କିଡନିକୁ କେମିତି ରଖିବେ ସୁସ୍ଥ? Dr susan mathew

ଆଜିକାଲି ଅଧିକାଂଶ ଲୋକ କିଡ଼ନୀ ରୋଗ ରେ ପୀଡିତ ହେଉ ଥିବାର ଦେଖା ଯାଇଛି | ତେବେ ଏହି ରୋଗ ଯୋଗୁଁ ଅନେକ ପ୍ରକାରର ଅସୁବିଧା ରେ ମଧ୍ୟ ଲୋକ ମାନେ ପଡିବ ସହିତ ନିଜର ପ୍ରାଣ ମଧ୍ୟ ହରାଉଛନ୍ତି | ଆଉ ଯାହା ଏବେ ଗୋଟିଏ ବଡ଼ ରୋଗ ହୋଇ ବାହାରିଲାଣି |ତେବେ ଏହି କିଡ଼ନୀ ଜଣିତ ରୋଗ କାହିଁକି ହୁଏ କଣ ପାଇଁ ହୁଏ ଓ ଏହାର ଲକ୍ଷଣ ମାନ ସବୁ କଣ ତାହା ବିଷୟରେ ଆସନ୍ତୁ ଆଜି ଆମେ ଜାଣିବା |

କିଡ଼ନୀ ରୋଗ ର କାରଣ :-

 

 

ମଣିଷ ଶରୀର ଗଠନ ଅନୁଯାୟୀ ମଣିଷ ପାଖରେ ଦୁଇଟି କିଡ଼ନୀ ରହିଛି | ଯାହା ର କାର୍ଯ୍ୟ ଆମ ଶରୀର ସମସ୍ତ ପ୍ରକାର ବର୍ଜ୍ୟ ବସ୍ତୁ ଯାହା ରକ୍ତ ଦ୍ୱାରା ମୂତ୍ର ମାଧ୍ୟମ ରେ କିଡ଼ନୀ ଏହାକୁ ବାହାରକୁ ବାହାର କରିଥାଏ | ଯଦି ଏହା ବାହାରକୁ ବାହାରି ନଥାଏ ତାହାଲେ ଆମ କିଡ଼ନୀ ଖରାପ ହେଇଥାଏ ଓ ଯାହା ଦ୍ୱାରା ଆମ ଦେହ ଖରାପ ହେଇଥାଏ | ତେବେ କିଡ଼ନୀ ଖରାପ ହେବାର ମୁଖ୍ୟ କାରଣ ହେଉଛି ଡାଇବେଟିସ ବା ମଧୁମେୟ ରୋଗ | ତେଣୁ ଏହି ସମୟରେ ଆପଣଙ୍କ ର ମଧୁମେୟ ରୋଗ କୁ ନିୟନ୍ତ୍ରଣ କରନ୍ତୁ ନହେଲେ କିଡ଼ନୀ ଖରାପ ହେବାର ସମ୍ଭାବନା ଅଧିକ ଦେଖା ଯାଏ | ଦ୍ୱିତୀୟ ରେ ଉଚ୍ଚରକ୍ତ ଚାପ ଥିଲେ ମଧ୍ୟ କିଡ଼ନୀ ଖରାପ ହେଇଥାଏ | ତା ସହିତ ଅଧିକ ପେନକିଲର ମେଡ଼ିସିନ ଲମ୍ବା ସମୟ ଧରି ଖାଇଲେ ମଧ୍ୟ କିଡ଼ନୀ ରୋଗ ହେଇଥାଏ |

