତଙ୍କ ଆଗରେ ଲୋକ ମାନେ ଦେଖାଇ ପାରୁଛନ୍ତି |
ଆଉ ଏହି ଗୁଣ କୁ ପ୍ରଦର୍ଶିତ କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାର ର ରିୟାଲିଟି ସୋ ସବୁ ଟିଭି ରେ ଦେଖିବାକୁ ମିଳୁଛି | ଏଥିମଧ୍ୟରୁ ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ରିୟାଲିଟି ସୋ ଓଡ଼ିଶା ର ନୂଆ ସ୍ୱର ହେଉଛି ଅନ୍ୟତମ | ତେବେ ଏହି ରିୟାଲିଟି ସୋ ରେ ଜଜ ଭାବରେ ଅଛନ୍ତି ବରିଷ୍ଠ ସିଙ୍ଗର ବିକାଶ ଦାସ, ପ୍ରଜ୍ଞା ହତା ଏବଂ ଅର୍ପିତା | ତେବେ ଏହି ସୋ ରେ ଧମାକା କରି ଥିବା ସାନ୍ତୁନୁ କୁମାର ମହାନ୍ତି ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯାହାଙ୍କୁ ସାରା ଓଡ଼ିଶା ଏବେ ଭାଇରାଲ ବୟ ସାନ୍ତୁନୁ ନାମରେ ହିଁ ଜାଣିଛନ୍ତି |
ସାନ୍ତୁନୁ କୁମାର ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି, ଯିଏ କି ଅନେକ ଗୀତ ଗାଇ ଦର୍ଶକ ମାନଙ୍କ ମନକୁ ଜିଣି ପାରିଛନ୍ତି | କେବଳ ଗୀତ ଗାଇ ଥାଆନ୍ତି ତାହା ନୁହେଁ ବରଂ ସେ ଗୀତ ସହିତ ଅନେକ ମଜାଦାର ଏକ୍ସପ୍ରେସନ ଦେଇ ନାଚି ମଧ୍ୟ ଥାଆନ୍ତି | ସେ ଦେଖିବାକୁ ଯେମିତି କ୍ୟୁଟ ତାଙ୍କ କଥାବାର୍ତା ମଧ୍ୟ ସେଭଳି ଭାବରେ କ୍ୟୁଟ | ସେ ଅନେକ ସମୟରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇ ଥାଆନ୍ତି ଏବଂ ଅନେକ ଷ୍ଟେଜ ପ୍ରଗ୍ରାମ ରେ ମଧ୍ୟ ନିଜର ଧମାକା ଦେଖାଇ ସାରିଲେଣି |
ତେବେ ଭାଇରାଲ ବୟ ସାନ୍ତୁନୁ ଙ୍କର ପୁଣି ଏକ ନୂଆ ଗୀତ ସୋସିଆଲ ମିଡ଼ିଆ ରେ ଖୁବ ଚହଳ ପକାଇଛି ଆଉ ସେହି ଗୀତ ଟିର ଟାଇଟେଲ ହେଉଛି ରାଜଧାନୀ ଟୋକା | ସାନ୍ତୁନୁ ଏହି ଗୀତ ଟିକୁ ଏଭଳି ଭାବରେ ଗାଇଛନ୍ତି ଯାହାକି ସମସ୍ତ ଙ୍କ ମନକୁ ଛୁଇଁ ଯାଇଛି ଏବଂ ତାଙ୍କୁ ଗୀତ ରେ ତାଳେ ତାଳେ ଝୁମି ସେଠାରେ ମାହଲ ଟି ପୁରା ବଦଳି ଯାଇଛି | ଏହି ଗୀତ ଟିକୁ ଶୁଣି ଏବେ ସମସ୍ତ ଦର୍ଶକ ସାନ୍ତୁନୁ ଙ୍କୁ ବେସ ପ୍ରଶଂସା କରିଛନ୍ତି ଏବଂ ଏହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି |