୪-୫ ଟି ଲବଙ୍ଗ କୁ ରାତିରେ ପାଣି ରେ ଭିଜାଇ ସକାଳୁ ଏହାର ପାଣି ପିଅନ୍ତୁ, ତା’ପରେ ଦେଖନ୍ତୁ ଆଶ୍ଚର୍ଯ୍ୟ ଜନକ ଫାଇଦା
ବନ୍ଧୁଗଣ ଆଜି ଆମେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଏକ ଜରୁରୀ କଥା ଉପରେ ଆଲୋଚନା କରିବା। ଯାହା ଆମର ଶରୀର ପାଇଁ ବହୁତ ଉପାଦେୟ ଏବଂ ଲାଭକାରୀ ପ୍ରଭାବ ଆଣିଥାଏ। ଆଜିର ବ୍ୟସ୍ତ ବହୁଳ ଜୀବନଶୈଳୀ ସାଙ୍ଗକୁ ଖାଦ୍ୟ ପେୟର ଅନିୟମିତତା କାରଣରୁ ଆମେ ଅନେକ ରୋଗ ସଂସ୍ପର୍ଶରେ ଆସିଥାଉ, ଯାହା ଆମକୁ ଭବିଷ୍ୟତରେ ସମସ୍ୟାରେ ପକାଇ ଥାଏ।
ଆଉ ସେଥିରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ଔଷଧର ସେବନ କରିଥାଉ। ତେବେ ଅନେକ ସମୟରେ କିଛି ଏପରି ପ୍ରତିକ୍ରିୟା ମିଳିଥାଏ ଯେଉଁ କାରଣରୁ ଆମେ ପରେ ସମସ୍ୟାରେ ପଡ଼ିଥାଉ।ଆଉ ଏଥିପାଇଁ ଉପକାରୀ ହୋଇଥାଏ ଘରୋଇ ଉପଚାର।
ଯାହା ବିନା ପାର୍ଶ୍ବ ପ୍ରତିକ୍ରିୟା ରେ ଅନେକ ଫାଇଦା ଶରୀରକୁ ଦେଇଥାଏ। ଆମେ ଆଜି ଲବଙ୍ଗ ବିଷୟରେ ଏବଂ ଏହାର ଔଷଧୀୟ ଗୁଣ ସମ୍ବନ୍ଧରେ କହିବାକୁ ଯାଉଛୁ। ଯାହା ପ୍ରାକୃତିକ ପ୍ରକ୍ରିୟା ରେ ଆମକୁ ଅନେକ ଫାଇଦା ଦେଇଥାଏ। ଏହାଛଡା ବାନ୍ତି, ପେଟ ସମସ୍ୟା, ଚାପ ଏବଂ ଶରୀର ଯନ୍ତ୍ରଣାରୁ ଅତି ସହଜ ରେ ମୁକ୍ତି ପାଇବା ପାଇଁ ଆମେ ଲବଙ୍ଗ ର ବିଭିନ୍ନ ଉପାୟରେ ସେବନ କରିଥାଉ। ତେବେ ଆସନ୍ତୁ ଜାଣିବା ଲବଙ୍ଗ ର ଉପକାରିତା ସମ୍ପର୍କରେ ଏବଂ ଆମ ଶରୀର ଉପରେ କିପରି ପ୍ରଭାବ ପକାଇଥାଏ।
ତେବେ ଆପଣଙ୍କୁ କହି ରଖୁଛୁ ଯେ ଲବଙ୍ଗ ର ଅନେକ ଉପକାରୀ ଗୁଣ ରହିଛି।ଏହା ଆମ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ।ଯେମିତିକି ଦାନ୍ତରେ ଯନ୍ତ୍ରଣା ଅନୁଭବ ହେଲେ ଲବଙ୍ଗକୁ ଦାନ୍ତରେ ଦବାଇବା ଦ୍ବାରା ଏହି ଯନ୍ତ୍ରଣା ରୁ ତୁରନ୍ତ ମୁକ୍ତି ମିଳିଥାଏ।ଏହା ସହିତ ଲବଙ୍ଗ ପାଣି ପିଇବା ଦ୍ବାରା ଆପଣ ବାନ୍ତି, ପେଟ ସମସ୍ୟା, ଚାପ ଏବଂ ଶରୀର ଯନ୍ତ୍ରଣାରୁ ଅତି ସହଜ ରେ ମୁକ୍ତି ପାଇପାରିବେ।
ଗ୍ୟାସ ଓ ପେଟ ସମସ୍ୟା କୁ ଭଲ କରିବା ପାଇଁ ଏହା ଏକ ବଡ଼ ଉପଚାର ଅଟେ। ଏହାସହିତ ଲବଙ୍ଗ ପାଣି ମାନସିକ ଚାପକୁ ଦୂର କରେ ଏବଂ ଏହା ଉଦାସୀନତା, ମାନସିକ ଚାପ ଏବଂ ନିଦ୍ରାହୀନତା ଭଳି ସମସ୍ୟା ପାଇଁ ଅତ୍ୟନ୍ତ ଲାଭଦାୟକ ମଧ୍ୟ ଅଟେ।ଏହା ସ୍ନାୟୁ କୁ ଶାନ୍ତ କରିବା ସହିତ ହଜମ ପ୍ରକ୍ରିୟାକୁ ମଧ୍ୟ ତ୍ବରାନ୍ବିତ କରେ। ଶୀଘ୍ର ପତନ ଭଳି ସମସ୍ୟା ମଧ୍ୟ ଏହା ଦୂର କରିଥାଏ।
ଲବଙ୍ଗ ପାଣିର ପ୍ରସ୍ତୁତି- ଆପଣ ରାତିରେ ଏକ ଗ୍ଲାସ୍ ଉଷୁମ ପାଣି ନେଇ ସେଥିରେ ୪/୫ ଟି ଲବଙ୍ଗ ପକାଇ ଏହାକୁ ଭିଯାଇ ରଖି ଦିଅନ୍ତୁ।ଏହାପରେ ଏହାକୁ ସକାଳୁ ଭଲ ଭାବରେ ଛାଣି ଦିଅନ୍ତୁ।ଏହାପରେ ଏହାକୁ ସକାଳେ ଅଳ୍ପ ଅଳ୍ପ କରି ଏକ ଗ୍ଲାସ୍ ସେବନ କରନ୍ତୁ। ଦେଖିବେ କିଛି ଦିନ ପରେ ଆପଣଙ୍କର ଉପରୋକ୍ତ ସମସ୍ତ ସମସ୍ୟା ଦୂର ହେବ ଏବଂ ଆପଣଙ୍କୁ ଅଦ୍ଭୁତ ଫାଇଦା ମଧ୍ୟ ମିଳିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।