କିଡ଼ନୀ ରୋଗର ଲକ୍ଷଣ :-
କିଡ଼ନୀ ରୋଗ ହେଲେ ଦେହ ଦୁର୍ବଳ ଲାଗିବା ସହିତ ଆପଣଙ୍କ ମୁହଁ, ପାଦ ଫୁଲିଯିବା | ପରିସ୍ରା ଆଗପରି କମ ଦେଖା ଯିବା |ଚାଲିଲେ ଧଇଁ ଶୋଇଁ ଲାଗିବା, ରକ୍ତ ହୀନତା ଦେଖାଦେବା ହିମୋଗ୍ଲୋବିନ ର ମାତ୍ର କମ ଦେଖା ଯିବା | ତେବେ ଏହି ସବୁ ଲକ୍ଷଣ ଦେଖା ଦେଲେ ଆପଣ ଏହାର ଦୁଇଟି ପରୀକ୍ଷା କରିପାରିବେ (1) ୟୁରିଆ (2)କ୍ରିଏଟିଏନ | ଯେତେବେଳେ କ୍ରିଏଟିଏନ ମାତ୍ର 1.3 ରୁ ଅଧିକ ଦେଖା ଯିବ ତାହେଲେ ଆପଣ ଜାଣିନେବ ଆପଣଙ୍କ କିଡ଼ନୀ ଖରାପ ହେଇଯାଇଛି ବୋଲି |

କିଡ଼ନୀ ରୋଗ ର ଚିକିତ୍ସା :-
କିଡ଼ନୀ ରୋଗ ହେଲେ ପ୍ରଥମେ ରୋଗୀ ରୋଗରେ ପୀଡିତ ଥାନ୍ତି | ତେବେ ଏହି କିଡ଼ନୀ ରୋଗ ର ତିନଟି ଷ୍ଟେଜ ଦେଇ କରିଥାଏ । ରୋଗୀ ପ୍ରଥମେ ରୋଗରେ ପୀଡିତ ହେବେ । ଯେଉଁ ମାନଙ୍କର କିଡ଼ନୀ ଖରାପ ଅଛି ସେମାନଙ୍କୁ ମେଡ଼ିସିନ ଦ୍ୱାରା ସେମାନଙ୍କ ଚିକିତ୍ସା କରାଯାଇପାରିବ| ଯେଉଁମାନଙ୍କ ର କିଡ଼ନୀ ଖରାପ ହେଇସାରିଛି ହେଲେ ମେଡ଼ିସିନ ଦ୍ୱାରା ଏହା କୁ ନିୟନ୍ତ୍ରଣ କରିହେଉନାହିଁ |

ତେବେ ଏହି ସବୁ କ୍ଷେତ୍ର ରେ ସପ୍ତାହ କୁ ଥରେ ଡାଇ୍ଲିସିସ କରନ୍ତୁ | ଡାଇ୍ଲିସିସ ଏହି ରୋଗ ଚିକିତ୍ସା ନୁହେଁ ଏହି ରୋଗ ଚିକିତ୍ସା ହେଉଛି କିଡ଼ନୀ ପ୍ରତ୍ୟାରୋପଣ କରିବା | ତେବେ ଏହା କେବେଳ 18 ରୁ 60 ବର୍ଷ ପର୍ଯ୍ୟନ୍ତ ଜଣେ ସୁସ୍ଥ ବ୍ୟକ୍ତି କରିପାରିବ ଓ ଯାହାକୁ ଡାଇବେଟିସ ହେଇନଥିବ ଓ ତାହାର ବ୍ଲଡ଼ ଗ୍ରୁପ ସମାନ ଥିବା ଆବଶ୍ୟକ |

କିଡ଼ନୀ ରୋଗ ନ ହେବା ପାଇଁ କେମିତି ଜୀବନ ବିତାଇବେ :-
ତେବେ ପ୍ରତିଦିନ 30 ମିନିଟ ବ୍ୟୟାମ କରିବା, ଡ଼ାଇଟ କରିବା | ଚୁନା ମାଛ ଅଧିକ ଖାଇବା ଓ ମାଂସ ଠୁ ଦୁରେଇ ରହିବା | ମନେ ରଖିବେ ଲୁଣ ଜାତୀୟ ଖାଦ୍ୟ ଖାଇବେ ନାହିଁ ଓ ବଜାର ରେ ମିଳୁଥିବା ଜଙ୍କ ଫୂଡ଼ ଠାରୁ ଦୁରେଇ ରହିବା | ଏହିଭଳି ଉପାୟରେ ଆପଣ କିଡ଼ନୀ ରୋଗରୁ ମୁକ୍ତି ପାଇପାରିବେ | ପାଣି 2ରୁ ଅଢେଇ ଲିଟର ପାଣି ପିଇନ୍ତୁ ।