ଲୋକପ୍ରିୟ ଅଭିନେତା ଚନ୍ଦନ ଙ୍କ ପରିବାର ବିଷୟରେ ଜାଣନ୍ତୁ କିଛି ଅଜଣା କଥା
ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଛନ୍ତି ଓଡ଼ିଶାର ଅନେକ ଲୋକେ ଟେଲିଭିଜନ ରେ ପ୍ରସାରିତ ହେଉଥିବା ଧାରାବାହିକ କୁ ଦେଖିବାକୁ ବହୁତ ପସନ୍ଦ କରନ୍ତି। କିଛି ଏମିତି ଧାରାବାହିକ ରହିଛି ଯାହା ଦର୍ଶକ ମାନଙ୍କର ଭାବାବେଗ ସହ ସଂପୂର୍ଣ୍ଣ ଜଡ଼ିତ।ତେବେ ଛୋଟ ପରଦାରେ ବଡ଼ ଧମାକା ଦେଖାଉଥିବା କିଛି ଏମିତି କଳାକାର ଓଡ଼ିଶାରେ ଅଛନ୍ତି ଯେଉଁମାନେ ତାଙ୍କର ଅଭିନୟ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ ଏକ ସ୍ବତନ୍ତ୍ର ଭଲପାଇବା ଡୋର ରେ।
ତେବେ ସେହିପରି ଟେଲି ଜଗତର ଜଣେ ପ୍ରମୁଖ କଳାକାର ବା ଅଭିନେତା ହେଉଛନ୍ତି ତୁଷାର, ଯିଏକି ଚନ୍ଦନ ନାମରେ ଦର୍ଶକ ମହଲରେ ବେଶ୍ ପରିଚିତ।
ଓଡ଼ିଶା ର କଳାକାର ପ୍ରେମୀ ଏବଂ ଦର୍ଶକ ବୃନ୍ଦ ମାନେ ତାଙ୍କୁ ତାଙ୍କର ଅଭିନୟ ର ଚରିତ୍ର ନାମରେ ହିଁ ଜାଣିଥାନ୍ତି।ସେ ହେଉଛନ୍ତି ଅଧିକାଂଶ ଦର୍ଶକଙ୍କ ପସନ୍ଦର ଅଭିନେତା। ଯିଏକି ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରି ରେ ଜଣେ ନାମୀଦାମୀ କଳାକାର ମଧ୍ୟ ଅଟନ୍ତି। ତାଙ୍କର ପ୍ରକୃତ ନାମ ହେଉଛି ତୁଷାର।
ସେ ଜି ସାର୍ଥକ ରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ଶିରିଏଲ୍ “ତୋ ଅଗଣାର ତୁଳସୀ ମୁଁ” ରେ ମୁଖ୍ୟ ଚରିତ୍ର ଅର୍ଥାତ୍ ନାୟକ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ସାଥୀ ଯିଏକି ତାଙ୍କ ର ସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ ତାଙ୍କ ନାମ ଥିଲା ତୁଳସୀ। ଯାହାଙ୍କୁ ଲୋକେ ବହୁତ୍ ପସନ୍ଦ ମଧ୍ୟ କରିଥିଲେ।ଏହି ଦୁଇ ଓଡ଼ିଶାର ଦର୍ଶକ ମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ରତା ର ଛାପ ଛାଡି ଦେଇ ଯାଇଥିଲେ।
ତେବେ ଏହାପରେ ଚନ୍ଦନ ଓଡ଼ିଶାର ଏକ ଲୋକପ୍ରିୟ କଳାକାର ଭାବରେ ବହୁତ୍ ପରିଚିତି ପାଇଥିଲେ।ପରେ ଶୁଣିବାକୁ ମିଳିଲା କି ଏହି ସୀରିଏଲ୍ ରେ ଅଭିନୟ କରୁଥିବା ଲିସା ଯିଏକି ଖଳ ଭୂମିକାରେ ଦେଖିବାକୁ ମିଳିଥିଲେ ସିଏ ଚନ୍ଦନ ଙ୍କ ସହିତ ପ୍ରେମ ସମ୍ପର୍କରେ ଅଛନ୍ତି। ଉଭୟ ଉଭୟଙ୍କୁ ପ୍ରେମ କରୁଥିବାର ଚର୍ଚ୍ଚା ମଧ୍ୟ ହେଉଥିଲା।
ସେମାନେ ବହୁତ୍ ଜଲଦି ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଖବର ଶୁଣିବାକୁ ମିଳୁଥିଲା। ଅନେକ ଫଟୋ ମଧ୍ୟ ଏ ଦୁହିଙ୍କ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା।ତେବେ କିଛି ଦିନ ପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ରେ ଫାଟ ଆସିଥିଲା ଏବଂ ସେମାନେ ପରସ୍ପର ଠାରୁ ଅଲଗା ମଧ୍ୟ ହୋଇ ଯାଇଥିଲେ।
ଏହାପରେ ଚନ୍ଦନ ଓଡ଼ିଆ ସିନେମା ଜଗତର ସୁନ୍ଦରୀ ଅଭିନେତ୍ରୀ ମାହି ଙ୍କୁ ପସନ୍ଦ କରିଥିଲେ ଏବଂ ଦୁହେଁ ପରସ୍ପରକୁ ଭଲ ପାଇଥିଲେ ଓ ଉଭୟଙ୍କ ବିବାହ ମଧ୍ୟ ସମ୍ପନ୍ନ ହୋଇଥିଲା।ଏହାପରେ ସେମାନଙ୍କର ଅନେକ ଫଟୋ ବିବାହ ସମୟର ଏବଂ ବିବାହ ପର ର ଦର୍ଶକ ମାନେ ଦେଖିବାକୁ ପାଇଥିଲେ। ଏହି ଯୋଡ଼ିଙ୍କୁ ଦର୍ଶକ ମାନେ ମଧ୍ୟ ବହୁତ୍ ପସନ୍ଦ କରିଛନ୍ତି। ଆପଣ ମାନେ ମଧ୍ୟ ଏହି ଭିଡିଓ ରେ ସେମାନଙ୍କ ଯୋଡିକୁ ଦେଖି ପାରିବେ କିଭଳି ଭାବରେ ସେମାନେ ଦେଖା ଯାଉଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।