Life Style – ପସନ୍ଦ କରନ୍ତୁ ନିଜର ( ଜନ୍ମ ବାର ) – ଆଉ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ ଜାଣନ୍ତୁ ନିଜର ଜନ୍ମବାର ରୁ ନିଜର ସ୍ଵଭାଵ

ବ୍ୟକ୍ତି ଜନ୍ମ ହେବା ମାତ୍ରେ ତାର ଭବିଷ୍ୟତରେ କଣ ହେବ ଜାଣିବାକୁ ଚେଷ୍ଟା କରୁ। ତେଣୁ ଆଜିର ଏହି ଶିକ୍ଷିତ, ବିକଶିତ ଆଧୁନିକ ସମାଜରେ ଲୋକେ ସ୍ମାର୍ଟ ହେଲେଣି । ତେଣୁ ଏହି ଆଧୁନିକ ସମାଜର ଲୋକମାନେ ଜ୍ୟୋତିଷ ଶାସ୍ତ୍ର କୁ ବିଶ୍ୱାସ କରି ନ ଥାନ୍ତି । କିନ୍ତୁ ପୌରାଣିକ ଶାସ୍ତ୍ର ପରି ଜ୍ୟୋତିଷ ଶାସ୍ତ୍ର ର ମଧ୍ୟ ଏକ ସ୍ୱତନ୍ତ୍ରତା ରହିଛି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ଜନ୍ମ ବାରରୁ ହିଁ ନିଜର ସ୍ୱଭାବ ବିଷୟରେ ଜାଣି ହେବ । ତେବେ ଜାଣିବା କେଉଁ ବାରରେ ଜନ୍ମ ହୋଇଥିବା ବ୍ୟକ୍ତି କିପରି ବ୍ୟକ୍ତିତ୍ୱ ଲାଭ କରିବେ ।

୧. ରବିବାର :-

 

ରବିବାର ହେଉଛି ସୂର୍ଯ୍ୟ ଙ୍କ ବାର । ତେଣୁ ଏହି ଦିନ ରେ ଜନ୍ମ କରି ଥିବା ବ୍ୟକ୍ତି ମାନେ ସାଧାରଣତଃ ଅଭିମାନି ଏବଂ କ୍ରୋଧୀ ସ୍ୱଭାବ ର ହୋଇଥାନ୍ତି । ତେବେ ଏମାନେ ବହୁତ ରାଗି ହୋଇ ଥିଲେ ମଧ୍ୟ ନିଜର ମିଠା ମିଠା କଥା ଦ୍ବାରା ସମସ୍ତ ଙ୍କୁ ବହୁତ ଶୀଘ୍ର ନିଜର କରି ନେଇ ଥାନ୍ତି ।ଏମାନେ ନିଜର ଦାମ୍ପତ୍ୟ ଜୀବନ ରେ ସର୍ବଦା ନିଜର ପତ୍ନୀ ଙ୍କୁ ଖୁସିରେ ରଖିବା ପାଇଁ ପ୍ରୟାସ କରିଥାନ୍ତି ଓ ବହୁତ ଭଲ ମଧ୍ୟ ପାଇଥାନ୍ତି । ଏହା ସହିତ ଏମାନେ ଭ୍ରମଣ ପ୍ରିୟ , ଧାର୍ମିକ ଏବଂ ଭକ୍ତି ପ୍ରବଣ ହୋଇଥାନ୍ତି ।

୨. ସୋମବାର :-

ଯେଉଁ ବ୍ୟକ୍ତି ମାନେ ସୋମବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ବହୁତ ଅଳସୁଆ , ମିଷ୍ଟ ଭାଷୀ ଏବଂ ଭୋଗ ବିଳାସ ପ୍ରିୟ ହୋଇଥାନ୍ତି । ସୋମବାର ଶିବ ଙ୍କ ବାର ହୋଇଥାଏ । ତେଣୁ ଏହି ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ନିଜ ପତ୍ନୀ ଙ୍କୁ ରୀତି ନୀତି ଉପରେ ଅଧିକ ଧ୍ୟାନ ଦେବାକୁ କହିଥାନ୍ତି ।

୩. ମଙ୍ଗଳବାର :-

 

