Kumudeni Tripathy – ଯାଦୁ ,କାଛୁ , କୁଣ୍ଡିଆ ପରି ଚର୍ମରୋଗ କୁ ଭଲ କରିଥାଏ ଏହି ଘରୋଇ ଜିନିଷ 100% ଗ୍ୟାରେଣ୍ଟି

ଆମର ସ୍ଵାସ୍ଥ୍ୟ ହିଁ ଆମର ସର୍ବଶ୍ରେଷ୍ଠ ସମ୍ପଦ ହୋଇଥାଏ । ଅର୍ଥାତ ଯଦି ଆମ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତେବେ ଆମେ ବିନା କୌଣସି ଦ୍ଵିଧା ରେ ନିଜ ଜୀବନ ର ସମସ୍ତ କ୍ଷେତ୍ରକୁ ଭଲ ଭାବରେ ଉପଭୋଗ କରିପାରିବା ; ନଚେତ ଆମ ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତ୍ତି ସମ୍ପୂର୍ଣ୍ଣ ମୁଲ୍ୟହୀନ ହୋଇଯିବ । ତା ଛଡା ନିରୋଗ ଜୀବନ ଯାପନ କରିବା ପାଇଁ କିଏ ବା ନ ଚାହେଁ । କାରଣ ନିରୋଗ ସ୍ୱାସ୍ଥ୍ୟ ଶରୀରକୁ ପ୍ରଫୁଲ୍ଲିତ କରିବା ସହ ଯେ କୌଣସି କାର୍ଯ୍ୟ କରିବା ପାଇଁ ଶକ୍ତି ଓ ପ୍ରେରଣା ଯୋଗାଇ ଥାଏ ।

 

ବର୍ତ୍ତମାନ ସମୟ ରେ ଆମ ବାୟୁ ମଣ୍ଡଳ ରେ କ୍ଷତି କାରକ ଗ୍ୟାସ ର ପରିମାଣ ବୃଦ୍ଧି ପାଇବା କାରଣରୁ ତଥା ଓଜନ ସ୍ତର ରେ ଛିଦ୍ର ହେଉଥିବା କାରଣରୁ ଅଧିକାଂଶ ଲୋକେ ପ୍ରାୟତଃ ବିଭିନ୍ନ ପ୍ରକାରର ଚର୍ମ ରୋଗ ର ଶିକାର ହେଉଛନ୍ତି ଯେପରିକି ଯାଦୁ ,କାଛୁ କୁଣ୍ଡିଆ ଇତ୍ୟାଦି । ଏହି ଯାଦୁ କାଛୁ କୁଣ୍ଡିଆ ଆଦି ଫଙ୍ଗାଲ ଇଂଫେକ୍ସନ ପାଇଁ ହୋଇଥାଏ । ତେବେ ଏହା ଏତେ ସହଜରେ ଭଲ ହୋଇ ନଥାଏ ।ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଶୟରେ କହିବୁ ଯାହା କରିବା ଦ୍ବାରା ମାତ୍ର ଅଳ୍ପ ଦିନ ବିନିମୟରେ ଆପଣ ସମସ୍ତ ପ୍ରକାରର ଚର୍ମରୋଗ ରୁ ରକ୍ଷା ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ :-

ସାଧାରଣ ଭାବରେ କହିବାକୁ ଗଲେ ଆମ ଶରୀରର ଯେଉଁ ଅଂଶ ସର୍ବଦା ଝାଳ ବୋହିବା କାରଣରୁ ହେଉ କି ଓଦା ଲୁଗା ପିନ୍ଧିବା କାରଣରୁ ହେଉ ଯଦି ଓଦା ହୋଇ ରହୁଥାଏ ତତ୍ସହିତ ଦୂଷିତ ପାଣି ର ବ୍ୟବହାର କରିବା ଦ୍ୱାରା ଆମ ଶରୀରର କେତେକ ସ୍ଥାନରେ ଫଙ୍ଗାଲ ଇଂଫେକ୍ସନ ହୋଇ ଗୋଲ ଗୋଲ ଆକାରର ହୋଇ ନାଲି ପଡି ଯାଇଥାଏ । ତାହାକୁ ଯାଦୁ କୁହାଯାଏ ।

