D.R chinmayee kar-ମହିଳା ଙ୍କୁ କାହିଁକି ହୁଏ ଫାଇବ୍ରଏଡ୍ , ଜାଣନ୍ତୁ Fibroidର ହେବାର ପ୍ରକୃତ ଲକ୍ଷଣ କଣ ?

ଫାଇବ୍ରଏଡ୍ କହିଲେ ବହୁତ ଜଣ ବୁଝି ପାରନ୍ତିନି ଏବଂ କହିଥାନ୍ତି ଯେ ଏହା ଗୋଟିଏ ଟ୍ୟୁମର ହୋଇଛି ୟୁଟ୍ରେସିରେ । ତେବେ ଏହା ସତ ଯେ ତାହା ଗୋଟିଏ ଟ୍ୟୁମର ଗ୍ରୋଥ୍ ଅଟେ କିନ୍ତୁ ସବୁ ଟ୍ୟୁମର ଯେମିତି ମନରେ ଆଶଙ୍କା ଆସେ କି ତାହା କ୍ୟାନସର ବୋଲି ,ହେଲେ ଫାଇବ୍ରଏଡ୍ କ୍ଷେତ୍ରରେ ସେତିକି ଡରିବା କଥା ନୁହେଁ କାହିଁକି ନାଁ ସେଇଟା କେବେ କ୍ୟାନସର ନୁହେଁ । ସବୁ ଟ୍ୟୁମର ଯେମିତି କ୍ୟାନସର ନୁହେଁ ସେମିତି ଫାଇବ୍ରଏଡ୍ ଟା ବି କ୍ୟାନସର ନୁହେଁ ।

ଫାଇବ୍ରଏଡ୍ କଣ ?

ଏହା ଗୋଟିଏ ଅବନରମାଲ୍ ଗ୍ରୋଥ୍ ଗୋଟିଏ ହୁଏ ୟେଉଂଟାକି ୟୁଟ୍ରେସର୍ ମାଂଶପେଶୀରୁ ବାହିରଥାଏ । ୟୁଟ୍ରେସର୍ ଯେଉଂ ମାଶଲ୍ ଲେୟାରଟି ରହିଛି ତାଭିତରୁ ଯଦି ।ଯେକୌଣସି ଗୋଟିଏ ମାଶଲ୍ ସେଲରୁ ଯେଉଂଟାକି ଅବନରମାଲ୍ ଗ୍ରୋଥ କରି ଗୋଟିଏ ଟ୍ୟୁମରେସ୍ ଗ୍ରୋଥ ହୋଇକି ସେଇଟା ଫାଇବ୍ରଏଡ୍ ବନିଥାଏ ।

ଫାଇବ୍ରଏଡ୍ କେତେ ପ୍ରକାର ?

ୟୁଟ୍ରେସ ବା ଗର୍ଭାଶୟର ଯେକୌଣସି ଲେୟାରରୁ ବାହାରିଲେ ତାହାକୁ ଗୋଟିଏ ଅଲଗା ପ୍ରତକାର ନାଁ ଦିଆଯଏ । ଯେମିତି ଗର୍ଭାଶୟରେ 3ଟି ମେଜର୍ ଲେୟାର ଅଛି ଯଥା- Endometrium, Myometrium, Perimetrium । ସେହିପରି ଫାଇବ୍ରଏଡଟି ଯୋଉଁ ଜାଗାରେ ଅଛି ପ୍ରକାରେ ତାର ନାଁ ଦିଆଯାଇଛି । ଯଦି Endometrium Layer ଅଛି ତେବେ ତାକୁ Submucosal Fibroids କୁହାଯାଏ ,Myometriumରେ ଥିଲେ Intramural ଏବଂ Perimetrium Subserous Fibroids କୁହାଯାଏ ।

Fibroidର ଲକ୍ଷଣ କଣ ?

