ପ୍ରଥମ ଥର ପାଇଁ ଦେଖନ୍ତୁ ମାଁ ମେଟାକାନି ( maa Metakani ) ଙ୍କ ଆତ୍ମକାହାଣୀ , ହୋସ ଉଡେଇଦେଲା ଭଳି ଘଟଣା…

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୁତମେଣ୍ଡା ଗ୍ରାମରେ ଅବସ୍ଥିତ ମେଟାକାନୀ ମନ୍ଦିର, ଆଉ ମା ଙ୍କର ଜନ୍ମସ୍ଥଳୀ ହେଉଛି ବୌଦ୍ଧ ଜିଲ୍ଲା ବାଉଁସୁଣୀ ଗ୍ରାମର ଏକ ଶୁଣ୍ଢି ପରିବାର ରେ | ମା ମେଟାକାନୀ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ, ପିତା ପ୍ରତାପ ସିଂ ଓ ମାତା ସୁକାନ୍ତି ସିଂ ତାଙ୍କ ଗର୍ଭରୁ ଏକ ଶିଶୁ କନ୍ୟା ଜାତ ହେଲେ ଯାହାଙ୍କର ନାମ ହେଉଛି ହେମଲତା | ତେବେ ଆସନ୍ତୁ ଜାଣିବା ହେମଲତା ଏବେ ମା ମେଟାକାନୀ ରୂପରେ ପୂଜା ଅର୍ଚନା ପାଉଛି |

ସବୁ ଠିକଠାକ ଚାଲି ଥିଲା କିନ୍ତୁ ଦୁଇ ମାସ ହେଉ ଥାଏ ମାତା ସ୍ୱର୍ଗ ରହାଣ କଲେ ଆଉ ସବୁଦିନ ପାଇଁ ହେମଲତା ମା ଛେଉଣ୍ଡ ହୋଇ ଗଲେ | ଏସବୁ ଦେଖି ପିତା ପ୍ରତାପ ସିଂ ଶିଶୁ କୁ ନେଇ ଘଞ୍ଚ ଜଙ୍ଗଲ ରେ ଘୁରି ବୁଲିଲେ | ଠିକ ଏହି ସମୟରେ ସୁବର୍ଣ୍ଣପୁର ରାଜା ବୀରବର ମୃଗୟା ଉଦେଶ୍ୟ ରେ ଅରଣ୍ୟ ମଧ୍ୟକୁ ଆସି ଥିଲେ | ରାଜା ଦେଖିଲେ କି ଜଣେ ପାଗଳ ଶିଶୁ କନ୍ୟା କୁ ନେଇ ଏକ ବୃକ୍ଷ ମୂଳରେ ବସିଛନ୍ତି | ଶିଶୁ ଟି ମଧ୍ୟ ଖୁବ ଜୋର ରେ କ୍ରନ୍ଦନ କରୁଥାଏ ଆଉ ଏହାକୁ ଦେଖି ରାଜା ବୀରବର ଖୁବ ଆଶ୍ଚର୍ଯ୍ୟ ହୋଇ ଗଲେ |

ସେହି ଶିଶୁ ଟିକୁ ଦେଖି ରାଜାଙ୍କ ମନରେ ଦୟା ଭାବ ସୃଷ୍ଟି ହେଲା ସେ ସେହି ଶିଶୁର ଭବିଷ୍ୟତ କଥା ଭାବିଲେ ଏବଂ ରାଜ ପରିଷଦ କୁ ଆଦେଶ ଦେଇ କହିଲେ ଏହି ଶିଶୁ କନ୍ୟା ଟିକୁ ଆମ ରାଜ ଉଆସ କୁ ଘେନି ଆସ | ରାଜାଙ୍କ କହିବା ଅନୁଯାଇ ରାଜ ପରିଷଦ ସେହି ଶିଶୁ କନ୍ୟା କୁ ନେଇ ରାଜ ଉଆସ କୁ ଚାଲି ଆସିଲେ | ଆଉ ସେତେବେଳେ ବାଲ୍ୟ ବିବାହ ପ୍ରଥା ଚାଲିଥାଏ ଆଉ ଏହି ସମୟରେ ସେହି ଶିଶୁ କନ୍ୟାର ପିତା ହୋଇ ଦକ୍ଷିଣାପାଲି ଶଙ୍କରା ବେହେରା ଙ୍କ ପୁତ୍ର ବାସୁଦେବ ଙ୍କ ସହିତ ବିବାହ କରି ଦେଲେ |