 

ଯାଦୁ ସହିତ କାଛୁ ଓ କୁଣ୍ଡିଆ ପରି ଚର୍ମ ରୋଗ ମଧ୍ୟ ହୋଇଥାଏ ।ଏହା ଶରୀରର କୌଣସି ବି ସ୍ଥାନରେ ହୋଇ ପାରିବ । ତେବେ ଏହି ସବୁ ରୋଗ ହୋଇଥିବା ସ୍ଥାନରେ ବହୁ କୁଣ୍ଡାଇ ହୁଏ । ଏହାକୁ କୁଣ୍ଡାଇବା ଦ୍ୱାରା ଏଥିରୁ ପାଣି ପରି କିଛି ଜଳୀୟ ଅଂଶ ବାହାରିଥାଏ । ଏହି ଜଳୀୟ ଅଂଶ ଶରୀରର ଯେଉଁ ଅଂଶରେ ଲାଗିବ ସେଠାରେ ମଧ୍ୟ ଏହି ରୋଗ ହେବ ।

ଘରୋଇ ଉପଚାର ପାଇଁ ଆବଶ୍ୟକ ସାମଗ୍ରୀ –


– ଅରଖ କ୍ଷୀର ,
– ନିମ୍ବ ତେଲ

ପ୍ରସ୍ତୁତ ପ୍ରଣାଳୀ-
ପ୍ରଥମେ ଆପଣ ଏକ ଅରଖ ପତ୍ର କୁ ନେଇ ତାକୁ ଛିଣ୍ଡାଇ ସେଥିରେ ଥିବା କ୍ଷୀର କି ସଂଗ୍ରହ କରନ୍ତୁ ।ଅନ୍ୟ ଏକ ପାତ୍ରରେ ଦୁଇ ଚାମଚ ନିମ୍ବ ତେଲ ନିଅନ୍ତୁ । ବର୍ତ୍ତମାନ ଏକ ପାତ୍ରରେ ଦୁଇ ଚାମଚ ନିମ୍ବ ତେଲ ସହ ଦୁଇ ଚାମଚ ଅରଖ କ୍ଷୀର କୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ବ୍ୟବହାର ପ୍ରଣାଳୀ-

 

 


ବର୍ତ୍ତମାନ ଯାଦୁ ହୋଇଥିବା ସ୍ଥାନକୁ ଭଲ ଭାବରେ ହାଲକା ଉଷୁମ ପାଣିରେ ଡେଟେଲ ପକାଇ ସଫା କରି ନିଅନ୍ତୁ ।ପରେ ପ୍ରସ୍ତୁତ କରିଥିବା ପେଷ୍ଟ କୁ ଯାଦୁ ,କାଛୁ ଓ କୁଣ୍ଡିଆ ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ ।ଲଗେଇ ସରିବା ପରେ ଏହାକୁ 2-3 ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ମସାଜ କରି ନିଅନ୍ତୁ ।ଏହି ରିମେଡିକୁ ରାତିରେ ଶୋଇବା ପୂର୍ବରୁ ବ୍ୟବହାର କରିବା ଉଚିତ । ତେବେ ଏହାକୁ ରାତି ସାରା ସେମିତି ଛାଡି ଦେବା ପରେ ସକାଳେ ଏହାକି ଥଣ୍ଡା ପାଣିରେ ସଫା କରିନିଅନ୍ତୁ । ଏପରି ନିୟମିତ ଭାବରେ 15 ଦିନ ପର୍ଯ୍ୟନ୍ତ କରନ୍ତୁ ।