ପ୍ରତ୍ୟେକ ଓଡିଆଙ୍କ ପ୍ରିୟ ମୁଢି ! ଏହି ମୁଡି ଖାଇବା ଦ୍ବାରା ମିଳିଥାଏ ଅନେକ ଫାଇଦା ଯାହା 90 ପ୍ରତିଶତ ଲୋକଙ୍କୁ ଜଣାନାହିଁ….

ଆପଣ ମାନେ ତ ଜାଣିଛନ୍ତି ଯେ ଆମ ଓଡ଼ିଶା ରେ ମୁଢି ଏକ ପ୍ରକାର ର ବହୁତ ଭଲ ଖାଇବା ହୋଇ ଥାଏ, ଏହାକୁ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ଲୋକ ସମସ୍ତେ ଖାଇ ଥାଆନ୍ତି | ତେବେ ଏହି ମୁଢି ରେ ଅନେକ ପ୍ରକାର ର ଜିନିଷ ମିଶାଇ ଲୋକ ମାନେ ଖାଇବାକୁ ପସନ୍ଦ କରି ଥାଆନ୍ତି | ଯେପରି କେହି କେହି ସକାଳ ସମୟ ରେ ମୁଢି ସହିତ ଚା ଖାଇବାକୁ ଭଲ ପାଇ ଥାଆନ୍ତି | ଏହା ସହିତ କେହି କେହି ମୁଢି ସହିତ ତରକାରୀ ଖାଇବାକୁ ମଧ୍ୟ ଭଲ ପାଇ ଥାଆନ୍ତି ଏବଂ ମୁଢି ରେ ମାଂସ ତରକାରୀ ପ୍ରାୟ ଲୋକ ଙ୍କୁ ପସନ୍ଦ ହୋଇ ଥାଏ |

ତେବେ ଓଡ଼ିଆ ରେ କେବଳ ମୁଢି ପ୍ରସିଦ୍ଧ ଖାଇବା ନୁହେଁ ବରଂ ଏହା ବଙ୍ଗାଳୀ ଲୋକ ମାନେ ମଧ୍ୟ ଏହି ମୁଢି କୁ ପସନ୍ଦ କରି ଥାଆନ୍ତି | ତେବେ ଏହି ମୁଢ଼ି଼କୁ ଖାଇଲେ ଶରୀର ରେ ମଧ୍ୟ ବହୁତ ଉପକାର ହୋଇ ଥାଏ, ତେବେ ଆସନ୍ତୁ ଜାଣିବା ଆମ ଶରୀର ରେ କଣ କଣ ଉପକାର ହୋଇ ଥାଏ |

ତେବେ ଏହି ମୁଢ଼ି଼ ରେ ପ୍ରଚୁର ପରିମାଣ ରେ କାର୍ବୋହାଇଡ୍ରେଟ ରହି ଥାଏ ଯାହାକୁ ଖାଇବା ଦ୍ୱାରା ଆମ ଶରୀର ରେ ତୁରନ୍ତ ଶକ୍ତି ପ୍ରଦାନ ହୋଇ ଥାଏ | ଏହା ସହିତ ଏହି ମୁଢି କୁ ଖାଇବା ଦ୍ୱାରା ହାଡ ଶକ୍ତ କରିଥାଏ ମୁଢିରେ ଭିଟାମିନ ଡି, କ୍ୟାଲସିୟମ, ଆଇରନ ଏବଂ ଫାଇବରର ଉତ୍ତମ ସ୍ରୋତ ହୋଇଥିବାରୁ ଦାନ୍ତ ଏବଂ ହାଡ ଶକ୍ତ କରିବାରେ ସାହାଯ୍ୟ କରେ |

ମସ୍ତିଷ୍କରେ ବିକାଶ ମୁଢିରେ ନ୍ୟୁରୋ ଟ୍ରାନ୍ସମିଟର ନ୍ୟୁଟ୍ରିଏଣ୍ଟ ରହିଛି ଯାହା ମସ୍ତିଷ୍କର ବିକାଶ କରିବା ସହିତ ବ୍ରେନର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିଥାଏ | ଏହାସହ ହଜମ କ୍ରିୟାରେ ସାହାଯ୍ୟ କରିଥାଏ, ମୁଢିରେ ଥିବା ଡାଇଟେରି ଫାଇବର ମୋଟାବୋଲିଜିମ ବୃଦ୍ଧି କରିଥାଏ ଏବଂ ହଜମ କ୍ରିୟାରେ ସାହାଯ୍ୟ କରିଥାଏ |

ତେବେ ଏହି ମୁଢିରେ ଭିଟାମିନ ବି ରହି ଥାଏ ଏବଂ ମିନେରାଲରତ୍ତଉତ୍ତମ ସ୍ରୋତ ହୋଇଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ରୋଗରୁ ମୁକ୍ତି ପ୍ରଦାନ କରିଥାଏ ଏହା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ମଧ୍ୟ ହୋଇ ଥାଏ | ଏହି ମୁଢିରେ କ୍ୟାଲୋରୀ ର ମାତ୍ରା ଖୁବ ଥାଏ ଏଣୁ ଓଜନ ଏହା ଦ୍ୱାରା ହ୍ରାସ ହୋଇ ଥାଏ, ଏହା ସହିତ ହୃତଘାତ ର ଆଶଙ୍କା ମଧ୍ୟ କମି ଯାଏ | ଏହି ଭଳି ଭାବରେ ମୁଢି ଆମ ଶରୀର ରେ ଅନେକ ପ୍ରକାର ଉପକାର କରି ଥାଏ |