Health Tips ମାତ୍ର ୨୪ ଘଣ୍ଟାରେ ଲିଭର କୁ ପରିସ୍କାର କରନ୍ତୁ ବିଶ୍ବାସ ନହେଲେ ବି ସତ ଜାଣନ୍ତୁ …
ଲିଭରକୁ ପୁରାପୁରି ସଫା କରିଦିଏ କେବଳ ୧୫ ଘଣ୍ଟାରେ। ଲିଭର ଆମ ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି ମାନଙ୍କ ମଧ୍ୟରୁ ଗୋଟିଏ ଅଟେ। ଶରୀରରେ ୫୦୦ ରୁ ଅଧିକ କାର୍ଯ୍ୟ ଆମ ଲିଭର ହିଁ କରିଥାଏ। ଖାଦ୍ୟ ପାଚନ କରିବା ଠାରୁ ନେଇ ଶରୀରରେ ଶକ୍ତି ଦେବା ପର୍ଯ୍ୟନ୍ତ ଶରୀରର ସବୁ ରୋଗ ସହିତ ଲଢ଼ିବାରେ ଲିଭର ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଯଦି ଲିଭରରେ ଅଳ୍ପ କିଛି ଖରାପ ହୋଇଥାଏ ତାହା ଆମ ଶରୀରରେ କ୍ଷତି ବା ଆମର ଜୀବନ ଜିବା ଭଳି ରୋଗମାନ ଦେଖାଯାଇଥାଏ।
ଯେପରିକି ଭାଇରାଲ୍ ଡାଇବେଟିସ୍, ଲିଭର କ୍ୟାନସର, ଲିଭରର ଆକାର ବଢ଼ିବା, ପେଟ ଫୁଲିବା ଭଳି ରୋଗମାନ ଦେଖାଯାଇଥାଏ। ଏହା ସହିତ ମଧ୍ୟ ଆମ ଶରୀରରେ କେତେ ପ୍ରକାରର ପରିବର୍ତ୍ତନ ଆସିଥାଏ।
ଏମିତିକି ଆମ ମୁହଁ ଭିତରୁ ଦୁର୍ଗନ୍ଧ ଆସିବା, ପରିସ୍ରା ର ରଙ୍ଗ ବଦଳିବା ,ତା ସହିତ ମୁହଁ ଓ ଆଖି ହଳଦିଆ ଦେଖାଯିବା, ଆଖି ତଳ କଳା ପଡ଼ିବା ଏବଂ ଶରୀର ମଧ୍ୟ ଦୁର୍ବଳ ଲାଗିଥାଏ, ଆଉ ଏହିସବୁ କାରଣ ପାଇଁ ଲିଭର ଆମ ଶରୀରରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।
ଏଥିପାଇଁ ଲିଭର ସହ ଯୋଡ଼ିତ କୌଣସି ବି ସମସ୍ୟା କୁ ଆପଣ ଆଦୌ ଅଣଦେଖା କରନ୍ତୁ ନାହିଁ। ତା ସହିତ ଆମର ଲିଭରକୁ ସବୁବେଳେ ସୁସ୍ଥ ରଖିବା ଉଚିତ୍। ଆଜି ଯେଉଁ ସବୁ ଉପାୟ ଆପଣମାନଙ୍କ ପାଇଁ ନେଇ ଆସିଛୁ ତାହା ୨୪ ଘଣ୍ଟା ମଧ୍ୟରେ ଆପଣଙ୍କର ଲିଭରକୁ ସଫା କରିଦେବ। ସପ୍ତାହେ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଆପଣଙ୍କ ଲିଭର ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଏବଂ ନିରୋଗ ହୋଇଯିବ।
ଆବଶ୍ୟକୀୟ ଉପକରଣ –
ଲାଉ, ହଳଦୀ, ଧଣିଆ ପତ୍ର
ପ୍ରସ୍ତୁତି –
ତେବେ ଏହି ଉପାୟକୁ କରିବା ପାଇଁ ପ୍ରଥମେ ଆପଣଙ୍କୁ ଏକ ଲାଉ ର ଆବଶ୍ୟକ। ତାର ଚୋପା ଛଡାଇ ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ତାପରେ ତାକୁ ଗ୍ରାଇଣ୍ଡିଂ କରିଦେବେ, ତା ସହିତ ସେଥିରେ କିଛି ଧଣିଆ ପତ୍ର ମଧ୍ୟ ଗ୍ରାଇଣ୍ଡିଂ କରିଦେବେ।
ତାକୁ ଛାଣି ଏକ ଗ୍ଲାସ ଜୁସ୍ ବାହାର କରିବେ। ସେହି ଗ୍ଲାସରେ ଏକ ଚାମଚରୁ କମ୍ ହଳଦୀ ମିଶାଇବେ ଓ ଅଧା ଲେମ୍ବୁ ସେଥିରେ ଚିପୁଡ଼ି ଦେବେ। ତାପରେ ଆପଣ ଏଥିରେ ସ୍ୱାଦ ଅନୁସାରେ କଳା ଲୁଣ ନେବେ। ତାପରେ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ଯେମିତି ସବୁ ଜିନିଷ ଏକା ସହିତ ମିଶିଯିବ। ଏହି ଜୁସ୍ ଏବେ ପ୍ରସ୍ତୁତ ହୋଇ ସାରିଛି।
ଲିଭରକୁ ସୁସ୍ଥ ରଖିବା ପାଇଁ ଫାଷ୍ଟଫୁଡ଼୍ ଏବଂ ତେଲ ଜାତୀୟ ଖାଦ୍ୟ ଖାଇବେ ନାହିଁ। ଏହି ଜୁସ କୁ ପିଇବା ସହିତ ଆପଣଙ୍କୁ ଗୋଟିଏ ଗିନାରେ କିଛି କିସମିସ୍ ନେବାକୁ ପଡ଼ିବ। କିଡନି ଓ ଲିଭରକୁ ସଫା କରିବାରେ କିସମିସ୍ ବହୁତ ଲାଭଦାୟକ।
ଆମ ଶରୀରର ରକ୍ତ ହୀନତାକୁ ମଧ୍ୟ ଦୂର କରିଥାଏ। ଗୋଟିଏ ଗିନାରେ କିଛି କିସମିସ୍ ନେଇ ସେଥିରେ ୩ ରୁ ୪ ଗ୍ଲାସ୍ ପାଣି ଢାଳି ୨୦ ରୁ ୨୫ ମିନିଟ୍ ପର୍ଯ୍ୟନ୍ତ କମ ଆଞ୍ଚରେ ଫୁଟାନ୍ତୁ। ତାପରେ ସେହି ପାଣିକୁ ୩-୪ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା କରିବା ପାଇଁ ଦିଅନ୍ତୁ ।ତାପରେ ତାକୁ ଛାଣି ଦିନରେ ଦୁଇ ରୁ ତିନି ଥର ଅଳ୍ପ ଅଳ୍ପ କରି ପିଅନ୍ତୁ।