କ୍ଷୀର ଖୁଆଉ ଥିବା ମା କଣ ଖାଇବେ ଏବଂ କଣ ଖାଇବେ ନାହିଁ..ନିଶ୍ଚିତ ଜାଣନ୍ତୁ…dr. kavya
ଗୋଟେ ମା ଯେତେ ବେଳେ ସ୍ତନପାନ୍ୟ ତା ଛୁଆ କୁ କରାଏ ସେତେ ବେଳେ ଦୁଇଟା ନ୍ୟୁଟ୍ରେସନ ତାକୁ ଦରକାର ହୁଏ | ଏମିତି ନ୍ୟୁଟ୍ରେସନ ବା ଏମିତି ଖାଦ୍ୟ ତାକୁ ଦେବା ଯେଉଁଟା କି ମା ବି ପାଇ ପାରୁ ଥିବ ଛୁଆ ବି ପାଇ ପାରୁ ଥିବ କାରଣ 6 ମାସ ଯାଏଁ ଛୁଆ ବାହାର ଖାଦ୍ୟ ଖାଇ ପାରିବ ନାହିଁ | ତେଣୁ କରି 6 ମାସ ଯାଏଁ ମା ର ଯେମିତି ଡାଇଯେସନ ହେଉଛି ତାହା ଛୁଆ ଉପରେ ନିର୍ଭର କରୁଛି |
ତେବେ ଛୁଆ ର ଗ୍ରୋଥ ନିହାତି ଦରକାର ତେଣୁ ମା ଯଦି ପ୍ରୋଟିନ ଜିନିଷ ଖାଇବ ତାହେଲେ ତାହା ତାହା କ୍ଷୀର ଦ୍ୱାରା ଛୁଆ ପେଟକୁ ଯିବ | ତାପରେ ଛୁଆ ର ଦାନ୍ତ, ଛୁଆର ଚୁଟି, ଛୁଆର ହାଡ଼ ଏସବୁ ଭଲରେ ହେବା ପାଇଁ ମାଗ୍ନେସିୟମ ଖାଇବା ଉଚିତ ଆଉ ପିଲାର ରକ୍ତ ହେବା ପାଇଁ ମା କୁ ଆଇରନ, ଭିଟାମିନ ବି 12 ଏସବୁ ଜିନିଷ ନେବାକୁ ପଡ଼େ | ମା ଖାଦ୍ୟ ରେ ଅଧିକ ତେଲ ଓ ମସଲା ଆଦି ଅଧିକ ୟୁଜ ହୋଇ ନଥିବ ଆଉ ଖଟା ମଧ୍ୟ ଅଧିକ ବ୍ୟବହାର ହୋଇ ନଥିବ |
ଏହା ସହିତ ମା ଯଦି ଭଲରେ ପାଣି ପିଇବ ତେବେ କ୍ଷୀର ମଧ୍ୟ ଭଲରେ ସିକ୍ରେସନ ଭଲରେ ହୁଏ, କାରଣ ଛୁଆ 6ମାସ ଯାଏଁ ପାଣି ପିଇ ପାରିବ ନାହିଁ ତେଣୁ ମା ର ଯଦି ଜଳୀୟ ଅଂଶ ଠିକ ରହିବ ତେବେ ଛୁଆ ମଧ୍ୟ ସୁସ୍ଥ ରହିବ |
ଅଟା ଚକୁଳି, ଯନ୍ତା ରୁଟି, ଚାଉଳ ଯନ୍ତା ରୁଟି, ସାଗୁ ଏହି ସବୁକୁ ମା ଖାଇଲେ କ୍ଷୀର ପ୍ରଡକ୍ସନ ଭଲ ହୋଇ ଥାଏ | ମା ମନେ ଦହି ମଧ୍ୟ ଖାଇ ପାରିବେ କିନ୍ତୁ ଦହି ଖଟା ହୋଇ ଗଲେ ତାକୁ ଖାଇବା ଉଚିତ ନୁହେଁ ଫ୍ରେସ ଦହି ଖାଆନ୍ତୁ ଏହା ହଜମ କରିବାରେ ସାହାଯ୍ୟ କରିଥାଏ | ଲାଉ, ଅମୃତଭଣ୍ଡା, ପାନମଧୁରୀ, ଜିରା ଏସବୁ କ୍ଷୀର ବୃଦ୍ଧି କାରକ ଅଟେ, ତେଣୁ ଏସବୁ ଜିନିଷ ଖାଇବା ଦ୍ୱାରା ଆମର କ୍ଷୀର ବୃଦ୍ଧି ହୋଇ ଥାଏ |
ଆଉ ମା ରାଗ, ମସଲା, ଅଧିକ ତେଲ, ଅତ୍ୟଧିକ ଲୁଣ ଓ ଅତ୍ୟଧିକ ମିଠା କାରଣ ଏସବୁ ଛୁଆ ହଜମ କରି ପାରେ ନାହିଁ | ଏହା ସହିତ ମୂଳା, ଚିଲି, ମଟନ ଏସବୁ ଜିନିଷ ଛୁଆ ହଜମ କରି ପାରେ ନାହିଁ ତେଣୁ ଏସବୁ ଖାଆନ୍ତୁ ନାହିଁ |
ଛଅ ମାସ ଭିତରେ ପ୍ରତି ଦୁଇ ଘଣ୍ଟା ରେ ଛୁଆ କୁ ସ୍ତନପାନ୍ୟ କରନ୍ତୁ, ଗୋଟେ ସ୍ତନରେ 15 ମିନିଟ ତାପରେ ଆଉ ଗୋଟେ ସ୍ତନରେ 15 ମିନିଟ ନହେଲେ ମା କ୍ଷୀରର ଜମି ଯିବାର ରହିଥାଏ | ଆଉ ଯେତେ ବେଳେ ଛୁଆ କୁ କ୍ଷୀର ଖୁଆଇବା ପାଇଁ ଯିବେ ସେତେବେଳେ ସବୁବେଳେ ପରିଷ୍କାର ପରିଚ୍ଛାନତା ରକ୍ଷା କରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।