ମାଳିକା ର ବଡ ଭବିଷ୍ୟବାଣୀ ! ଖୁବ ଶୀଘ୍ର ବାଲେଶ୍ୱର ରେ ଘଟିବାକୁ ଯାଉଛି ରହସ୍ୟମୟ ଘଟଣା, ମାଳିକା ଦେଲା ଭୟଙ୍କର ସଂକେତ……

ବନ୍ଧୁଗଣ ଆମେ ଆଗରୁ ଆପଣଙ୍କ ପାଇଁ ଅନେକ ମହତ୍ କଥା ଏବଂ ମହାପୁରୁଷ ମାନଙ୍କର ବାଣୀ ନେଇ ଆସିଛୁ ।ଆମେ ପୁଣି ଆଜି ଜାଣିବା ବାବା ଦିବାକର ଦାସଙ୍କ ମୁଖରୁ ନିଃସୃତ ମହାପୁରୁଷ ମାନଙ୍କର କିଛି ମହାନ୍ ବାଣୀ ଏବଂ ମାଳିକା ର ବିଚାର ସମ୍ପର୍କରେ। ଯାହା ଏକ ସ୍ବତନ୍ତ୍ର ବିଷୟରେ ଆଲୋକପାତ ହୋଇଛି। ମହାପୁରୁଷ ମାନଙ୍କର ୬୦୦ ବର୍ଷ ପୂର୍ବେ ଲିଖିତ ହୋଇଥିବା ବାଣୀ ଏବଂ ମହାନ୍ ବାର୍ତ୍ତା କୁ ସେ ସବୁବେଳେ ଜନ ସମାଜକୁ ପ୍ରଦାନ କରିଥାନ୍ତି ।

ଏହାକୁ ଲୋକଙ୍କ ହିତ ପାଇଁ ଏବଂ ପ୍ରେରଣା ଦାୟକ ଭାବରେ ସମସ୍ତେ ଗ୍ରହଣ ମଧ୍ୟ କରନ୍ତି।ତେବେ ଆଜି ଯେଉଁ ଆଲୋଚନା ର ବିଷୟ ରହିଛି ତାହା ରହିଛି ଏକ ସ୍ଵତନ୍ତ୍ର ସାଂସ୍କୃତିକ ସ୍ଥାନ ବିଷୟରେ ଯାହା ଓଡ଼ିଶାର ଏକ ଅଂଶ ବିଶେଷ ଅଟେ।

ଆମେ ଆଜି ଆଲୋଚନା କରିବା ବାଲେଶ୍ଵର ଜିଲ୍ଲା ବିଷୟରେ ଯାହା ଗ୍ରନ୍ଥ ରେ ଉଲ୍ଲେଖ ରହିଛି ଏବଂ ଏକ ନିର୍ଦ୍ଦିଷ୍ଟ ପୁସ୍ତକରୁ ଉଦ୍ଧୃତ ହୋଇଛି। ଯେଉଁ ବହିର ନାମ ହେଉଛି ଓଡିଶା ସ୍ଥାନ ତତ୍ତ୍ବ ନିରୂପଣ।ସେଥିରେ ବାଲେଶ୍ଵର ବିଷୟରେ ଯାହା ଉଲ୍ଲେଖ ରହିଛି ତାକୁ ଆମେ ଆଜି ଜାଣିବା।

ପ୍ରକୃତରେ କଣ ରହିଛି ଏଥିରେ ଉଲ୍ଲେଖ ଏବଂ ବାଲେଶ୍ବର ପ୍ରତି ରହିଥିବା ବିପଦ ଏବଂ ସମସ୍ୟା ର ସମାଧାନ ଆଦି ବିଶେଷ ଭାବରେ ବର୍ଣ୍ଣିତ ହୋଇଛି।ସେଥିରେ ବର୍ଣ୍ଣିତ ହୋଇଥିବା ବାଣୀ ଯଥା ‘ପଞ୍ଚ ଲିଙ୍ଗେଶ୍ୱର ମହିମା ଅପାର ଶୁଣ ରାମ ମନ ଦେଇ, ଦର୍ଶନ କରିଲେ କୋଟି ପାପ କ୍ଷୟ ତା ପୁଣ୍ୟ କେଉ ବା କହି’।

ଅର୍ଥାତ୍ ବାଲେଶ୍ଵର ରେ ଅବସ୍ଥିତ ପଞ୍ଚ ଲିଙ୍ଗେଶ୍ୱର, ଯାହା ଏକ ପବିତ୍ର ସ୍ଥାନ ଅଟେ। ଏଠାକୁ ଅନେକ ସଂଖ୍ୟାରେ ଭକ୍ତ ଆସିଥାନ୍ତି ଏବଂ ତାଙ୍କୁ ଦର୍ଶନ କରିବା, ସ୍ପର୍ଶ କରିବା ପରେ ଅନେକ ପୁଣ୍ୟ ଅର୍ଜନ ହୋଇଥାଏ ଏବଂ ସିଦ୍ଧି ମଧ୍ୟ ହୋଇଥାଏ।ତେବେ ଏହା ହେଉଛି ବାଲେଶ୍ଵର ର ଏକ ବିଶେଷତ୍ଵ। ସେହିପରି ବାଲେଶ୍ଵର ରେ ଘଟୁଥିବା ଝଡ଼ ତୋଫାନ ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ଯାହା ବର୍ଣ୍ଣନା କରା ଯାଇଛି ।

ସେହି ଅନୁସାରେ, ‘ବହୁବାର ସେଠି ବତାସ ବୋହିବ, ଘୂର୍ଣି ଝଡ଼ ପୁଣି ହେବ, ସମୁଦ୍ର ଆସିଣ ଉଗ୍ର ରୂପ ଧରି ଗାଆଁ ଗଣ୍ଡା ଧୋଇ ଦେବ’। ଅର୍ଥାତ୍ ବାଲେଶ୍ଵର ରେ ବହୁତ୍ ସମୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ, ଝଡ଼ ତୋଫାନ ରେ କ୍ଷୟ କ୍ଷତି ମଧ୍ୟ ହେବ। ଗାଆଁ ରେ ବସବାସ କରୁଥିବା ଲୋକେ ବହୁତ୍ ହଇରାଣ ମଧ୍ୟ ହେବେ।

ଏହି ଭଳି ସମସ୍ୟା ଭିତରୁ ମୁକୁଳିବା ପାଇଁ ଯାହା ଉଲ୍ଲେଖ ରହିଛି, ‘ଚନ୍ଦନେଶ୍ଵର ରୂପରେ ହର,ଆଉ ଡାକିଲେ ଶୁଣନ୍ତି କୃପା ଅପାର’। ଅର୍ଥାତ୍ ଚନ୍ଦନେଶ୍ଵର ରେ ପୂଜା ପାଉଥିବା ପ୍ରଭୁ ଶିବ ଶଙ୍କର ଏଇ ଭଳି ବିପତ୍ତିରୁ ବାଲେଶ୍ଵର କୁ ରକ୍ଷା କରିବେ ଏବଂ ସବୁବେଳେ ସୁରକ୍ଷା ଦେବେ ଓ ସମସ୍ୟା ପୁଣି ସୁଧୁରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।