କିଏ ଅଧିକ ଶକ୍ତିଶାଳୀ ପ୍ରଭୁ ହନୁମାନ ନା ଶନି ଦେବ ?

ମହାନ୍ ପରାକ୍ରମୀ ହନୁମାନ ଅମର ଅଟନ୍ତି । ପବନ ପୁତ୍ର ହନୁମାନ ରଘୁ କୁଳର କୁମାର ମାନଙ୍କ କହିବା ଅନୁସାରେ ସେ ପ୍ରତିଦିନ ତାଙ୍କ ଆତ୍ମ କଥାର କୌଣସି ଅଂଶ ସୁଣାଉ ଥିଲେ । ସେ ତାଙ୍କ ଆତ୍ମ କଥା ଆରମ୍ଭ କଲେ । ମୁଁ ଥରେ ସନ୍ଧ୍ୟାରେ ମ ପ୍ରଭୁ ଆରାଧ୍ୟ ଶ୍ରୀ ରାମ ଙ୍କୁ ପ୍ରାର୍ଥନା କରୁଥିଲି । ସେହି ସମୟରେ ଗ୍ରହ ଙ୍କ ମଧ୍ୟରେ ପାପି ଗ୍ରହ ତଥା ମନ୍ଦ ବୁଦ୍ଧି ସୂର୍ଯ୍ୟ ଦେବ ଙ୍କ ପୁତ୍ର ଶନି ଦେବ ଆସିଲେ । ସେ ଅତ୍ୟନ୍ତ କଳା ଏବଂ ଭୀଷଣ କାୟ ଦେଖା ଯାଉଥିଲେ ।

ସେ ତାଙ୍କ ମୁଣ୍ଡ ପ୍ରାୟ ତ ନୁଆଇ ରଖୁଥିଲେ । ଯାହା ଉପରେ ତାଙ୍କର ଦୃଷ୍ଟି ପଡୁଥିଲା ସେ ନଷ୍ଟ ହୋଇଯାଉଥିଲା । ଶନି ଦେବ ହନୁମାନ ଙ୍କ ବହୁ ବଳ ଏବଂ ପରାକ୍ରମ ବିଷୟରେ ଜନିନଥିଲେ ।

ହନୁମାନ ତାଙ୍କୁ ଲଙ୍କାରେ ରାବଣ ଠାରୁ ମୁକ୍ତ କରିଥିଲେ । ସେ ହନୁମାନ ଙ୍କୁ ବିନୟ ପୂର୍ବକ କିନ୍ତୁ କର୍କଶ ସ୍ୱର ରେ କହିଲେ ମୁଁ ଆପଣଙ୍କୁ ସାବଧାନ କରିଦେଉଛି ତ୍ରେତୟା ଯୁଗ ର କଥା ଅଲଗା ଥିଲା କିନ୍ତୁ ବର୍ତମାନ କଳି ଯୁଗ ଆରମ୍ଭ ହୋଇଗଲାଣି ।

ଭଗବାନ୍ ଶ୍ରୀ କୃଷ୍ଣ ଯେବେ ଠାରୁ ତାଙ୍କର ଅବତାର ଲୀଳା ସମାପ୍ତ କରିଛନ୍ତି ସେବେ ଠାରୁ କଳି ଙ୍କ ର ଲୀଳା ଆରମ୍ଭ ହୋଇଯାଇଛି । କାଳୀ ଯୁଗରେ ଆପଣଙ୍କ ର ଶରୀର ଦୁର୍ବଳ ଏବଂ ମୋର ଶରୀର ବଳିଷ୍ଠ ହୋଇଯାଇଛି । ଏବେ ଆପଣ ମୋ ଦଶା ରେ ପ୍ରଭାବିତ ହେବେ । ମୁଁ ଆପଣଙ୍କ ଶରୀର କୁ ଆସିବି । ଶନି ଦେବ କିନ୍ତୁ ଜାଣି ନଥିଲେ କି ଭଗବାନ୍ ଶ୍ରୀ ରାମଙ୍କ ଚରଣ ଶ୍ରିତ ଙ୍କୁ କାଳ ର ପ୍ରଭାବ ପଡ଼ିନାହିଁ । ସମଗ୍ର ବ୍ରହ୍ମାଣ୍ଡରେ ସମସ୍ତଙ୍କୁ ନିୟନ୍ତ୍ରଣ , ସଞ୍ଚାଳନ , ପୋଷଣ ଭଗବାନ୍ ହିଁ କରନ୍ତି ।

ଭଗବାନ୍ ଙ୍କ ସେବକ କୁ କେହି ବି ଖରାପ ଦୃଷ୍ଟି ଦେଲେ ତାଙ୍କର ହିଁ ଅନିଷ୍ଟ ହୋଇଥାଏ । ହନୁମାନ ଶନି ଦେବ ଙ୍କୁ ବୁଝାଇବାକୁ ଚେଷ୍ଟା କଲେ ଯେ ଗ୍ରହ ର ପ୍ରଭାବ ମରଣ ଶିଳ ବ୍ୟକ୍ତିଙ୍କ ଉପରେ ପଡ଼ିଥାଏ । ମୁଁ ପ୍ରଭୁ ଶ୍ରୀ ରାମ ଙ୍କ ଭକ୍ତ । ପ୍ରଭୁ ଶ୍ରୀ ରାମ ଙ୍କ ବ୍ୟତୀତ ମୋ ଶରୀର ରେ ଆଉ କାହାର ସ୍ଥାନ ନାହିଁ । କିନ୍ତୁ ଶନି ଦେବ ଙ୍କୁ ଏଥିରେ ସନ୍ତୋଷ ମିଳିଲା ନାହିଁ ସେ କହିଲେ କି ମୁଁ ସୃଷ୍ଟି କର୍ତ୍ତା ଙ୍କ ନିୟମରେ ବନ୍ଧା । ଆପଣ ପୃଥିବୀରେ ରହୁଛନ୍ତି ତେଣୁ ଆପଣ ମୋ ପ୍ରଭୂତ୍ଵ ରୁ ବାହାରେ ନୁହେଁ ।