ଏହାପରେ ଝିଅଟି ବାଲ୍ୟ ବିବାହ ହେଲା ପରେ ମଧ୍ୟ ସେ ପିତାଙ୍କ ଘରେ ରହୁଥିଲା | ଯେତେବେଳେ ହେମଲତା ଙ୍କୁ 18ବର୍ଷ ହେବ ସେତେବେଳେ ସେ ଶାଶୁଘର କୁ ଯିବ ବୋଲି ପିତା କହି ଥିଲେ | ଆଉ ହେମଲତା କୋହଭରା କାନ୍ଦକୁ ସହି ନପାରି ସୁବର୍ଣ୍ଣପୁର ର ଇଷ୍ଟଦେବୀ ମା ସୁରେଶପଲି ଙ୍କ ପାଖରେ ରାଜା ଯାଇ ପହଞ୍ଚିଲେ | ଆଉ ରାଜା କେତେ କାକୁତି ମିନତୀ ହେଲେ ମାଙ୍କ ପାଖରେ କାନ୍ଦି ପକାଇଲେ ଆଉ ରାଜାଙ୍କର କ୍ରନ୍ଦନ କୁ ସହି ନପାରି ମା ପ୍ରକଟ ହୋଇ କହିଲେ ମୁଁ ତୋ ଝିଅ ପାଖରେ ସଦା ସର୍ବଦା ଛାଇ ହୋଇ ରହିବି ତୋ ଝିଅର କୌଣସି ଅସୁବିଧା ହେବ ନାହିଁ | ରାଜା ମା ଙ୍କ ପାଖରୁ ଏମିତି ଆଶ୍ବସନା ପାଇ ସାରିଲା ପରେ ନିଜ ରାଜା ଉଆସ କୁ ଫେରି ଆସିଲେ |
ଏହାପରେ ଝିଅକୁ ଯାହା ଯୌତକ ଦେଇ ତା ଶାଶୁଘର କୁ ପଠାଇ ଦେଲେ | ତେବେ ଯେତେବେଳେ ରାଜ ପରିଷଦ ଙ୍କ ସହିତ ହେମଲତା ନିଜ ଶାଶୁଘର କୁ ଯାଉ ଥିଲେ ବାଟରେ ଘଞ୍ଚ ଜଙ୍ଗଲ ପଡ଼ିଲା ଆଉ ଦେଖିବାକୁ ମିଳିଲା କି ହେମଲତା ଙ୍କ ପଣତକାନି ରେ ରକ୍ତ ଝରୁ ଥିଲା | ତେବେ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ ଆଉ ସେହି ସ୍ଥାନଟି ଥିଲା କୁତମେଣ୍ଡା ସ୍ଥାନର ବାଘଝଲପା ଜଙ୍ଗଲ | ଏହି ସବୁ ଦୃଶ୍ୟ କୁ ଆଖି ଆଗରେ ରଖି ରାଜ ପରିଷଦ ପାଖଆଖ ଲୋକଙ୍କୁ ଖୋଜିଲେ ଆଉ ଜଣେ ବ୍ୟକ୍ତି ଙ୍କୁ ପାଇଲେ ଯାହାଙ୍କର ନାମ ଥିଲା ମେଟାଲୋହରା ଯାହାଙ୍କୁ ଶୀଘ୍ର ଡାକି ଆଣିଲେ |

ତେବେ ମେଟାଲୋହରା ଥିଲେ ଜଣେ ତାନ୍ତ୍ରିକ, ଆଉ ତାଙ୍କ ଆଦେଶ ରେ ହେମଲତା ଙ୍କ ଦେହରେ ଥିବା ସମସ୍ତ ଅଳଙ୍କାର କୁ ଖୋଲି ଦେବା ପାଇଁ କହିଲେ | ଆଉ ସବୁ ଅଳଙ୍କାର ଖୋଲି ବୃକ୍ଷ ତଳେ ଏକ ଗାତରେ ପୋତି ଦେବା ପାଇଁ କହିଲେ | ତେବେ ଠିକ ସେହି ସମୟରେ ଝିଅଟି ଗଗନ ମାର୍ଗରେ ଅନ୍ତର୍ଜାମୀ ହୋଇ କହିଲା, ଶୁଣ ହେ ମେଟାଲୋହରା ଏବଂ ରାଜ ପରିଷଦ ତୋ ନାମ ମେଟା ଏବଂ ମୋ କାନି ଏହାକୁ ଯୁଗ୍ମ କରି ମେଟାକାନୀ ନାମରେ ମୁଁ ଏହି ସ୍ଥାନରେ ପୂଜା ପାଇବି | ଏହା ଥିଲା ମାଙ୍କ ନାମକରଣ ଏବଂ ସତ୍ୟ ଘଟଣା କାହାଣୀ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।