ମାଳିକା ଦେଲା ଭବିଷ୍ୟତବାଣୀ…2025 ରେ ପୁଣି ଆସିବ ନଅଙ୍କ ଦୁର୍ଭିକ୍ଷ…ଜାଣନ୍ତୁ ଏହାର ସତ୍ୟତା ସମ୍ପର୍କରେ….
ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।ମହାପୁରୁଷ ମାନଙ୍କର ଛଅ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ।ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା।
ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ପ୍ରମାଣ ଆମେ ଏବେ ପାଉଛୁ।
ଏହି ପାପ, ଅନୀତି ଭରା ସଂସାରରେ ଆମେ କିପରି ଭାବରେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା, ନୀତିବାନ ହେବା, ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା, ସଚେତନ ହୋଇ ପାରିବା ଏହା ମାଳିକା ର ଉଦ୍ଦେଶ୍ୟ। ମାଳିକା ରେ ଅନେକ ଜିନିଷ ଏବଂ ସ୍ଥାନ ମାନଙ୍କ ବିଷୟରେ ବର୍ଣ୍ଣିତ ରହିଛି ଏବଂ ଅନ୍ୟ ବିଷୟ ବସ୍ତୁ ଯାହା ସଂସ୍ପର୍ଶରେ ଆମେ ଏବେ ଆସୁଛୁ।
ସେହିଭଳି ଆଜି ଆମେ ଜଣେ ମାଳିକା ଭକ୍ତ ପୁଲିନ୍ ସାରଙ୍କ ମାଳିକା ବର୍ଣ୍ଣନା ବିଷୟରେ।ସେ କହୁଛନ୍ତି ଯେ ଆଗକୁ ଏମିତି ସମୟ ଆସିବ ସେତେବେଳେ ଅଦିନ ରେ ଝଡ଼ ହେବ, ଅଦିନ ରେ ପ୍ରଳୟ ହେବ, ଅଦିନ ରେ କୁହୁଡି ହେବ, ଫଳ ପୁଷ୍ପ ମାନ ହେବ, ବାଟରେ ପାଣି ଥିବ କିନ୍ତୁ ପହଞ୍ଚିଲା ବେଳକୁ ପିଇବାକୁ ଯିବା ବେଳକୁ ଶୁଖି ଯିବା। ଆଉ ଖାଦ୍ୟ ସମସ୍ୟା ଆସିବାର ଏକ ବଡ ସୂଚନା ରହିଛି ।
ଏହିଭଳି କିଛି ଘଟଣା ଘଟିବ ବର୍ଷ 2023, 201ୃ24, 2025 ରେ।ଏହି 3 ବର୍ଷରେ କିଛି କିଛି ଦେଶରେ ଦୁର୍ଭିକ୍ଷ ହେବ. ବର୍ଷା ହେବନି, ପୃଥିବୀ ଧ୍ବଂସ ମୁଖକୁ ଯିବ । ଯାହାଫଳରେ କୃଷି କାର୍ଯ୍ୟ ଭଲ ହେବ ନାହିଁ। ଲୋକେ ଅନାହାର ରେ ମୃତ୍ୟୁ ବରଣ କରିବେ, ଖାଇବାକୁ ପାଇବେ ନାହିଁ। ଦୁର୍ଭିକ୍ଷ ପଡ଼ିବ। ଲୋକେ ଏହିଭଳି ମାରାତ୍ମକ ସମସ୍ୟା ଦେଇ ଗତି କରିବେ। ଏହାକୁ ବିଜ୍ଞାନ ଅଟକାଇ ପାରିବ ନାହିଁ। ଯାହା ହେବାର ଅଛି ତାହା ନିଶ୍ଚିତ ଭାବେ ଘଟିବ।
ଏହି ସମୟରେ ଯେଉଁ ପ୍ରାକୃତିକ ବିପର୍ଯ୍ୟୟ ଘଟିବ ତାକୁ କେହି ରୋକି ପାରିବେ ନାହିଁ ବୋଲି ମାଳିକା ଭକ୍ତ ଙ୍କ ମତ ରହିଛି। ଏହି 3ବର୍ଷରେ ଅନେକ ଏମିତି ନାହିଁ ନଥିବା ଘଟଣା ଘଟିବ ଏବଂ ସରକାର ଚାହିଁଲେ ବି ଏହି ଭଳି ପ୍ରାକୃତିକ ବିପତ୍ତି କୁ ଅଟକାଇ ପାରିବେ ନାହିଁ। ତେବେ ଆପଣ ମାନେ ଏଥିରେ ଭୟଭୀତ ହୁଅନ୍ତୁ ନାହିଁ ବରଂ ସଚେତନ ରୁହନ୍ତୁ ଏବଂ ଭକ୍ତିର ସହିତ ଭଗବାନଙ୍କ ଚରଣାଶ୍ରିତ ହୁଅନ୍ତୁ ଏବଂ ଏହି ବିପତ୍ତି ରୁ ରକ୍ଷା କରିବା ପାଇଁ ଭଗବାନ ଙ୍କ ନିକଟର ପ୍ରାର୍ଥନା କରନ୍ତୁ।