ବର୍ତ୍ତମାନର ସବୁଠୁ ବହୁତ ବଡ ଖବର, କିନ୍ନର ଆଦାୟ କରିବେ ପାର୍କିଂ ଫି” ! ଏଥିରେ ଆପଣଙ୍କ ମତାମତ କଣ ଜଣାନ୍ତୁ କମେଣ୍ଟ ବକ୍ସରେ ……

ବର୍ତ୍ତମାନର ସବୁଠୁ ବହୁତ ବଡ ଖବର, କିନ୍ନର ଆଦାୟ କରିବେ ପାର୍କିଂ ଫି । ଆମ ସମାଜରେ କିନ୍ନର ମାନଙ୍କର ମଧ୍ୟ ଗୋଟିଏ ସ୍ବତନ୍ତ୍ର ପରିଚୟ ରହିଛି । ତେବେ ଚାଲନ୍ତୁ ଜାଣିନେବା କଣ ରହିଛି ଆଜିର ସ୍ଂମ୍ପୂର୍ଣ୍ଣ ଖବର । ବର୍ତ୍ତମାନ ସମୟରେ ସ୍ମାର୍ଟ ଜନପଥ କାମ ଚାଲୁଥିବାରୁ ଜନପଥରେ ପାର୍କିଂସ୍ଥଳୀ ଆଉ ନିଲାମ ହେଉନାହିଁ । ସେଥିପାଇଁ ବିଏମ୍‌ସି କର୍ତ୍ତୃପକ୍ଷ 2 ପାର୍କିଂ ପ୍ୟାକେଜ୍‌ କିନ୍ନରମାନଙ୍କ ସ୍ବୟଂସହାୟକ ଗୋଷ୍ଠୀ ‘ଟିଜି ସ୍ବୀକୃତି’କୁ ଦେଇଛନ୍ତି ।

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିନ୍ନରମାନଙ୍କୁ ସ୍ବାବଲମ୍ବୀ କରିବା ଏବଂ BMC ରାଜସ୍ବ ଆଦାୟ ଯେପରି ପ୍ରଭାବିତ ନ ହେବ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଛି । ତେବେ ଆଜି ଜନପଥରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ BMC କମିସନର ପ୍ରେମଚନ୍ଦ୍ର ‌ଚୌଧରୀ ଟିଜି ସ୍ବୀକୃତିକୁ ଏହି ଦାୟିତ୍ବ ଦେବା ସହ କିନ୍ନରମାନଙ୍କୁ ସ୍ବତନ୍ତ୍ର ଆପ୍ରୋନ୍ ଓ ମନିବ୍ୟାଗ୍ ଦେଇଛନ୍ତି ।

ତେବେ BMCର ନିଷ୍ପତ୍ତି ଅନୁସାରେ, ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଗୋଟିଏ ପାର୍କିଂ ପ୍ୟାକେଜ୍ ଥିବାବେଳେ ଏଥିରେ ଖାଦିମ୍‌ ‌ସୋ’ ରୁମ୍‌ ସାମ୍ନାରୁ ଶ୍ରୀଲେଦର ସୋ’ରୁମ୍‌ ସାମ୍ନା ପର୍ଯ୍ୟନ୍ତ, ହୋଟେଲ ରୟାଲ ମିଡଟାଉନ୍‌ରୁ ଆର୍ଯ୍ୟ ପ୍ୟାଲେସ୍‌, ଅଶୋକା ମାର୍କେଟ୍‌ରୁ ସିଟି ରେସିଡେନ୍ସି, ରୟାଲ ମିଡଟାଉନ୍ ସାମ୍ନାରୁ ନାରାୟଣ ଆୟୁର୍ବେଦ ଭବନ ପର୍ଯ୍ୟନ୍ତ ଅଞ୍ଚଳ ରହିଛି । ଏହାର ମାସିକ ଦେୟ 2,23,000 ଟଙ୍କା ରହିଛି ।

