ଖୁସି ଖବର ବିବାହ ବନ୍ଧନରେ ବାନ୍ଧି ହେଲେ ଦିବ୍ୟଦୃଷ୍ଟି ସିରିଏଲର ହିରୋଇନ ଦୃଷ୍ଟି , ଜାଣନ୍ତୁ ସେ କେଉଁ ଅଭିନେତାଙ୍କୁ ବିବାହ କରିବେ

ବର୍ତ୍ତମାନ ର ଦୁନିଆ ହେଉଛି ଇଣ୍ଟରନେଟ ର ଦୁନିଆ।ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ।ତେଣୁ ଏବେ କୌଣସି ଏକ ଘଟଣା ଘଟିଲେ ତାହା ସୋସିଆଲ ମିଡ଼ିଆ ରେ ଖୁବ ଶୀଘ୍ର ଭାଇରାଲ ହୋଇ ଯାଏ।ମାତ୍ର ଏହି ଘଟଣା ଯଦି କୌଣସି ସେଲିବ୍ରେଟି ଙ୍କ ହୋଇ ଥାଏ ତାହେଲେ ତାହା ନିଆଁ ପରି ଭାଇରାଲ ହୋଇ ଥାଏ।

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି।

କାରଣ ଲକ ଡାଉନ ପରେ ଓଡ଼ିଶାର ସମସ୍ତ ଦର୍ଶକ ସିରିଏଲ ଦେଖିବାରେ ଅଭ୍ୟସ୍ତ ହୋଇ ସାରିଲେଣି।ବିଶେଷ କରି ମହିଳା ମାନେ ସନ୍ଧ୍ୟା ସମୟରେ ସମସ୍ତ କାମ ସାରି ସିରିଏଲ ଦେଖିବା ପାଇଁ ଟିଭି ଆଗରେ ବସି ଯାଆନ୍ତି।ତେବେ ନିକଟ ଅତୀତ ରେ ଏକ ଓଡ଼ିଆ ସିରିଏଲ ଅଭିନେତ୍ରୀ ଙ୍କ ର ବାହାଘର ର ଭିଡିଓ ସୋସିଆଲ ମିଡିଆ ରେ ପ୍ରବଳ ମାତ୍ରା ରେ ଭାଇରାଲ ହେବା ରେ ଲାଗିଛି ।

ତେବେ ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହନ୍ତି ଆପଣଙ୍କ ‘ଦିବ୍ୟ ଦୃଷ୍ଟି’ ସିରିଏଲ ର ଦୃଷ୍ଟି ।ଦୃଷ୍ଟି ଙ୍କ ପ୍ରକୃତ ନାମ ଅନନ୍ୟା ଦାସ।ଅନନ୍ୟା ଦାସ ନିଜର ଚମତ୍କାର ଅଭିନୟ ଦ୍ୱାରା ଓଡ଼ିଆ ସିରିଏଲ ଜଗତରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି।ସେ ପୂର୍ବରୁ ମଧ୍ୟ ଅନେକ ରିଏଲିଟି ଶୋ ରେ କାର୍ଯ୍ୟ କରି ସାରିଛନ୍ତି।

କେବଳ ଧାରାବାହିକ ନୁହେଁ ବରଂ ସେ କେତେକ ରିଏଲିଟି ଶୋ ରେ ମଧ୍ୟ କାର୍ଯ୍ୟ କରିଛନ୍ତି।ତାଙ୍କର ଅଭିନୟ ପ୍ରତି ନିଷ୍ଠା ଓ ଭଲ ପାଇବା ଦ୍ୱାରା ସେ ଆଜି ଅନେକ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି।କେବଳ ଦୃଷ୍ଟି ନୁହନ୍ତି, ଦିବ୍ୟ ମଧ୍ୟ ସମସ୍ତ ଙ୍କ ଅତି ପ୍ରିୟ ହୋଇ ପାରିଛନ୍ତି।

ତେବେ ଅନନ୍ୟା ବା ଦୃଷ୍ଟି ନିକଟରେ ସୋସିଆଲ ମିଡ଼ିଆରେ ନିଜର ବାହାଘରର ଏକ ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ଼ କରି ଥିଲେ ଓ କ୍ୟାପ୍ସନ ରେ ଲେଖି ଥିଲେ କି ମୁଁ ଖୁବଶୀଘ୍ର ଵିଵାହ କରିବାକୁ ଯାଉଛି।ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଥିଲେ କି ଦୃଷ୍ଟି ଏତେ ଅଳ୍ପ ବୟସରୁ କାହିଁକି ଓ କାହାକୁ ବିବାହ କରୁଛନ୍ତି।

ମାତ୍ର ପରେ ଜଣା ପଡି ଥିଲା କି ‘ଦିବ୍ୟ ଦୃଷ୍ଟି’ ଧାରାବାହିକ ଏବେ ଏକ ନୂଆ ମୋଡ଼ ନେବାକୁ ଯାଉଛି।କାରଣ ଏବେ ଦିବ୍ୟ, ଦୃଷ୍ଟି କୁ ନିଜର ପତ୍ନୀ ଭାବେ ଗ୍ରହଣ କରି ନେଇଛନ୍ତି।ତେଣୁ ସେ ଦୃଷ୍ଟି କୁ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି।ତେଣୁ ଏହି ଦୃଶ୍ୟର ସୁଟିଂ ବେଳର ଫଟୋ କୁ ଦୃଷ୍ଟି ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।