Life Style – ଏଥିରୁ ବାଛନ୍ତୁ ଆପଣଙ୍କ favourite ରଙ୍ଗ ଏବଂ ଜାଣନ୍ତୁ କଣ କହିଥାଏ ଆପଣଙ୍କ COLOR ଆପଣଙ୍କ ବିଷୟରେ….

ବର୍ତ୍ତମାନ ବହୁଲୋକ ନିଜ ନିଜର ଭବିଷ୍ୟତ କୁ ନେଇ ଖୁବ ଚିନ୍ତିତ, ଆଉ ଏଥିପାଇଁ ଆଗରୁ ନିଜର ଆଗାମୀ ଜୀବନ ବିଷୟରେ ଜାଣିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ର ସାହାରା ନେଇଥାଉ। ତେବେ ଭବିଷ୍ୟତ କୁ ନେଇ ଚିନ୍ତା କରିବା ବି ସ୍ୱାଭାବିକ, ସେଥିପାଇଁ ଆପଣଙ୍କ ଚିନ୍ତା କୁ ଦୂର କରିବାର ଏକ ସହଜ ଉପାୟ ଆପଣଙ୍କ ପାଇଁ ନେଇ ଆସିଛୁ। ତେବେ ଆପଣଙ୍କୁ ୩ ଟି ରଙ୍ଗ ଦିଆଯାଇଛି। ସେଥିମଧ୍ୟରୁ ଆପଣଙ୍କୁ ଗୋଟିଏ ରଙ୍ଗ ବାଛିବା ପାଇଁ ପଡ଼ିବ ,ଯାହା ଦ୍ଵାରା ଆପଣଙ୍କ ଜୀବନରେ ଆସିବାକୁ ଥିବା ସମସ୍ତ କଥା ବିଷୟରେ ଜାଣି ପାରିବେ।

୧- ନୀଳ ରଙ୍ଗ

 

ଆପଣ ଯଦି ନୀଳ ରଙ୍ଗ ବାଛିଛନ୍ତି ତାହେଲେ ଆପଣ ଯେଉଁ କ୍ଷେତ୍ରରେ ମଧ୍ୟ ରହିଥାନ୍ତି ଆପଣ ଅଧିକ ଉଚ୍ଚ ସ୍ଥାନରେ ରହି ଥାଆନ୍ତି। ଏହା ବ୍ୟତୀତ ଆପଣ ପବିତ୍ର ସ୍ୱଭାବର ବ୍ୟକ୍ତି ହୋଇ ଥାଆନ୍ତି। ଯାହାଫଳରେ ଆପଣ ସମସ୍ତଙ୍କର ପ୍ରିୟ ହୋଇ ଥାଆନ୍ତି। କିନ୍ତୁ ଆପଣ ଚିଡ଼ିଚିଡ଼ା ସ୍ୱଭାବର ବ୍ୟକ୍ତି ମଧ୍ୟ ଅଟନ୍ତି। ଟିକେ ଟିକେ କଥାରେ ରାଗିଯିବା ଭଳି ଗୁଣ ଆପଣଙ୍କ ପାଖରେ ରହିଥାଏ। ଯାହା ଫଳରେ ଆପଣଙ୍କୁ ଲୋକମାନେ ଭୁଲ ବୁଝି ଥାଆନ୍ତି। ଏହା ବ୍ୟତୀତ ଯେଉଁମାନେ ଆପଣଙ୍କୁ ଭଲ ଭାବରେ ଜାଣିଥାନ୍ତି ସେମାନେ କେବେ ମଧ୍ୟ ଆପଣଙ୍କୁ ଭୁଲ ବୁଝି ନଥାନ୍ତି। ଏହା ବ୍ୟତୀତ ଆପଣ ବହୁତ ଖର୍ଚ୍ଚୀ ସ୍ୱଭାବର ବ୍ୟକ୍ତି ହୋଇ ଥାଆନ୍ତି। ଯାହା ଫଳରେ ଏହା କାରଣରୁ ଆପଣଙ୍କ ଜୀବନରେ ଅନେକ ପ୍ରକାରର ସମସ୍ୟା ଆସିଥାଏ।

୨- ହଳଦିଆ ରଙ୍ଗ

 

ଯଦି ଆପଣ ହଳଦିଆ ରଙ୍ଗଟିକୁ ବାଛି ଛନ୍ତି ତେବେ ଆପଣ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି, ଆପଣଙ୍କ ପାଖରେ ସମସ୍ତଙ୍କ ମନ ମୋହିନେବା ଭଳି ଗୁଣ ରହିଛି ।ଆପଣ ବହୁତ ଶୀଘ୍ର ସମସ୍ତଙ୍କ ସହୁତ ଶୀଘ୍ର ମିଶିଯାଆନ୍ତି ତେଣୁ ଆପଣଙ୍କ ଏହି ଗୁଣ କାରଣରୁ ଯେଉଁ ବ୍ୟକ୍ତି ଆପଣଙ୍କ ସହିତ ଥରେ ମିଶିଥାଏ ସେ ଆପଣଙ୍କୁ ଭୁଲିପାରେ ନାହିଁ ।ଏହି ବ୍ୟକ୍ତିମାନେ ଅଧିକ ସମୟ ଗପିବା ପାଇଁ ଅଧିକ ସମୟ ପସନ୍ଦ କରନ୍ତି ତାହା ସହିତ ଏମାନେ କେବେ ଏକୁଟିଆ ରହନ୍ତି ନାହିଁ ।ବହୁତ ଜଟିଳ କାର୍ଯ୍ୟକୁ ଏମାନେ ସହଜରେ କରିଥାନ୍ତି ।

୩- ନାଲି ରଙ୍ଗ

 

ଏହି ରଙ୍ଗ ପସନ୍ଦ କରିଥିବା ବ୍ୟକ୍ତି ଗମ୍ଭୀର ସ୍ଵଭାବର ହୋଇଥାନ୍ତି ଏମାନେ ଅଯଥାରେ ନିଜ ସମୟ ଅତିବାହିତ କରିବା ପାଇଁ ଏମାନେ ପସନ୍ଦ କରନ୍ତି ନାହିଁ ।ଏହି ବ୍ୟକ୍ତିମାନଙ୍କ ଜୀବନରେ ଆଗରୁ ବହୁତ ସମସ୍ୟା ଲାଗି ରହିଥିଲା ମାତ୍ର ବର୍ତମାନ ସେହି ସମୟର ପରିବର୍ତନ ହେବା ସହିତ ସେମାନଙ୍କ ଖୁସିର ଦିନ ଆରମ୍ଭ ହେବକୁ ଯାଉଛି ।ଏମାନେ ନିଜର କେରିଅର ଓ ନିଜ ଭବିଷ୍ୟତକୁ ଅଧିକ ଚିନ୍ତା କରିବା ସହିତ ତାହାର ଉନ୍ନତି ପାଇଁ ସେମାନେ ସର୍ବଦା ଅଗ୍ରସର ହୋଇଥାନ୍ତି ।ଏହି ସୁନ୍ଦର ଭାବନା ପାଇଁ ଏମାନେ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିଥାନ୍ତି ।