ଲକଡାଉନ ରେ ଶଶୁର ଘରେ ହୋଇଥିଲା ପ୍ରେମ ! ଆଜି ଶାଳୀକୁ ନେଇ ଫେରାର ମାରିଲା ରସିକିଆ ଜ୍ୱାଇଁ, ଆଉ ତା’ ପରେ…..

ବାସ୍ତବରେ କରନା ମହାମାରୀ କାରଣରୁ ଲୋକଙ୍କୁ ଦୀର୍ଘଦିନ ଧରି ଘରେ ରହିବାକୁ ପଡ଼ିଲା ସତ କିନ୍ତୁ ଏହା ଆମ ସମସ୍ତଙ୍କୁ ଅନେକ କିଛି ମୂଲ୍ୟବାନ କଥା ଶିଖାଇ ଦେଇ ଗଲା। ସମ୍ପର୍କର ମୂଲ୍ୟବୋଧ, ସମୟର ଗୁରୁତ୍ୱପୂର୍ଣ୍ଣ ଅପଚୟ। ଗୁରୁଜନଙ୍କ ପ୍ରତି ଉଚିତ୍ ବ୍ୟବହାର ଏବଂ ସେମାନଙ୍କ ପ୍ରତି ସମ୍ମାନ। ନିଜକୁ ପ୍ରମାଣ କରିବା ପାଇଁ ପାରଦର୍ଶିତା ବଢ଼ାଇବା ଆଦି ଏବଂ ସ୍ୱାସ୍ଥ୍ୟର ଯତ୍ନ ନେବା ଭଳି ଅନେକ କଥା ଆମେ ଶିଖିବାକୁ ପାଇଲୁ। ଘରେ ରହି ଅନେକ ଜିନିଷକୁ ହୃଦ ବୋଧ ମଧ୍ୟ କରିବାକୁ ସୁଯୋଗ ପାଇଲୁ।

କିନ୍ତୁ ଏହା ସହିତ ଅନେକ ସମ୍ପର୍କରେ ତିକ୍ତତା ମଧ୍ୟ ସୃଷ୍ଟି ହେଲା। ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ଅନେକ କ୍ଷେତ୍ରରେ ମତାନ୍ତର ଝଗଡ଼ା ଭଳି ଘଟଣା ଦେଖିବାକୁ ମିଳିଲା। ପ୍ରେମୀ ଯୁଗଳ ମାନଙ୍କ ପାଇଁ କିନ୍ତୁ ଏହା ଏକ ଅଭିଶାପ ସ୍ୱରୂପ ଥିଲା।

ଅନେକ ନିଜ ପ୍ରେମକୁ ପାଇବା ଏବଂ ସମୟ ଅତିବାହିତ କରିବାକୁ ସକ୍ଷମ ହୋଇ ପାରିଲେ ନାହିଁ। କିଛି ନିବିଡ଼ତା ସହିତ କିଛି ତିକ୍ତତା ମଧ୍ୟ ଦେଖିବାକୁ ମିଳିଛି। ଅନେକ ଅଜବ ଘଟଣା ମଧ୍ୟ ସାମ୍ନା କୁ ଆସିଛି। ତା ରି ଭିତରେ ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ।

ଶ୍ବଶୁର ଘରେ ଜୁଅାଇଁ ନିଜ ଶାଳୀ ସହିତ ପ୍ରେମରେ ପଡି ଶେଷରେ ନିଜ ଶାଳୀ କୁ ଘରୁ ନେଇ ଫେରାର ହୋଇ ଯାଇଛି। ଅବଶ୍ୟ ଶାଳୀ ଭେଣୀ ସମ୍ପର୍କ ଟିକିଏ ଅଲଗା ପ୍ରକାରର ବୋଲି ସମସ୍ତେ ଜାଣିଛନ୍ତି ଯେ ହେଲେ କିଛି ରସିକିଆ ଭେଣୀ ମାନଙ୍କର ଟିକିଏ ଅଧିକା ପ୍ରେମ ବୋହି ପଡ଼ିଥାଏ। ଯାହା ତାଙ୍କ ସ୍ତ୍ରୀ ଉପରେ ନରହି ସ୍ତ୍ରୀ ର ଭଉଣୀ ଉପରକୁ ଚାଲିଯାଏ।

ତେବେ ଏହିଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାର ନାଟେରାନର ପମାରିଆ ଗାଁରେ।ଏଠାରେ ଲକ୍ ଡାଉନ୍ କାରଣରୁ କାମ ଦାମ ବନ୍ଦ ଥିବା ହେତୁ ଜ୍ବାଇଁ ଆସି ଶଶୁର ଘରେ ୨ ମାସ ହେବ ରହୁଥିଲା। ଏହାରି ଭିତରେ ଶାଳୀ ଏବଂ ଭେନୀ ଭିତରେ ପ୍ରେମର ଆଦାନ ପ୍ରଦାନ ହେବାରେ ଲାଗିଥିଲା।

କିଛି ଦିନ ଧରି ଏସବୁ ଚାଲିବା ପରେ ଶାଶୁ ଏସବୁ ସନ୍ଦେହ କରି ତାଙ୍କ ବଡ଼ ଝିଅ କୁ କହିଥିଲେ ତାର ସ୍ବାମୀ ବିରୋଧରେ। ହେଲେ ସ୍ବାମୀ ବ୍ରିଜେଶ ଏହାକୁ ଏଡାଇ ଦେଇଥିଲେ ଓ କହିଥିଲେ ଯେ ସେ ମୋର ସାନ ଭଉଣୀ ବୋଲି। କି କଥା ଏଗୁଡ଼ାକ, ଛି ଛି ଲଜ୍ୟା। ଏପରି କୁହନି। ଏହା ଶୁଣି ସ୍ତ୍ରୀ ମଧ୍ୟ ବୁଝି ଯାଇଥିଲେ ସେ ସେମାନଙ୍କ ଭିତରେ କିଛି ନାହିଁ।

କିନ୍ତୁ ଏହି ଘଟଣାର ୭ ଦିନ ପରେ ଉଭୟ ଫେରାର ହୋଇ ଯାଇଥିଲେ ଏବଂ ପରେ ପରିବାର ପକ୍ଷରୁ ଅଭିଯୋଗ ପରେ ଫେରାର ହେବାର ୩ ଦିନ ପରେ ଏମାନଙ୍କୁ କାବୁ କରିଥିଲା ପୋଲିସ୍।ଏହାପରେ ଶାଳୀ ଜଣଙ୍କ ବିଷ ପିଇ ଦେଇଥିଲେ ଏବଂ ବଡ଼ ଭଉଣୀ ତାଙ୍କୁ ହସ୍ପିଟାଲ୍ ନେଇ ଚିକିତ୍ସା କରିବା ପରେ ଏବେ ସେ ସୁସ୍ଥ ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।