ଲକ୍ଡାଉନ୍ରେ ହେଲା ଫ୍ରେଣ୍ଡ୍ଶିପ୍ ଓ ତା’ପରେ ଲଭ୍ ମ୍ୟାରେଜ୍, ବିବାହର ୨ ମାସ ପରେ କୁକୁର ବନ୍ଧା ଚେନ୍ରେ ପତ୍ନୀଙ୍କ ଗଳା ଚିପି ହତ୍ୟା କଲେ ସ୍ୱାମୀ, ଆଉ ତା’ ପରେ…..
କୁହାଯାଏ ପ୍ରେମ ଏମିତି ଏକ ପବିତ୍ର ସମ୍ପର୍କ ଯାହା ଭିତରେ କୌଣସି ସ୍ବାର୍ଥ କିମ୍ବା ସର୍ତ୍ତ ନଥାଏ। କେବଳ ରହିଥାଏ ପରସ୍ପରକୁ ବୁଝିବା ଏବଂ ଭଲପାଇବା ର ସୁନ୍ଦର ଅନୁଭବ।ସମ୍ପର୍କ ର ମୂଳଦୁଆ କୁହା ଯାଉଥିବା ବିଶ୍ୱାସ ଓ ଭଲ ପାଇବା ଏକ ଏମିତି ଜିନିଷ ତାହା କୌଣସି ବି ପରିସ୍ଥିତିରେ ମଣିଷକୁ ତା ଆଡ଼କୁ ଆକର୍ଷିତ କରିଥାଏ। ତେବେ ଏହା ଛଳନାତ୍ମକ ଭାବରେ ହୋଇ ଥାଉ କିମ୍ବା ବାସ୍ତବତା ପୂର୍ଣ୍ଣ ହୋଇଥାଉ। ପ୍ରେମ ରେ ଯେତେବେଳେ ମଣିଷ ଥରେ ପଡି ଯାଇ ଥାଏ ।
ସେତେବେଳେ ଦୁନିଆର କୌଣସି ଜିନିଷରେ ତାର ଆଉ ମନ ଲାଗେ ନାହିଁ କିମ୍ବା ସେ ନିଜକୁ କୌଣସି ଥିରେ ଖୁସି କରାଇ ପାରେନି। କିନ୍ତୁ ପ୍ରେମ ଯଦି ଜଣେ ଭୁଲ ବ୍ୟକ୍ତି ସହ ହୁଏ ଏହାର ପରିଣତି ବଡ଼ ଭୟଙ୍କର ହୋଇଥାଏ।
ସେହିଭଳି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ବନ୍ଧୁତା ରୁ ଆରମ୍ଭ ହୋଇଥିଲା ଓ ପରେ ଦୁହେଁ ପ୍ରେମରେ ପଡିଥିଲେ ଏବଂ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।ଆଉ ଯାହା ହାତ ଧରି ଝିଅ ଜୀବନର ସୁଖ ଦୁଃଖର ସିଡ଼ି ଚଢ଼ିବାକୁ ସ୍ବପ୍ନ ଦେଖିଥିଲା, ତାରି ହାତରେ ଯେ ତାର ଜୀବନ ଦ୍ଵୀପ ଲିଭିବାର ଥିଲା ସେକଥା ସେ ଜାଣି ନଥିଲା।
ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶ ର ଇନ୍ଦୋର ରେ।ଲକ୍ଡାଉନ୍ ସମୟରେ ଜଣେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ହେବାପରେ ଅଗଷ୍ଟରେ ଉଭୟଙ୍କର ବିବାହ ହୋଇଥିଲା ଏବଂ ବିବାହର ମାତ୍ର ୨ ମାସ ପରେ, ଅକ୍ଟୋବରରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଧୀରେଧୀରେ ଏହା ଉଗ୍ରରୂପ ଧାରଣ କରିଥିଲା।
ଫଳରେ ଭଲପାଇ ବିବାହ କରିଥିବା ସ୍ୱାମୀ ନିଜର ହିତାହିତ ଜ୍ଞାନ ଭୁଲି ପତ୍ନୀଙ୍କୁ ହତ୍ୟା କରି ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତେବେ ଯାହା ଜଣା ପଡିଛି ଇନ୍ଦୋରର ସଂୟୋଗୀତାଗଞ୍ଜ ଥାନା ଅନ୍ତର୍ଗତ ଜାଭରା କମ୍ପାଉଣ୍ଡ୍ ଅଞ୍ଚଳରେ ଏହି ଚାଂଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ପ୍ରେମ ବିବାହ ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ର ଅଭାବ ଏବଂ ପାରିବାରିକ କଳହକୁ ନେଇ ଏହି ଭଳି ଏକ ଘଟଣାର ସୂତ୍ରପାତ ଘଟିଛି।
ଯେଉଁ କାରଣରୁ ସ୍ୱାମୀ ଛୁରୀରେ ପତ୍ନୀଙ୍କୁ ହତ୍ୟା କରିଥିବା ପୋଲିସ ପକ୍ଷରୁ କୁହା ଯାଉଛି।ତେବେ ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଜଣକ ପ୍ରଥମେ ଉତ୍ତ୍ୟକ୍ତ ହୋଇ କୁକୁର ବନ୍ଧା ଚେନ୍ରେ ସ୍ତ୍ରୀ ର ଗଳା ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ।
ତେବେ ସେ ଏଥିରେ ବିଫଳ ହେବା କାରଣରୁ ଶେଷରେ ଛୁରୀ ସାହାଯ୍ୟରେ ତାଙ୍କର ପ୍ରେମିକା ଅର୍ଥାତ୍ ୨୨ ବର୍ଷୀୟା ପତ୍ନୀଙ୍କୁ ହତ୍ୟା କରିଥିଲେ।ଶେଷରେ ସେ କୌଣସି ବାଟ ନପାଇ ଏହାପରେ ଅଭିଯୁକ୍ତ ସ୍ୱାମୀ ନିଜେ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ ଏବଂ ସ୍ତ୍ରୀକୁ ହତ୍ୟା କରିବା ଜନିତ ସବୁ କଥା ପୋଲିସ ଆଗରେ ମାନି ଯାଇଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।