ଦ୍ବିତୀୟ ପାର୍କିଂ ପ୍ୟାକେଜ୍‌ରେ ମାଷ୍ଟର କ୍ୟାଣ୍ଟିନରୁ ଶ୍ରୀୟା ଛକ ଭିତର ଅଞ୍ଚଳ ରହିଛି । ଏହି ପ୍ୟାକେଜ୍ ରେ ହୋଟେଲ ସ୍ବସ୍ତିର ବିପରୀତ ପାର୍ଶ୍ବ ଅଞ୍ଚଳ, ଇପାରି ସଦାଶିବ ଜୁଏଲାରି ପାର୍କିଂସ୍ଥଳୀ, ଗୋଦାବରୀଶ ସାହିତ୍ୟ ସଂସଦ ସାମ୍ନା ପାର୍କିଂସ୍ଥଳୀ, ହୋଟେଲ କେଶରୀ ସମ୍ମୁଖ ଅନ୍‌ଷ୍ଟ୍ରିଟ୍‌ ଅଞ୍ଚଳ ରହିଛି । ଏହାର ମାସିକ ଦେୟ 1,46,089 ଟଙ୍କା ରହିଛି ।

ତେବେ ବର୍ତ୍ତମାନ ଟିଜି ସ୍ବୀକୃତି ପାର୍କିଂ ଫି’ ଆଦାୟ କରିବାକୁ ଥିବାବେଳେ ଆସନ୍ତା ମାସର ପ୍ରଥମ ସପ୍ତାହରେ ଏହି ଟଙ୍କା ଜମା କରିବ । ଆସନ୍ତା 2ମାସ ପାଇଁ କିନ୍ନରମାନଙ୍କୁ ଏହି ଦାୟିତ୍ବ ଦିଆଯାଇଛି । BMCର ଡେପୁଟି କମିସନର ଶ୍ରୀମନ୍ତ ମିଶ୍ରଙ୍କ ସୂଚନା ଅନୁଯାୟୀ ନୂଆ ପାର୍କିଂ ନୀତି ନିୟମ ଅନୁସାରେ ଇଲେକ୍ଟ୍ରିକ୍ ଯାନ ପାଇଁ 40% ପାର୍କିଂ ଫି’ ଛାଡ଼ ହେବ ।

ପାର୍କିଂ ଅଞ୍ଚଳରେ 5% ସ୍ଥାନ ସାଇକେଲ୍‌ ପାର୍କିଂ ପାଇଁ ରହିବ । କିନ୍ତୁ ସାଇକେଲ୍‌ ପାଇଁ କୌଣସି ଫି’ ପଡ଼ିବନି ଏବଂ କେଉଁ ଗାଡ଼ି କେତେ ସମୟ ପାର୍କିଂ କଲେ କେତେ ଫି’ ଦେବ ତାହା ଧାର୍ଯ୍ୟ ହୋଇଛି।

5ଘଣ୍ଟା ପର୍ଯ୍ୟନ୍ତ ପାର୍କିଂ ଫି’ ଧାର୍ଯ୍ୟ ହୋଇଛି । ଏହାଠାରୁ ଅଧିକ ସମୟ ପାର୍କିଂ କଲେ ଘଣ୍ଟାପ୍ରତି 20% ଅଧିକ ଫି’ ଦେବାକୁ ପଡ଼ିବ । ତେବେ ଏଠାରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ରହିବ। ଆଜିର ଏହି କାର୍ଯ୍ୟକ୍ରମରେ BMCର ଅତିରିକ୍ତ କମିସନର ଅବନିକାନ୍ତ ପଟ୍ଟନାୟକ, ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର, ଡେପୁଟି କମିସନର ଶୁଭେନ୍ଦୁ ସାହୁ, ଟିଜି ସ୍ବୀକୃତିର ମେଘନା, ଅଭିନେତ୍ରୀ ବିଦୁସ୍ମିତା ପ୍ରମୁଖ ଗଣ ଯୋଗ ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।