ହେ ଭଗବାନ ! କୋଟିଏ ଟଙ୍କାର ନିଜର ମର୍ସିଡିଜ୍ ଗାଡ଼ିକୁ ଜଳାଇ ଲକ୍ଷାଧିକ ଦର୍ଶକଙ୍କୁ ଚକିତ କଲେ ୟୁଟ୍ୟୁବର, ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ….
ଆଜିକାଲି ସୋସିଆଲ ମିଡିଆରେ ବହୁତ୍ ପ୍ରକାରର ଖବର ଭାଇରାଲ ହେଉ ଥିବାର ଆପଣ ଦେଖିବାକୁ ପାଉଥିବେ। କେତେବେଳେ କିଏ ଲୋକପ୍ରିୟତା ଅର୍ଜନ କରିବା ପାଇଁ ଏମିତି କିଛି ଜିନିଷ ସୋସିଆଲ ମିଡିଆରେ ଭାଇରାଲ କରନ୍ତି ତ କେତେବେଳେ ପୁଣି ମିଛ ଗୁଜବ ଉଡା କଥା କୁ ସତ ଭାବରେ ଚିତ୍ରଣ କରି ଭାଇରାଲ କରା ଯାଇଥାଏ। ପୁଣି କେତେବେଳେ ଆଶ୍ଚର୍ଯ୍ୟ କଲାଭଳି ଖବର ମଧ୍ୟ ସାମ୍ନା କୁ ଆସିଥାଏ ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥାଏ।
ସେହିପରି ଏବେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଅବାକ୍ ହୋଇଯିବେ ଏବଂ ଏହା ଭାବିବାକୁ ବାଧ୍ୟ ହେବେ ଯେ ସତରେ କଣ ଏମିତି ବି ହୋଇପାରେ?
ତେବେ ଏହି ଘଟଣାଟି ଜଣେ ୟୁଟ୍ୟୁବରଙ୍କ ର ଅଟେ। ସୂଚନା ଅନୁସାରେ ରୁଷିଆ ର ଜଣେ ୟୁଟ୍ୟୁବର ନିଜର ମର୍ସିଡିଜ୍ ଗାଡ଼ିକୁ ଜଳାଇ ଲକ୍ଷାଧିକ ଦର୍ଶକଙ୍କୁ ଚକିତ କରି ଦେଇଛନ୍ତି।ୟୁଟ୍ୟୁବର ମାନେ ଲାଇକ ଏବଂ ଭିଉ ପାଇବା ପାଇଁ ଅନେକ କିଛି ଭିଡିଓ ଦର୍ଶକ ମାନଙ୍କ ପାଇଁ ଆଣିଥାନ୍ତି। ସେହିପରି ରୁଷିଆର ଏହି ୟୁଟ୍ୟୁବର ନିଜର ଦାମୀ ଗାଡ଼ିକୁ ନିଆଁ ଲଗାଇ ଏବେ ଚର୍ଚ୍ଚାରେ।
ତାଙ୍କ ଭାବିବା ଅନୁସାରେ ମଧ୍ୟ ଏହା ସଫଳ ହୋଇଛି। କାରଣ ୟୁଟ୍ୟୁବ୍ରେ ଏହି ଭିଡିଓ ଖୁବ୍ ତୀବ୍ର ବେଗରେ ଏବେ ଭାଇରାଲ ହେଉଛି।ତେବେ ଏକ ରିପୋର୍ଟ ଅନୁଯାୟୀ, ମିଖାଇଲ ଲିଟ୍ବିନ୍ ନାମକ ଜଣେ ଯୁବକ ୨.୪ କୋଟିର ମର୍ସିଡିଜ ଏଏମ୍ଜି ଜିଟି ୬୩ ଏସ୍ ଗାଡ଼ି କିଣିଥିଲେ।
ତେବେ ସେ କିଣିବାର କିଛିଦିନ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ। ଏଥିପାଇଁ ସେ ମର୍ସିଡିଜ ଡିଲର ନିକଟକୁ ୫ ଥର ଗାଡ଼ିକୁ ଫେରାଇବା ପାଇଁ ଫୋନ୍ ମଧ୍ୟ କରିଛନ୍ତି। ମାତ୍ର ମରାମତି ପାଇଁ କୌଣସି ସହାୟତା ନ ମିଳିବାରୁ ସେ ରାଗି ଯାଇ ଏହାକୁ ଜାଳି ଦେଇଛନ୍ତି।
ତେବେ ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଖୋଲା ପଡ଼ିଆରେ ମିଖାଇଲ କାର୍ ରଖି ଏହା ଉପରେ ପେଟ୍ରୋଲ ଢାଳୁଛନ୍ତି। ପରେ ଲାଇଟର ଜଳାଇ ନିଆଁ ଲଗାଉ ଥିବାର ଦେଖିବାକୁ ମିଳିଛି। ଏହାକୁ ଏବେ ଅଧିକ ମାତ୍ରାରେ ଲୋକେ ଦେଖୁ ଥିବାର ଦେଖିବାକୁ ମିଳିଛି। ଅନେକ ଏହାକୁ ଲାଇକ କରିବା ସହିତ ସେୟାର ମଧ୍ୟ କରିଛନ୍ତି।
ଗାଡ଼ିକୁ ଜାଳିବା ପରେ ଭିଡିଓ ରେକର୍ଡ କରି ସେ ଏହାର ଭିଡିଓ ଶେୟାର କରି କ୍ୟାପଶନ ଲେଖିଛନ୍ତି ଯେ ମୁଁ ଦୀର୍ଘଦିନ ଧରି ଭାବିଥିଲି ଯେ ଯଦି ମର୍ସିଡିଜ୍ ଡିଲର ପକ୍ଷରୁ କୌଣସି ସହାୟତା ନ ମିଳେ ତେବେ ନିଜ କାର୍ ସହିତ ମୁଁ କଣ କରିବି।ଏବଂ ଶେଷରେ ଏଥିରେ ନିଆଁ ଲଗାଇବାକୁ ନିଷ୍ପତ୍ତି ନେଇଥିଲି ବୋଲି କହିଛନ୍ତି।ତେବେ ଏହି ଭିଡିଓ ତୀବ୍ର ଗତିରେ ଭାଇରାଲ ହେଉ ଥିବାର ଦେଖିବାକୁ ମିଳିଛି ଏବଂ ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।