ମଙ୍ଗଳବାର ରେ ଜନ୍ମ ଗ୍ରହଣ କରି ଥିବା ବ୍ୟକ୍ତି ମାନେ ଚିନ୍ତାଶୀଳ , ଭାବ ପ୍ରବଣ , ବୁଦ୍ଧିମତି ଏବଂ ଉଚ୍ଚ ଅଭିଳାଷି ହୋଇଥାନ୍ତି । ଏମାନେ କର୍ମନିଷ୍ଠ ହୋଇଥାନ୍ତି କିନ୍ତୁ ପର ନାରୀ ଉପରେ ବହୁତ ଆଗ୍ରହ ରଖିଥାନ୍ତି । ଏମାନେ ନିଜ କର୍ମ ଅନୁସାରେ ଫଳ ପାଇବାରେ ଆନନ୍ଦ ଅନୁଭବ କରିଥାନ୍ତି ।

୪. ବୁଧବାର :-

ଯେଉଁ ବ୍ୟକ୍ତି ମାନେ ବୁଧବାର ରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ସାହାସୀ , ଚଞ୍ଚଳ ମତୀ ତଥା କାର୍ଯ୍ୟନିଷ୍ଠ ହୋଇଥାନ୍ତି । ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । କୌଣସି ପ୍ରକାର କାର୍ଯ୍ୟ କରିବା ପୂର୍ବରୁ ବୁଝି ବିଚାରି ବହୁତ ଚତୁରତା ର ସହ ସମ୍ପୂର୍ଣ୍ଣ କରିଥାନ୍ତି ।

୫. ଗୁରୁବାର :-

 

ଯେଉଁ ବ୍ୟକ୍ତି ମାନେ ଗୁରୁବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ଏମାନେ ବହୁତ ଗୁଣ ର ଅଧିକାରୀ ହୋଇଥାନ୍ତି । ମାତା ଲଷ୍ମୀ ଙ୍କ କୃପାରୁ ଏମାନେ ସହାସି ଏବଂ ଜ୍ଞାନୀ ହୋଇଥାନ୍ତି । ଏମାନେ ମିଠା ମିଠା କଥା କହି ଅନ୍ୟ ମାନଙ୍କ ଠାରୁ ନିଜର କାର୍ଯ୍ୟ ହାସଲ କରି ଥାନ୍ତି । ଏହି ବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ଠାରେ କେବେ ହେଲେ ଆର୍ଥିକ ସମସ୍ୟା ପରିଲକ୍ଷିତ ହୋଇ ନ ଥାଏ ।

୬. ଶୁକ୍ରବାର :-

ଏହି ବାର ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ଭ୍ରମଣ ପ୍ରିୟ , ଭକ୍ତି ବିରହ ତଥା କାମ ପ୍ରିୟ ହୋଇ ଥାନ୍ତି ।ସେମାନେ ନିଜର ପତ୍ନୀ ଙ୍କୁ ଖୁସିରେ ରଖିବା ପାଇଁ କିଛି ବି କାର୍ଯ୍ୟ କରି ଥାନ୍ତି ।

୭. ଶନିବାର :-

ଶନିବାର କୁ ଶନି ଦେବଙ୍କ ବାର ରୂପେ ବିବେଚନା କରାଯାଏ । ତେଣୁ ଏହି ବାରରେ ଜନ୍ମ ନେଇଥିବା ବ୍ୟକ୍ତି ମାନେ ବହୁତ ଚଞ୍ଚଳ ଏବଂ ଅହଙ୍କାରୀ ହୋଇଥାନ୍ତି । ଏମାନେ ସ୍ୱାର୍ଥପର ଓ କ୍ରୋଧି ଅଟନ୍ତି କିନ୍ତୁ ଅନ୍ୟକୁ ବିପଦ ସମୟରେ ସାହଯ୍ୟ କରିଥାନ୍ତି । ଏମାନେ ନ୍ୟାୟବନ୍ତ ହୋଇଥାନ୍ତି । ଏମାନେ ଅନ୍ୟାୟ କୁ ଆଦୌ ପ୍ରଶ୍ରୟ ଦିଅନ୍ତି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।