ମାଟି ଖୋଳିବା ସମୟରେ ଶ୍ରମିକମାନଙ୍କ ହାତରେ ଲାଗିଥିଲା 216ଟି ସୁନା ମୁଦ୍ରା , ବିକ୍ର କରିବାକୁ ବଜାରକୁ ଗଲେ କିନ୍ତୁ ତା ପରେ ଏମିତି କିଛି ଘଟଣା ଘଟିଲା ଜାଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ…
ଲୋଭ ଗୋଟେ ମଣିଷର କୁ ଅଭ୍ୟାସ । ଯେତେ ଚେଷ୍ଟା କଲେ ବି ନିଜର ଲୋଭକୁ ସମ୍ଭାଲି ପାରେନି ।ସେ କୌଣସି ଖାଇବା ଦ୍ରବ୍ୟ ହେଉକି କୌଣସି ଧାତବ ଦ୍ରବ୍ୟ ହେଉ ।ସୁନା ଏକ ଲୋଭନୀୟ ବସ୍ତୁ । ତା ପ୍ରତି ସମସ୍ତଙ୍କର ବହୁତ ଦୁର୍ବଳତା ଥାଏ ।ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେ ରେ ଅବସ୍ଥିତ ପିମ୍ପ୍ରି ଚିଞ୍ଚୱାଡର ଚିଖାଲି ଅଞ୍ଚଳରେ ।ଗୋଟିଏ ସ୍ଥାନରେ ଖୋଳିବା ସମୟରେ ସୁନା ମୁଦ୍ରା ମୁବାରକ୍ ଶେଖ୍ ଓ ମେଭନା ଇରଫାନ୍ ଶେଖ୍ ନାମକ ଦୁଇ ଜଣ ବ୍ୟକ୍ତି ପାଇଥିଲେ ଏବଂ ସେମାନେ ପ୍ରଶାସନ ଠାରୁ ଗୁପ୍ତ ଭାବରେ ବିକ୍ରି କରିବାକୁ ଚାହୁଁଥିଲେ ,କିନ୍ତୁ ତାହା କରିବା ପୂର୍ବରୁ ପୋଲିସ୍ ତାଙ୍କୁ ଧରି ନେଇଥିଲା ।ସେମାନେ ଭାବିଥିଲେ ଯେ ଏହି ସୁନା ମୁଦ୍ରାଗୁଡିକ ବଜାରରେ ବିକ୍ରି କରି ଟଙ୍କା ରୋଜଗାର କରିବେ ।
କିନ୍ତୁ ଏହା ହୋଇପାରିଲା ନାହିଁ ।ନିର୍ମାଣ ସ୍ଥଳରେ ଖନନ ସମୟରେ 216 ଟି ସୁନା ମୁଦ୍ରା ଉଦ୍ଧାର କରାଯାଇଛି ।ମୁଦ୍ରାଗୁଡିକ ପରୀକ୍ଷା କଲା ପରେ ଜଣା ପଡିଲା ଯେ ଏଗୁଡିକ ମୋଗଲ ସମୟର ଅଟେ ।ମୁଦ୍ରାଗୁଡିକର ମୋଟ୍ ଓଜୋନ 2357 ଅଟେ ଏବଂ ମୂଲ୍ୟ ପ୍ରାୟ 70 ହଜାର ଟଙ୍କା ବୋଲି ପୋଲିସ୍ କମିଶନର କୃଷ୍ଣ ପ୍ରକାଶ ସୂଚନା ଦେଇଛନ୍ତି ।ପଲିସ ହିରୋ ଜାମିର୍ ତାମ୍ବୋଲି ଭିଥାଲ୍ ନାଗର ବସ୍ତିରେ ରହୁଥିବା ସଦ୍ଦାମ ପଠାନ ଙ୍କୁ ବଜାରରେ କିଛି ସୁନା ବିକ୍ରି କରିବାକୁ ଚେଷ୍ଟା କରୁଥିବାର ଦେଖି ତାଙ୍କୁ ସନ୍ଦାହ ହେଲା ଏବଂ ସେ ପଠାନ ଙ୍କ ଘରେ ଖୋଜାଖୋଜି କରି ବହୁ ମୁଦ୍ରା ଉଦ୍ଧାର କରିଥିଲେ ଏବଂ ପୋଲିସ୍ ପଠାନ ଙ୍କୁ ଘଟଣା ବିଷୟରେ ପଚାରିବାରୁ ସେ କହିଲେ ଯେ ପୁଣେ ରେ ଏକ ଖନନ ସମୟରେ ତାଙ୍କ ଶଶୁର ମୁବାରକ ଶେଖ୍ ଏବଂ ଭାଉଜ ମେଭନା ଇରଫାନ ଶେଖ୍ ଏହି ମୁଦ୍ରାଗୁଡିକ ପାଇଥିଲେ ।
ଏହା ବିଷୟରେ କାହାକୁ ମଧ୍ୟ ଜଣେଇ ନ ଥିଲେ ।ପଠାନଙ୍କ ସୂଚନା ଅନୁଯାୟୀ ସେ ତାଙ୍କ ସଶୁର ଏବଂ ଭାଉଜ ଙ୍କ ନିର୍ଦ୍ଦେଶରେ ଏହି ମୁଦ୍ରା ବଜାରରେ ବିକ୍ରି କରିବାକୁ ଚେଷ୍ଟା କରୁଥିଲେ ଏବଂ ଟଙ୍କା ସଂଗ୍ରହ କରିବାକୁ ଚାହୁଁଥିଲେ ।
ଏହି ମାମଲାରେ ପୋଲିସ୍ ସଦ୍ଦାମ ପଠାନ ଏବଂ ମୁବାରକ୍ ଶେଖ୍ ଙ୍କୁ ଗିରୋଫ୍ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛନ୍ତି ବୋଲି କହିଛନ୍ତି ।ସୂଚନା ଅନୁସାରେ ଏହି ମୁଦ୍ରା ଗୁଡିକ ମୋଗଲ ସମୟର 1720 ରୁ 1750 ଔରଙ୍ଗଜେବ ଙ୍କ ରାଜତ୍ୱ ବେଳର ।ଏଗୁଡିକ ଉର୍ଦ୍ଦୁ ଏବଂ ଆରବୀ ଭାଷାରେ ଲେଖା ହୋଇଛି ଏବଂ ରାଜସ୍ଥାନର ଜୟପୁରରେ ତିଆରି ହୋଇଛି ବୋଲି ପ୍ରତ୍ନତତ୍ତ୍ୱ ବିଭାଗ ସୂଚନା ଦେଇଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।