LIVE | Naba Das News-ମିଡ଼ିଆ ଆଗରେ ସବୁ ଖୋଲି କହିଲେ ସତ ! ମୋ ସ୍ବାମୀଙ୍କ ମୁଣ୍ଡଦୋଷ ଅଛି, ନବଙ୍କୁ ଗୁଳି କରିଥିବା ଗୋପାଳଙ୍କ ପତ୍ନୀ ଜୟନ୍ତୀ..ଏନେଇ କଣ କହୁଛନ୍ତି ଦେଖନ୍ତୁ VIDEO

“ମୋ ସ୍ୱାମୀ ମାନସିକ ରୋଗ ରେ ଆକ୍ରାନ୍ତ ଅଟନ୍ତି ଆଉ ଔଷଧ ନିୟମିତ ଭାବରେ ଖାଇଲେ ସେ ସୁସ୍ଥ ରୁହନ୍ତି। କିଛି ଦିନ ହେବ ସେ ଔଷଧ ଖାଇ ନାହାନ୍ତି। କିନ୍ତୁ ମୋ ସ୍ୱାମୀ ଜଣେ ଭଲ ଲୋକ ,ମୋ ସ୍ୱାମୀ କାହିଁକି ମନ୍ତ୍ରୀ ଉପର କୁ ଗୁଳି ମାଡ଼ କଲେ ତାହା ମୁଁ ଜାଣି ନାହିଁ କିମ୍ବା ଏ ବିଷୟରେ ସେ କେବେ ବି ମୋତେ କହି ନାହାନ୍ତି।ମୁଁ ବି ମିଡ଼ିଆ ମାଧ୍ୟମ ରେ ଏହି ଘଟଣା ବିଷୟ ରେ ଜାଣିଲି , ସେ ମୋତେ କିଛି କହି ନାହାନ୍ତି”।ବନ୍ଧୁଗଣ ଏହା ହେଉଛି ASI ଗୋପାଳ କୃଷ୍ଣ ଙ୍କ ସ୍ତ୍ରୀ ଙ୍କ ମତ ରହିଛି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଙ୍କ ଉପର କୁ ଗୁଳିମାଡ ଘଟଣା କୁ ନେଇ। ତେବେ ଆସନ୍ତୁ ଜାଣିବା କଣ କହିଛନ୍ତି ASI ଙ୍କ ପତ୍ନୀ।

ତେବେ ସୂଚନା ଅନୁସାରେ , ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା କୁ ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା। ତେବେ ନବ ଦାସ , କାର ରୁ ତଳ କୁ ଉଲ୍ହେଇବା ସମୟ ରେ ଏ ଏସ ଆଇ (ASI) ଗୋପାଳ କୃଷ୍ଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ କରିଥିଲେ। ତେବେ ASI ଙ୍କ ଗୁଳି ଯାଇ ବାଜିଥିଲା ମନ୍ତ୍ରୀ ନବ ଦାସ ଙ୍କ ଛାତି ରେ। ଆଉ ସଂଗେ ସଂଗେ ସେ ସେଠା ରେ ଟଳି ପଡ଼ିଥିଲେ , ଆଉ ପାଖ ରେ ଥିବା ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରାଯାଇ ଥିଲା। ତେବେ ବର୍ତ୍ତମାନ ମନ୍ତ୍ରୀ ନବ ଦାସ ଙ୍କ ର ଚିକିତ୍ସା ଚାଲିଛି।

ତେବେ ASI ଙ୍କର ମନ୍ତ୍ରୀ ଙ୍କୁ ଗୁଳି କାଣ୍ଡ କରିବା କୁ ନେଇ ସ୍ତ୍ରୀ କିଛି ବି ଜାଣି ନାହାନ୍ତି ବୋଲି କହିଛନ୍ତି। ମାତ୍ର ସେ କହିଛନ୍ତି କି ତାଙ୍କ ସ୍ୱାମୀ ଙ୍କର ପୂର୍ବରୁ ମାନସିକ ରୋଗ ରହିଛି ଯାହାର ଔଷଧ ସେ ବର୍ତ୍ତମାନ ଖାଉ ନାହାନ୍ତି। ତେଣୁ ହୁଏତ ଏହିପରୀ ମାନସିକ ଭାରସାମ୍ୟ ହରାଇ ସେ କରିଛନ୍ତି। କାରଣ ସେ ମେଡ଼ିସିନ ନଖାଇଲେ ତାଙ୍କ ପାଖରେ ଟିକେ ଅଶାନ୍ତି ଭାବନା ଦେଖାଯାଏ। ଆଉ ମୋ ସ୍ୱାମୀ କିଛି ଦିନ ହେବ ଔଷଧ ଖାଇ ନାହାନ୍ତି , କିନ୍ତୁ କଣ ପାଇଁ ସେ ଏମିତି କରିଛନ୍ତି ତାହା ମୁଁ କହି ପାରିବି ନାହିଁ । ଏ ବିଷୟରେ ସେ ମୋ ସହ କେବେ କଥା ହୋଇ ନାହାନ୍ତି , ସେ ଜଣେ ଭଲ ଲୋକ ଏପରି କରିବା ମୋତେ ବି ଆଶ୍ଚର୍ଯ୍ୟ ଲାଗୁଚି।

ତେବେ ବର୍ତ୍ତମାନ ମନ୍ତ୍ରୀ ଙ୍କ ଉପରେ ହୋଇଥିବା ଏହି ଗୁଳି ମାଡ଼ ପଛ ରେ କଣ କାରଣ ରହିଛି , ଏହା ପୂର୍ବ ଶତ୍ରୁତା କୁ ନେଇ କରା ଯାଇଛି କିମ୍ବା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ତାହା କୁ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ତେବେ କିନ୍ତୁ ବର୍ତ୍ତମାନ ASI ଅଧିକାରୀ ଙ୍କ ର ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଉପର କୁ କରିଥିବା ଗୁଳି ମାଡ଼ କୁ ନେଇ ଖୁବ ଚର୍ଚ୍ଚା ଚାଲିଛି।