breaking news-ପିଣ୍ଟୁଙ୍କୁ ଲିଭର ଦେବା ପରେ ଡୋନରର ଅବସ୍ଥା କଣ ହେବ ସେ ବଞ୍ଚିବେ ନା ନାହିଁ ! ଆସନ୍ତୁ ଜାଣିବା ଏହି ରିପୋର୍ଟରେ

ପିଣ୍ଟୁଙ୍କୁ ଲିଭର ଦେବା ଲୋକ ମୃତ ନା ଜୀବିତ। ଲିଭର ଦେଇଥିବା ଲୋକ ବଞ୍ଚିବେ ନା ମରିଯିବେ। ଲିଭର ଦେଲା ପରେ ବଞ୍ଚିଥିବା ଯୁବକର କିଛି ଅସୁବିଧା ହେବନିତ। ପିଣ୍ଟୁ ନନ୍ଦଙ୍କର ଲିଭର ୮୦ ପ୍ରତିଶତ ଖରାପ ହୋଇ ସାରିଛି। ଯେଉଁଥିପାଇଁ ତାଙ୍କ ଖରାପ ଲିଭରକୁ କଟାଯାଇ ନୂଆ ଲିଭର ଲଗାଯିବ। ଯାହା ପାଇଁ ସବୁ ପ୍ରସ୍ତୁତ ରହିଛି। ଡୋନର ବି ପ୍ରସ୍ତୁତ ରହିଛନ୍ତି ଲିଭର ଦେବା ପାଇଁ।

ହେଲେ ଏହି ଲିଭର ଟ୍ରାନ୍ସପ୍ଲାଣ୍ଟ କୁ ନେଇ ଉଠିଛି ଅନେକ ପ୍ରଶ୍ନ। ନିଜ ଦେହରୁ ବ୍ୟକ୍ତି ଦେଇଥିବା ଲିଭର ବଞ୍ଚିବ ନା ମରିଯିବ। ତେବେ ଏଠାରେ କହି ରଖୁଛୁ, ପିଣ୍ଟୁଙ୍କୁ ଲିଭର ଦେଲା ପରେ ତାଙ୍କ ଅବସ୍ଥା କଣ ହେବ? ଲିଭର ହେଉଛି ଆମ ଶରୀରର ଏମିତି ଏକ ଅଙ୍ଗ ଯାହା ମଧ୍ୟରେ ନିଜକୁ ନିଜ ଗଢ଼ିବାରେ କ୍ଷମତା ରହିଥାଏ।

 

ଠିକ୍ ଯେମିତି ଏକ ଝିଟିପିଟି ଲାଙ୍ଗୁଡ଼। ଆପଣମାନେ ଦେଖିଥିବେ ଝିଟିପିଟି ଲାଙ୍ଗୁଡ଼ ଛିଣ୍ଡିଗଲେ କିଛି ଦିନ ପରେ ଲାଙ୍ଗୁଡ଼ ଟି ପୁଣିଥରେ ନୂଆ ହୋଇ କଅଁଳି ଯାଏ। ଲିଭର ମଧ୍ୟ ଠିକ୍ ସେମିତି। ସେଥିରୁ ଖଣ୍ଡେ ଲିଭର କଟା ହୋଇ ରୋଗୀଙ୍କ ଦେହରେ ଲାଗିଲା ପରେ ସେ ନୂଆ ହୋଇ ପୁଣିଥରେ କଅଁଳେ।ତେବେ ପିଣ୍ଟୁଙ୍କ ଦେହରେ ଯେଉଁ ଲିଭର ଲାଗିବ ସେହି ଲିଭରଟି ଡୋନରଙ୍କ ଲିଭରରୁ ଅଧା କଟା ହୋଇ ପିଣ୍ଟୁଙ୍କ ଲିଭରରେ ଲାଗିବ। ଏହାପରେ କଟା ଯାଇଥିବା ଲିଭରଟି ପୁଣିଥରେ କଅଁଳି ଉଠିବ।

ଜଣେ ଲିଭର ଡୋନର ବ୍ରେନ୍ ଡେଡ୍ ବ୍ୟକ୍ତି ହୋଇଥିବା ଦରକାର କିମ୍ବା ନିଜର କେହି ସମ୍ପର୍କୀୟ ହୋଇଥିବା ଦରକାର। ମୃତ ବ୍ୟକ୍ତି ଲିଭର ଦାନ କରିପାରିବେ ନାହିଁ।

ଯଦି ଜଣେ ସୁସ୍ଥ ବ୍ୟକ୍ତି ଲିଭର ଦାନ କରେ ତେବେ ତାହାର କୌଣସି କ୍ଷତି ହୁଏ ନାହିଁ। କାରଣ ଲିଭର ହେଉଛି ଏମିତି ଏକ ଅଙ୍ଗ ତାହା ନିଜକୁ ନିଜେ ତିଆରି କରିପାରେ। ଗୋଟିଏ ପୂର୍ଣ୍ଣ ଲିଭରରୁ କଟା ହୋଇ ଯଦି ଅନ୍ୟ ଜଣଙ୍କ ଦେହରେ ଲାଗେ ତାହେଲେ କଟା ହୋଇଥିବା ଲିଭର ନିଜକୁ ପୂର୍ବ ଭଳି ତିଆରି କରିପାରେ।

 

ଲିଭର ଡୋନର କୌଣସି ପ୍ରକାର କ୍ଷତି ମଧ୍ୟ ହୁଏ ନାହିଁ। ଲିଭର ଡୋନର କରିବା ପୂର୍ବରୁ ବ୍ୟକ୍ତି ଜଣକ ଯେମିତି ସୁସ୍ଥ ଥାଆନ୍ତି ଡୋନେଟ୍ କରିବା ପରେ ମଧ୍ୟ ସୁସ୍ଥ ଥାଆନ୍ତି। ତଫାତ୍ ଏତିକି ପେଟ ଉପରେ କଟା ଦାଗ ରହିଥାଏ।


ସବୁଠାରୁ ବଡ଼ କଥା ହେଉଛି କି, ଦୁଇ ରୁ ତିନି ମାସ ମଧ୍ୟରେ ଲିଭରଟି ତାର ପୂର୍ବ ଅବସ୍ଥାକୁ ଫେରିଆସେ। ତେବେ ଲିଭର ଦେବାରେ ଗୋଟିଏ ନିୟମ ରହିଛି, ଲିଭର ଡୋନର ରୋଗୀଙ୍କର କୌଣସି ସମ୍ପର୍କୀୟ ହୋଇଥିବା ଦରକାର। କାରଣ ପଛରେ ଡୋନର ରୋଗୀକୁ ଦେଇଥିବା ଲିଭର ଦେବାରେ ବାଧ୍ୟ କରାଯାଉଛି ବୋଲି ଅଭିଯୋଗ କରିପାରିବେ ନାହିଁ। ଆଉ ଗୋଟିଏ କାରଣ ହେଉଛି ସମ୍ପର୍କୀୟ ଲିଭର ଡୋନେଟ୍ କଲେ ଖର୍ଚ୍ଚ କମ୍ ହୋଇଥାଏ। ତେବେ ୧୮ ରୁ ୫୫ ବୟସ ମଧ୍ୟରେ ଥିବା ବ୍ୟକ୍ତି ହିଁ ଲିଭର ଡୋନେଟ୍ କରିପାରିବେ। ଯଦି ବୟସ ଅଧିକ ହୋଇଥାଏ ତେବେ ଲିଭର ନିଜକୁ ତିଆରି କରିବା ଶକ୍ତି କମିଯାଏ।