ପ୍ରାୟତଃ Fibroidର କୌଣସି ଲକ୍ଷଣ ନଥାଏ । ଯଦି କୌଣସି ଅନ୍ୟ କାରଣ ପାଇଁ ଅଲଟ୍ରାସାଉଣ୍ଡ କରୁଛନ୍ତି କିମ୍ବା ସ୍କାନ୍ କରୁଛନ୍ତି ତାହେଲେ ଜଣାପଡେ ଫାଇବ୍ରଏଡ୍ ହୋଇଛି ବୋଲି ,ବହୁତ ଟାଇମ୍ ସେମିତି ହିଁ ଜଣାପଡେ ଫାଇବ୍ରଏଡ୍ ଅଛି ବୋଲି । ଏହାଛଡା ପିରିୟଡ୍ ସମୟରେ ବହୁତ ପେନ୍ ହେବା ଏବଂ ବ୍ଲିଡିଂ ହେବା ମଧ୍ୟ ଏହାର ଲକ୍ଷଣ ଅଟେ ,ଏହାସହିତ ବହୁତ ଦିନ ପର୍ଯ୍ୟନ୍ତ ବ୍ଲିଡିଂ ହେବା ସେଇଟା ଗୋଟିଏ ଫାଇବ୍ରଏଡ୍ କରିପାରେ ।

ମହିଳାଙ୍କୁ କାହିଁକି ହୁଏ Fibroid ?

ଏହାର ବହୁତ କାରଣ ଅଛି ତେବେ ଗୋଟିଏ ଗୁରୁତ୍ବପୂର୍ଣ୍ଣ କାରଣ ହେଉଛି ଗୋଟିଏ ଝେନେଟିକ୍ ପ୍ରବଲେମ୍ ରହିପାରେ ଯେଉଂଟା କି ସେ ସେଲ୍ ର ମ୍ୟୁଟେସନ୍ ର କାରଣ ହୋଇପାରେ ଯେଉଂଟାକି ବଢିକି ଫାଇବ୍ରଏଡ୍ ହେଉଛି । ଏହାଛଡା ହରମୋନ୍ କାରଣରୁ ମଧ୍ୟ ହେଇଥାଏ ଏବଂ ଗୋଟିଏ ଫ୍ୟାମିଲି ଟେଣ୍ଡେନିସ୍ ମଧ୍ୟ ରୁହେ, ଯଦି ଜଣେ ମହିଳାଙ୍କର ମାଁଙ୍କର କିମ୍ବା ଭଉଣୀଙ୍କର ଫାଇବ୍ରଏଡ ରହୁଛି ତାହେଲେ ଚାଞ୍ଚସେସ୍ ଅଛି କି ମହିଳା ଜଣଙ୍କର ବି ଫାଇବ୍ରଏଡ୍ ହୋଇପାରେ ।

ଫାଇବ୍ରଏଡ୍ କେମିତି ଚିହ୍ନିବେ ?

ସାଧାରଣତଃ ଯଦି ଅନ୍ୟ କୌଣସି ରୋଗ ପାଇଁ ଅଲଟ୍ରାସାଉଣ୍ଡ କିମ୍ବା ସ୍କାନିଂ କରୁଛନ୍ତି ତାହେଲେ ଯାଇ ଜଣାପଡିଥାଏ କି ଫାଇବ୍ରଏଡ୍ ହୋଇଛି ବୋଲି ।

ଚିକିତ୍ସାରେ ବିଳମ୍ବ ହେଲେ କଣ ସମସ୍ୟା ହେବ ?
ପ୍ରଥମେ ହେଉଛି ସେହି ଫାଇବ୍ରଏଡ୍ ର ସାଇଜ୍ ଧିରେଧିରେ ବଢି ଚାଲିବ ଏବଂ ସେହି ବଡ ପ୍ରକାର ଫାଇବ୍ରେଏଡ ବହୁତ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ, ଯେମିତିକ ପରିସ୍ରା କରିବାରେ ଅସୁବିଧା ମଳତ୍ୟାଗ କରିବାରେ ଅସୁବିଧା ହୋଇଥାଏ ଏବଂ ବେଳେବେଳେ ଏହା କିଡନି ଉପରେ ମଧ୍ୟ ପ୍ରଭାବ ପକେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।