ପୁଣି ହନୁମାନ କହିଲେକି ଯଦି ଆପଣଙ୍କୁ ଆସିବାରେ ଅଛି ତେବେ ଆସନ୍ତୁ କିନ୍ତୁ ଭଲ ହୋଇଥାନ୍ତା ଯଦି ଆପଣ ମୋ ଭଳି ବୃଦ୍ଧ କୁ ଛାଡି ଦେଇଥାନ୍ତେ । ଏହାପରେ ହନୁମାନ ପଚାରିଲେ ଆପଣ ମୋ ଶରୀରର କେଉଁ ଠାରେ ବିରାଜ ମାନ କରିବେ । ସନିଦେବ ଗର୍ବ ରେ କହିଲେ ମୁଁ ପ୍ରାଣୀ ମାନଙ୍କ ର ମୁଣ୍ଡ ରେ ବିରାଜ ମାନ କରେ । ମୁଁ ଅଢେଇ ବର୍ଷ ପ୍ରାଣୀ ମାନଙ୍କ ମୁଣ୍ଡ ରେ ବିରାଜି ବୁଦ୍ଧି ବିଚଳିତ କରେ । ଅଢେଇ ବର୍ଷ ପେଟରେ ରହି ଶରୀରକୁ ଅସ୍ଥିର କରେ ।

ଶେଷ ଅଢେଇ ବର୍ଷ ଗଡରେ ବସି ଏଣେ ତେଣେ ବୁଲାଏ ।ଶନି ଦେବ ହନୁମାନ ଙ୍କ ମୁଣ୍ଡରେ ଆସି ବସିଲେ ତୋ ତାଙ୍କର ମୁଣ୍ଡ କୁଣ୍ଡେଇ ହେଲା । ଏହାକୁ ନାସ କରିବାକୁ ହନୁମାନ ଏକ ବଡ଼ ପର୍ବତ ଆଣୀ ମୁଣ୍ଡ ଉପରେ ରଖିଦେଲେ । ଶନି ଦେବ ଚିଲାଇ କହିଲେ ଆପଣ ଏ କନ୍ କରୁଛନ୍ତି । ତା ପରେ ହନୁମାନ କହିଲେ ଆପଣ ଯେପରି ସୃଷ୍ଟି କର୍ତା ଙ୍କ ନିୟମରେ ବିବସ ସେହିପରି ମୁଁ ମୋ ସ୍ୱଭାବରେ ବିବସ । ମୋ ମୁଣ୍ଡ କୁଣ୍ଡିଆ କୁ ନିବାରଣ କରିବାର ଏହା ଗୋଟିଏ ମାତ୍ର ଉପାୟ ।

ତେଣୁ ଆପଣ ଆପଣଙ୍କ କାମ କରନ୍ତୁ ଏବଂ ମୋତେ ମୋ କାମ କରିବାକୁ ଦିଅନ୍ତୁ । ଏହା କହି ହନୁମାନ ଦ୍ଵିତୀୟ ପର୍ବତ ଅନି ମୁଣ୍ଡ ଉପରେ ଥୋଇଦେଲେ । ଶନି ଦେବ ଏହା ଦେଖି ହନୁମାନ ଙ୍କୁ କହିଲେ ମୁଁ ସନ୍ଧି କରିବାକୁ ପ୍ରସ୍ତୁତ ଅଛି । କିନ୍ତୁ ହନୁମାନ ଏହା ଶୁଣି ହନୁମାନ ତୃତୀୟ ପର୍ବତ କୁ ଆଣି ନିଜ ମୁଣ୍ଡରେ ରଖିଦେଲେ । ଶନି ଦେବ ଏହା ଦେଖି କହିଲେ ମୁଁ ଆପଣଙ୍କ ପାଖକୁ ଆସିବି ନାହିଁ କିନ୍ତୁ ହନୁମାନ ମାନିଲେ ନାହିଁ ସେ ଚତୁର୍ଥ ପର୍ବତ କୁ ଆଣି ନିଜ ମୁଣ୍ଡରେ ରଖିଦେଲେ ।

ଶନି ଦେବ ତ୍ରାହି ତ୍ରାହି ଡାକିଲେ ଏବଂ କହିଲେ ମୁଁ ଆପଣଙ୍କୁ ସ୍ମରଣ କରୁଥିବା ଲକଙ୍କ ପାଖକୁ ମଧ୍ୟ ଯିବି ନାହିଁ । ଏହାପରେ ହନୁମାନ କହିଲେ ବର୍ତମାନ ତୋ ପଞ୍ଚମ ପର୍ବତ ବାକି ଅଛି । ଏତିକି ରେ ସାନିଦେବ ହନୁମାନ ଙ୍କ ପାଦ ତଳେ ପଡ଼ିଗଲା ଏବଂ କହିଲେ ମୁଁ ମୋ ପ୍ରତିଶ୍ରୁତି ମନେ ରଖିବି ଏବଂ ସେ ନିଜର ଶରୀର ର ଉପଚାର ନିମନ୍ତେ ତେଲ ମାଗିଲେ କିନ୍ତୁ ହନୁମାନ କାହିଁକି ବା ତେଲ ଦେବେ । ତେଣୁ ଆଜି ପର୍ଯ୍ୟନ୍ତ ଶନି ଦେବଙ୍କୁ ତେଲ ରେ ସନ୍ତୁଷ୍ଟ କରି ହୁଏନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।