LIC ର ଦୀପାବଳି ଅଫର ! ମାତ୍ର ଗୋଟିଏ ଥର ଦିଅନ୍ତୁ ପ୍ରିମିୟମ ମାସକୁ ମିଳିବ ୩୬ ହଜାର ଟଙ୍କା
ମାତ୍ରା ଏକ ଥର ବିନିଯୋଗ କରନ୍ତୁ ଏତିକି ଟଙ୍କା ,ମାସ କୁ ମିଳିବ ୩୬ ହଜାର ଟଙ୍କା।ତେବେ ବିଶ୍ୱାସ ହେଉ ନଥିଲେ ବି ଏହା ସତ୍ୟ ଅଟେ।ଗ୍ରାହକ ଙ୍କ ସୁରକ୍ଷା ପାଇଁ ଭାରତୀୟ ଜୀବନ ବୀମା ନିଗମ ସବୁବେଳେ କିଛି ନା କିଛି ନୂଆ ତଥା ଆକର୍ଷଣୀୟ ଇନ୍ସୁରାନ୍ସ ପ୍ଲାନ ଆଣି ଥାଏ।ନିକଟରେ ଏଲାଇସି ଏକ ସ୍ୱତନ୍ତ୍ର ପ୍ଲାନ ଲଞ୍ଚ କରିଛି। ଯେଉଁ ଥିରେ ଥରେ ମାତ୍ର ଟଙ୍କା ଲଗାଇ ସାରା ଜୀବନ ଟଙ୍କା ଆୟ କରିବାର ଯୋଜନା ରଖା ଯାଇଛି।
ତେବେ ଏଲାଇସି ର ଏହି ବିଶେଷ ପ୍ଲାନ ର ନାଁ ରହିଛି ‘ଜୀବନ ଅକ୍ଷୟ’।କିଛି ଦିନ ପାଇଁ LIC ଏହାକୁ ବନ୍ଦ କରି ଦେଇ ଥିବା ବେଳେ ଏବେ ପୁଣି ଆରମ୍ଭ କରିଛି।
ଯଦି ଆପଣ ବୃଦ୍ଧାବସ୍ତା ରେ ପେନସନ ର ଆଶା ରଖୁଛନ୍ତି ତେବେ ଆପଣ ଚାହିଁଲେ ଏଲାଇସି ର ଏହି ପ୍ଲାନ ର ସୁବିଧା ଉଠାଇ ପାରିବେ।ଆପଣ ଚାହିଁଲେ ଏହି ଯୋଜନା କୁ ଉଭୟ ଅନଲାଇନ ଓ ଅଫଲାଇନ ରେ କିଣି ପାରିବେ।ଏବେ ଆସନ୍ତୁ ଜାଣିବା ଏଲାଇସି ର ଏହି ନୂତନ ପ୍ଲାନ ବିଷୟରେ।
ଏଲାଇସି ର ଏହି ନୂତନ ପ୍ଲାନ ର ନାଁ ରହିଛି ‘ଜୀବନ ଅକ୍ଷୟ ସାଥ ପ୍ଲାନ ନମ୍ବର ୭୭୮’।ଏହି ସିଙ୍ଗେଲ ପ୍ରିମୀୟମ ବିଶିଷ୍ଟ ଅଣ ଲିଙ୍କ ଅଂଶଗ୍ରହଣକାରୀ ଏବଂ ବ୍ୟକ୍ତିଗତ ବାର୍ଷିକ ଯୋଜନା।ତେବେ ଭାରତୀୟ ଜୀବନ ବୀମା ନିଗମ ର ଏହି ପଲିସି ଚଳିତ ବର୍ଷ ଅଗଷ୍ଟ ୨୫ ତାରିଖ ରୁ ଆରମ୍ଭ ହୋଇଛି।
ଏଲାଇସି ର ଏହି ପ୍ଲାନ ଟି ୩୦ ରୁ ୮୫ ବର୍ଷର ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ।ସେହିପରି ଏଲାଇସି ର ଏହି ପଲିସି ରେ ଆପଣ ସର୍ବନିମ୍ନ ଏକ ଲକ୍ଷ ଟଙ୍କା ନିବେଶ କରି ପାରିବେ ଏବଂ ସର୍ବାଧିକ ନିବେଶ ର କୌଣସି ସୀମା କମ୍ପାନୀ ତରଫରୁ ଧାର୍ଯ୍ୟ କରା ଯାଇ ନାହିଁ।
ତେବେ ଏଲାଇସି ର ଏହି ପ୍ଲାନ କୁ ଆପଣ ମାସିକିଆ,ତିନି ମାସିଆ ,ଛଅ ମାସିଆ ଏବଂ ବର୍ଷକ ପାଇଁ ବାର୍ଷିକ ମୋଡ଼ ରେ କିଣି ପାରିବେ।ଏଥିରେ ଗ୍ରାହକ ଙ୍କୁ ବାର୍ଷିକ ସର୍ବନିମ୍ନ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ମିଳିବ।ଏହି ପଲିସି ରେ ଯଦି ଜଣେ ୪୫ ବର୍ଷ ର ବ୍ୟକ୍ତି ୭୦ ଲକ୍ଷ ଟଙ୍କା ସୁନିଶ୍ଚିତ ବିକଳ୍ପ ଚୟନ କରନ୍ତି ତାହେଲେ ତାଙ୍କୁ ୭୧ ଲକ୍ଷ ୨୬୦୦୦ ଟଙ୍କା ପ୍ରିମୀୟମ ଦେବାକୁ ପଡ଼ିବ।ଏହି ନିବେଷ ପରେ ତାଙ୍କୁ ମାସିକ ୩୬ ହଜାର ୪୨୯ ଟଙ୍କା ପେନସନ ମିଳିବ।
ସେହିଭଳି ଏହି ପଲିସି ରେ ଗୋଟିଏ ହିଁ ପରିବାର ରୁ ଦୁଇ ଜଣ ସଦସ୍ୟ ସ୍ୱାମୀ ସ୍ତ୍ରୀ କିମ୍ବା ଭାଇ ଭଉଣି ମଧ୍ୟରେ ଯଏଣ୍ଟ ଲାଇଫ ରେ କିଣି ପାରିବେ।ତେବେ କୌଣସି ବି ବାର୍ଷିକ ଯୋଜନା ରେ ନିବେଶ କରା ଯାଇ ଥିବା ଅର୍ଥ ରାଶି ଉପରେ ସୁଧ ଲଗାଇ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଆୟ ମିଳି ଥାଏ।ଏହି ଯୋଜନା ରେ ପ୍ରତି ମାସ ଆପଣ ରୋଜଗାର ମଧ୍ୟ କରି ପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।