Part- 2 ଏହି କୁନି ଝିଅର କଥା ଶୁଣିଲେ ଆପଣ ବି ହସି ହସି ଗଡ଼ିଯିବେ… ଦେଖନ୍ତୁ Video
ଏବେ ଏକ କୁନି ଝିଅ ର ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ବି ହସକୁ ଅଟକାଇ ପାରିବେ ନାହିଁ।ସେ କାନ୍ଦି କାନ୍ଦି କଣ କହୁଛି ତାକୁ ଶୁଣିଲେ ଆପଣ ବି ଖୁସି ହେବା ସହିତ ଚକିତ ହୋଇଯିବେ।ଅନେକ ସମୟରେ ଆପଣ ମାନେ କୁନି ପିଲା ମାନଙ୍କର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ସେମାନଙ୍କ କଥାରେ ଏକ ଅଲଗା ପ୍ରକାରର ଭାବନା ରହିଥାଏ ଯାହା ଶୁଣିବା ଲୋକଙ୍କୁ ବହୁତ୍ ଖୁସି ଦେଇଥାଏ। ସେମାନଙ୍କ କଥା ମଜାଳିଆ ବା କୌତୁକିଆ ହୋଇଥିବା କାରଣରୁ ଏହା ଅନେକାଂଶରେ ଲୋକଙ୍କ ପସନ୍ଦ ପାଲଟି ଯାଇଥାଏ।
ସେମାନଙ୍କୁ ଶୁଣିବା ପାଇଁ ସମସ୍ତେ ଆଗଭର ହୋଇ ଥାଆନ୍ତି ଏବଂ ବାରମ୍ବାର ଶୁଣିଲେ ବି ଏକ ଅଜଣା ଖୁସି ପାଇଥାନ୍ତି। ତେବେ ବିଭିନ୍ନ ସମୟରେ କୁନି ପିଲା ମାନଙ୍କର ଏହିଭଳି ଅନେକ ଭିଡିଓ ଲୋକଲୋଚନକୁ ଆସିବାର ଦେଖାଯାଏ। ତେବେ ସେହିପରି ଏକ ଭିଡିଓ ପୁଣି ସାମ୍ନାକୁ ଆସିଚି।
ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଏକ କୁନି ଝିଅଟି କାନ୍ଧି କାନ୍ଧି ତା କଥା କହୁଛି। ଗୁରୁମା ତାକୁ କହୁଛନ୍ତି ପାଠ ନାହିଁ କି ସାଠ ନାହିଁ ଖାଲି କାନ୍ଦୁଛି ସବୁବେଳେ। ଏହାପରେ ଝିଅଟି କହୁଛି ମା କହିଛିି ପାଠ ପଢିବାକୁ, ମୁଁ ପଢିବି। କିନ୍ତୁ ଏବେ ମୋତେ ପଢିବାକୁ ଇଛା ନାହିଁ। ଏଇସୁନ ମୁଁ ନାହିଁ ପଢେଙ୍ଗା।ଏହି କଥାକୁ ସେ କାନ୍ଦି କାନ୍ଦି କହୁଛି।
ଗୁରୁମା କହୁଛନ୍ତି ଅ, ଆ ଲେଖିବାକୁ କହିଥିଲି ତୁ ଲେଖି ନାହୁଁ କଣ ପାଇଁ? ପିଲାଟି କହୁଛି ମୁଁ ଲେଖିଛି ତ।ଏହା କହି ସେ ପୁଣି କାନ୍ଦିବାକୁ ଲାଗୁଛି। ତେବେ ବିନା ମାଡ଼ ଗାଳି ରେ କଥା କଥାରେ ପିଲାଟି ଏପରି କାନ୍ଦୁଛି ତାକୁ ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ। ପିଲାଟି କହୁଛି ମୋତେ ଗାଳି ଦିଅନି ମୁଁ ପାଠ ପଢିବି। ମୋତେ ମାରିବ ବୋଲି କହିଲ ମୋତେ କାନ୍ଦ ଲାଗିଲା। ମୁଁ ପାଠ ପରେ କରିକି ଆଣିବି।ମୋତେ ଗାଳି ଦିଅନି। ପାଠ ପଢ଼ିଲେ ମୁଁ ବଡ଼ ଚାକିରି କରିବି ନହେଲେ ମୁଁ ମୁର୍ଖ ହେବି।
ମୂର୍ଖ ହେଲେ ମୁଁ ଗାଈ ଚରେଇବି। ତେଣୁ ମୁଁ ପାଠ ପଢିବି, ପାଠ ପଢ଼ିଲେ ବଡ଼ ଚାକିରି କରି କୁରକୁରେ ଆଉ ଆଇସ୍କ୍ରିମ୍ ଆଣି ଖାଇବି। ଏହିଭଳି ଅନେକ କଥା ପିଲାଟି କାନ୍ଦି କାନ୍ଦି, ହାତରେ ଲୁହ ପୋଛି ପୋଛି କହୁଛି। ତେବେ ଆପଣ ଏହି ଭିଡିଓ ଟି ଦେଖନ୍ତୁ ଏବଂ ଦେଖିଲା ପରେ ଜାଣି ପାରିବେ ଯେ ପିଲାଟି ର ଚିନ୍ତାଧାରା କିପରି ରହିଛି ତାର ଭବିଷ୍ୟତ ପ୍ରତି। ଏପରି ଗଭୀର ଭାବନା ଏବଂ ଚିନ୍ତାଶକ୍ତି ପାଇଁ ନିଶ୍ଚୟ ସେ ଦିନେ ବଡ଼ ମଣିଷ ହବ ଯଦି ମନ ଦେଇ ସେ ପାଠ ପଢ଼ିବାକୁ ଇଚ୍ଛା କରିବ। ତେବେ ପିଲାଟିର ଏହିଭଳି କଥା ଶୁଣି ଏବଂ ଭିଡିଓ ଟିକୁ ଦେଖି ଅନେକ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି।