କୁମ୍ଭ ରାଶି ( Kumbha Rashi ) ବାର୍ଷିକ ରାଶିଫଳ 2023 ଉଭୟ ପୁରୁଷ ଏବଂ ମହିଳା ନିଶ୍ଚୟ ଦେଖନ୍ତୁ

ଆପଣ ମାନେ ତ ଜାଣିଛନ୍ତି 2022 ମସିହା ସରିବାକୁ ଯାଉଛି ଆଉ 2023 ମସିହା ଆରମ୍ଭ ହେବାକୁ ଯାଉଛି ଯାହାକି ଏହା ରାଶି ମାନଙ୍କ ଜୀବନ ରେ ବହୁତ ପ୍ରଭାବ ପକାଇ ଥାଏ | ଗ୍ରହ ନକ୍ଷତ୍ର ଙ୍କ ଚଳଣି ର ପରିବର୍ତ୍ତନ ଦ୍ୱାରା ରାଶି ମାନଙ୍କର ଜୀବନ ମଧ୍ୟ ବହୁତ ପରିବର୍ତ୍ତନ ହୋଇ ଥାଏ | କେଉଁ ରାଶି ରେ ଶୁଭ ଦେଖିବାକୁ ମିଳି ଥାଏ ତ ପୁଣି ଆଉ କେଉଁ ରାଶିରେ ଅଶୁଭ ଦେଖିବା ପାଇଁ ମିଳିଥାଏ | ତେବେ ଏହି 2023 ମସିହା ରେ କୁମ୍ଭ ରାଶି ବ୍ୟକ୍ତି ବିଶେଷ ଙ୍କ ପାଇଁ କିପରି ରହିବ ସେହି ସମ୍ପର୍କ ରେ ଆଜି ଆଲୋଚନା କରିବା |

କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ରାଶି ଚଳଣି ରେ 17 ଜାନୁୟାରୀ ରେ କୁମ୍ଭ ରାଶି ପ୍ରବେଶ କରିବେ | ୨୧ ଏପ୍ରିଲ ରେ ଦେବଗୁରୁ ବୃହସ୍ପତି ମେଷରାଶିରେ ଗୋଚର କରିବେ, 29ଅକ୍ଟୋମ୍ବର କୁ ରହୁଦେବ ମୀନାରାଶିରେ ରହିବେ | ଯାହାକି ଆପଣଙ୍କ ରାଶିର ଦ୍ୱିତୀୟ ଭାବ ଧନ ଭାବରେ ଗୋଚର ହେବ,କେତୁଦେବ ଆପଣଙ୍କ କନ୍ୟାରାଶିରେ ଗୋଚର କରିବେ |

ତେବେ ଆସନ୍ତୁ ଜାଣିବା ଆପଣଙ୍କ ଜୀବନରେ ହେବାକୁ ଥିବା ପରିବର୍ତ୍ତନ ବାବଦରେ:-


ଏହି କୁମ୍ଭ ରାଶି ବ୍ୟକ୍ତି ମାନଙ୍କ ପାଇଁ ନୂଆ ବର୍ଷ ବେସ ଭଲରେ କଟିବ, ନବ ବର୍ଷ ଏହି ବ୍ୟକ୍ତି ମାନଙ୍କ ପାଇଁ ଅନେକ ସଫଳତା ଅନେକ ନୂଆ ନୂଆ ଅନୁଭୂତି ଆଣି ଦେବ | ଆପଣଙ୍କ ବୈବାହିକ ଜୀବନ ଟି ଖୁବ ଭଲ କଟିବ ଏବଂ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ | ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଯେମିତି ଚାହିଁବେ ବର୍ଷ ଟିକୁ କଟାଇ ପାରିବେ, ନୂଆବର୍ଷ ପ୍ରତେକ କ୍ଷେତ୍ରରେ ଆପଣ ଙ୍କୁ ସଫଳତା ଦେବ ଏହା ସହିତ ଉନ୍ନତି ମୂଳକ କାର୍ଯ୍ୟ କରି ଆପଣ ପ୍ରଶଂସା ପାଇବେ ଭାଗ୍ୟ ଉପରେ ଭରଷା ରଖନ୍ତୁ |

ଏମାନେ ନିଜ ଜୀବନ ସାଥିଙ୍କ ସହିତ ବହୁତ ଉତ୍ତମ ସମୟ ବିତାଇବେ ଏବଂ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତି ହେବ | ଆପଣ ଲୋକ ମାନଙ୍କ ପାଇଁ ଆଦର୍ଶ ବନି ପାରନ୍ତି ଏବଂ ଏହା ସହିତ ଆସନ୍ତା ଦିନ ମାନଙ୍କରେ ଆପଣଙ୍କୁ ଅଚାନକ ଧନ ମଧ୍ୟ ପ୍ରାପ୍ତି ହୋଇ ପାରେ| ଆପଣ ଚେଷ୍ଟା ଯଦି କରିବେ ତେବେ ଆପଣଙ୍କୁ ସବୁ ପ୍ରକାର କାର୍ଯ୍ୟରୁ ଲାଭ ମିଳିବ, ତାହା ସହିତ ବୈବାହିକ ଜୀବନ ମଧ୍ୟ ଆପଣଙ୍କର ଭଲ ରହିବ |

ପ୍ରତିକାର:- ଏହି ବର୍ଷରେ ଆପଣଙ୍କର ଆସୁଥିବା କେତେକ ସମସ୍ୟା ଦୂର ହେବାପାଇଁ ଆପଣ ପ୍ରତିଦିନ ସୂର୍ଯ୍ୟାସ୍ତ ପରେ ଶନିଦେବାଙ୍କ ବୀଜମନ୍ତ୍ର “ଓଁ ପ୍ରାଙ୍ଗ ପ୍ରିଙ୍ଗ ପ୍ରଂ ଶଃ ଶନିଶ୍ଚରାୟ ନମଃ “ ୧୦୮ ଥର ଜପ କରନ୍ତୁ ଏବଂ ପ୍ରତିଦିନ ସକାଳ ଶିବ ପାଞ୍ଚକ୍ଷର ୧୦୭ ଥର ଜପ କରିବା ସହିତ ହନୁମାନ ଚାଳିଶାପାଠ କରନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।