ମାଳିକା ଦେଲା ବଡ ଭବିଷ୍ୟତବାଣୀ ! 7ଦିନ ହୋଇବ ଅନ୍ଧାର ବୁଲିବ ସୁଦର୍ଶନ ଚକ୍ର , ମାଳିକା କଲା ସଚେତନ …..ମନରେ ଭକ୍ତିଥିଲେ ଏହି ପୋଷ୍ଟଟି ନିଶ୍ଚିତ ପଢନ୍ତୁ ଏବଂ ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ..

ପ୍ରତ୍ୟେକ ଥରି ମହାପୁରୁଷଙ୍କର ମାଳିକା ଶାସ୍ତ୍ରକୁ ଆମେ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରିଥାଉ । ଛଅ ଶହ ବର୍ଷ ତଳେ ମହାପୁରୁଷ ଯାହା ଆମ ପାଇଁ ରଚନା କରି ଯାଇଥିଲେ ହେ କଳିହତ ମଣିଷ ସତର୍କ ହୋଇଯାଅ କାହିଁକି ନାଁ ଏହି ସବୁ ଜିନିଷ ତମ ପାଇଁ ଅଛି, ଯାହା ଘଟିବ ଆଗକୁ ବୋଲି କହିଥିଲେ ମହାପୁରୁଷ । ଅନ୍ୟାୟ ପଥରେ ଯେମିତି ଯିବ ସେମିତି ଫଳ ଭୋଗିବାକୁ ପଡିବ ସେଥିପାଇଁ ମହାପୁରୁଷ ମାଳିକା ଶାସ୍ତ୍ର ଦ୍ବାରା କରିଛନ୍ତି ଆମ ମାନଙ୍କୁ ସତର୍କ । ମାଳିକା କାହାକୁ ଭୟଭୀତ କରିବା ପାଇଂ ନୁହେଁ କିମ୍ବା କାହାକୁ ଆଘାତ କରିବା ପାଇଁ ବରଂ ଏହା ଆମ ମାନଙ୍କର ଭଗବାନଙ୍କ ପ୍ରତି ଭକ୍ତି ଭାବ ଉତ୍ପନ୍ନ କରିବା ସହିତ ଅନ୍ୟାୟ ପଥରୁ ଓହରି ଯିବା ପାଇଁ ।

ଆଜି ଆମେ ସାତ ଦିନ ଅନ୍ଧାର ବିଷୟରେ ମହାପୁରୁଷ ଅରକ୍ଷୀତ ଦାସ କଣ କଲମ କରିଛନ୍ତି ସେହି ବିଷୟରେ ଜାଣିବା । ଏହି ସାତ ଦିନର ଅନ୍ଧକାର କେବଳ କଳି ଯୁଗରେ ହୋଇଚି ନାଁ ଅନ୍ୟ ଯୁଗମାନଙ୍କରେ ବି ହୋଇଛି ଅରକ୍ଷିତ ଦାସ କଲମ କରିଛନ୍ତି-

ସପତ ଦିବସେ ଅନ୍ଧାର , ଯୁଦ୍ଧ ଗୋଳ ହୋଇବ ସୁଦର୍ଶନ ଚକ୍ର ରହିଣ ଶୂନ୍ୟ ଭ୍ରମୁଣ ଥିବ । ଏହାଛଡା ମହାପୁରୁଷ ଅଚ୍ୟୁତାନନ୍ଦ ମଧ୍ୟ ସାତ ଦିନ ଅନ୍ଧାକାର ବିଷୟରେ କଲମ କରିଛନ୍ତି – ବାଣ ଋତୁ ରେବ ବିଂଶ ଅଙ୍କ ଯେ ପ୍ରମାଣ , ଦିନ କୃଷ୍ଣ ଚତୁଃ ମୀନ କୃଷ୍ଣ ଚତୁର୍ଦଶୀ ଶୁକ୍ର ଯେ ବାସରେ, ଅନ୍ଧକାର ଘୋଟିଯିବ ମର୍ତ୍ତ୍ୟ ମଣ୍ଡଳରେ । ଅର୍ଥାତ ବାଣ ଅର୍ଥ ପାଞ୍ଚ ଋତୁ ଅର୍ଥ ଛଅ ରେ୍ବ କହିଲେ୍ ରେବତୀ ନକ୍ଷତ୍ର ମୀନ ରାଶିରେ କୃଷ୍ଣ ପକ୍ଷରେ ସୂର୍ଯ୍ୟ ଥିବେ ଏହି ଦିନ ଅନ୍ଧକାର ହେବ । ମହାପୁରୁଷ ଆହୁରି ମଧ୍ୟ କଲମ କରିଛନ୍ତି –

ତେବେ ଅନ୍ଧକାର ବିଷୟରେ ମାଳିକାରେ ବାରମ୍ବାର କଲମ କରାଯାଇଛି ଯେ ଅନ୍ଧାକାର ହେବ କିନ୍ତୁ ଏହି ଅନ୍ଧକାରରୁ ମୁକ୍ତି ପାଇବାର ବାଟ କଣ , କି ପ୍ରକାର ଭକ୍ତ ମାନେ ଏହି ସାତ ଦିନ ଅନ୍ଧକାର ରୁ ପାର କରିବେ , କେମିତି ରକ୍ଷା ପାଇବେ ସେଥି ନିମନ୍ତେ ମାଳିକାରେ କଣ ଲେଖା ହୋଇଛି ଚାଲନ୍ତୁ ଜାଣିବା । ପରମ ଗୁପତ ଗୀତା ଅଷ୍ଟମ ପଟଳରେ ମହାପୁରୁଷ ଅଚ୍ୟୁତାନନ୍ଦ କଲମ କରିଛନ୍ତି ମୁକ୍ତି ପାଇବା ବିଷୟରେ ।

କହନ୍ତି ଶ୍ରୀକୃଷ୍ଣ ଶୁଣ ଗୋ ଶହି , ଅଚ୍ୟୁତ ବଚନ ରାମ ଶୁଣଇ , ଶ୍ବେତ ଅରଖ ପୂର୍ବ ଭାଗୁ ଯାଇ ମୂଳ ଖଣ୍ଡିଏ ଉପାଡିବୁ ତୁହି । ଶ୍ବେତଅଙ୍କରାତି ଗୋର୍ଚନାରୀ କୁକୁମ କର୍ପୁର ଆଣିବୁ ପୁଣି , ସମ ଭାଗ କରି ଦୋଳିବୁ ସବୁ ଆପଣା କପଳେ ଚିତା ଘେନିବୁ । ଆବରା କଥାଏ କହୁଛି ରାମ ହେତୁ କରିଥା ଆମ୍ଭ ବଚନ ।

ଅର୍ଥାତ ମହାପୁରୁଷ ଅଚ୍ୟୁତାନନ୍ଦ ଭକ୍ତ ମାନଙ୍କୁ ଚେତେଇ ଦେଲେ କହିଲେ – ଗୋପତ ପ୍ରଘଟ ,ପ୍ରଘଟ କରିତ ନହୁଅଇ ଆଚମ୍ବିତ ଅଟେ ବାଣୀ । ଚେତୁଆ ଭକତ ଗୁପତ କାହାକୁ ବେଳସୁ ଅଛନ୍ତି ଜାଣି । ଅର୍ଥାତ ଯେ ଚେତୁଆ ଭକ୍ତ ସେମାନେ ଜାଣିଛନ୍ତି କେମିତି ଅନ୍ଧକାରରୁ ମୁକ୍ତି ପାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।