ଭଲ ସମୟ ଆସିବା ପୂର୍ବରୁ – ଭଗବାନ ଦେଇଥାନ୍ତି 4ଟି ସଙ୍କେତ |

ପ୍ରତ୍ୟେକ ବ୍ୟକ୍ତି ର ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ୪ ଟି ସଙ୍କେତ। ଭଲ ଏବଂ ଖରାପ ସମୟ ଦୁହେଁ ଦୁହିଁଙ୍କ ର ବିପରୀତ ଅଟନ୍ତି। ଦୁନିଆରେ ପ୍ରତ୍ୟେକ ମଣିଷ ଏହି ଖରାପ ସମୟ ଠାରୁ ମୁକ୍ତି ପାଇବା ପାଇଁ ଚାହିଁଥାନ୍ତି ଏବଂ ଭଲ ସମୟକୁ ଅପେକ୍ଷା କରି ରହିଥାନ୍ତି। ଅଧିକାଂଶ ବ୍ୟକ୍ତି ଏପରି ରହିଥାନ୍ତି ଯିଏକି ଖରାପ ସମୟରେ ଭଗବାନଙ୍କ ନାମକୁ ସ୍ମରଣ କରିଥାନ୍ତି।

କିନ୍ତୁ ଯେତେବେଳେ ଭଗବାନ ତାଙ୍କ ଉପରେ ନିଜ କୃପା ଦୃଷ୍ଟି ଢାଳିଥାନ୍ତି ସେହି ଲୋକ ସୁଖରେ ଏତେ ମଗ୍ନ ହୋଇ ଯାଇଥାନ୍ତି ଯେ ସେମାନେ ଭଗବାନ ଙ୍କୁ ହିଁ ଭୁଲି ଯାଇଥାନ୍ତି। କିନ୍ତୁ ଆପଣ ଏହା ଜାଣିକରି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଖରାପ ଏବଂ ଭଲ ସମୟ ଆସିବା ପୂର୍ବରୁ ଭଗବାନ ଆମକୁ କିଛି ନା କିଛି ସଙ୍କେତ ନିଶ୍ଚୟ ଦେଇଥାନ୍ତି।

କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ନିଜ କାମରେ ଏତେ ପରିମାଣରେ ବ୍ୟସ୍ତ ରହିଥାନ୍ତି ଯେ ସେମାନେ ସେହି ସବୁ ସଙ୍କେତ କୁ ବୁଝି ପାରନ୍ତି ନାହିଁ। ହିନ୍ଦୁ ଶାସ୍ତ୍ର ରେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ମାନାଯାଇଥାଏ। କୁହାଯାଏ କି ମାତା ଲକ୍ଷ୍ମୀ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି ଏବଂ ସେ ଗୋଟିଏ ଘରେ କେବେବି ସ୍ଥିର ହୋଇ ରହିପାରେ ନାହିଁ।

ଏହିପରି ଯେଉଁ ବ୍ୟକ୍ତି ମାତା ଲକ୍ଷ୍ମୀ ଙ୍କୁ ସଚ୍ଚୋଟ ମନରେ ପୂଜା କରିଥାନ୍ତି ଏବଂ କାହାର ହୃଦୟକୁ କଷ୍ଟ ଦିଅନ୍ତି ନାହିଁ ତାଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କୁ ଧନ, ସୁଖ, ସମୃଦ୍ଧି ର ଆଶୀର୍ବାଦ ଦେଇଥାନ୍ତି। ବିଷ୍ଣୁ ପୁରାଣ ଅନୁସାରେ ମାତା ଲକ୍ଷ୍ମୀ କୌଣସି ଗୃହରେ ବାସ କରିବା ପୂର୍ବରୁ ସେଠାରେ ରହୁଥିବା ଲୋକଙ୍କୁ କିଛି ସଙ୍କେତ ଦେଇଥାନ୍ତି।

୧- ପେଚା

ପେଚାକୁ ମାତା ଲକ୍ଷ୍ମୀଙ୍କ ବାହାନ ବୋଲି କୁହାଯାଏ। ତେବେ ଆପଣଙ୍କୁ ଯଦି କେଉଁଠି ପେଚା ଦେଖାଯାଏ ତାହେଲେ ଜାଣି ନିଅନ୍ତୁ ଯେ ମାତା ଲକ୍ଷ୍ମୀ ଆପଣଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଏବଂ ଅତିଶୀଘ୍ର ଆପଣଙ୍କ ଘରେ ବାସ କରିବାକୁ ଯାଉଛି। କାହିଁକିନା ଯେଉଁ ଜାଗାରେ ଲକ୍ଷ୍ମୀଙ୍କ ବାହାନ ପେଚା ରହିଥାଏ ତା ପଛରେ ସ୍ୱୟଂ ମା ଲକ୍ଷ୍ମୀ ଆସିଥାନ୍ତି।

୨- ସବୁଜ ରଙ୍ଗ

ଯଦି ଆପଣଙ୍କୁ ହଠାତ୍ ସବୁଜ ରଙ୍ଗ ଦେଖାଯାଏ ତାହେଲେ ଜାଣି ନିଅନ୍ତୁ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ବାସ କରିବାକୁ ଯାଉଛି। ବାସ୍ତବରେ ସବୁଜ ଜିନିଷ ଯେମିତିକି ସବୁଜ ଗଛପତ୍ର ଆମ ଜୀବନରେ ଖୁସି ଆସିବାର ସଙ୍କେତ ଦେଇଥାଏ।

୩- ଝାଡ଼ୁ

 

ଝାଡ଼ୁ ମାତା ଲକ୍ଷ୍ମୀଙ୍କ ବହୁତ ପସନ୍ଦ ହୋଇଥାଏ। କାହିଁକିନା ମାତା ଲକ୍ଷ୍ମୀଙ୍କୁ ସଫା ସୁତୁରା ରହିଥିବା ଗୃହ ଭଲ ଲାଗେ। ଏପରିକି ଝାଡ଼ୁ ଆମ ଗୃହର ମଇଳା ବାହାର କରିବାରେ ସାହାଯ୍ୟ କରେ ଏବଂ ଅନେକ ରୋଗରୁ ରକ୍ଷା କରିଥାଏ।

୪- ଶଙ୍ଖର ଧ୍ୱନି

ଯଦି ସକାଳୁ ଉଠିବା ସମୟରେ ଶଙ୍ଖର ଧ୍ୱନି ଆପଣଙ୍କୁ ଶୁଣିବାକୁ ମିଳେ ତେବେ ଏହାର ଅର୍ଥ ଏହାକି ବହୁତ ଶୀଘ୍ର ଆପଣଙ୍କ ଉପରେ ଭଗବାନଙ୍କ କୃପା ପଡ଼ିବାକୁ ଯାଉଛି ଏବଂ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଆଉ ଯେଉଁ ଘରେ ଶଙ୍ଖକୁ ପୂଜା କରାଯାଏ ସେହି ଘରେ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ବାସ କରିଥାନ୍ତି।