ଭଗବାନ କୃଷ୍ଣ କାହିଁକି ଗଧ ପାଦ ଧରିଥିଲେ ? ନିଶ୍ଚିତ ପଢନ୍ତୁ ଆଉ ମନକୁ ଶାନ୍ତ କରନ୍ତୁ….

ମହାଭାରତରେ ଏକ ରହସ୍ୟମୟ କଥା ଯାହା କି ବର୍ତମାନ ଲୋକ ଲୋକକଥନରେ ପ୍ରଚଳିତ ହେଉଛି। ତୁମେ ତ ତୁମେ ଭଗବାନ ଶ୍ରୀକୃଷ୍ଣ ଦିନେ ଗଧର ପାଦ ଧରିଥିଲେ। ଯିଏ କ୍ଷଣକ ମଧ୍ୟରେ ସବୁ ପରିବର୍ତ୍ତନ କରି ପାରନ୍ତି, ସବୁ ଅସମ୍ଭବ କୁ ସମ୍ଭବ କରି ପାରନ୍ତି ସେହି ପରମ ପୁରୁଷ ଲୀଳାମୟ ଶ୍ରୀକୃଷ୍ଣ ପୁଣି ଗଧ ପାଦ ଧରିଥିଲେ ହେଲେ କାହିଁକି। ଆଜି ଆମେ ଆପଣଙ୍କୁ ସେହି ଜଣେଇବୁ।

ଦିନେ ରାଜା ଯୁଧିଷ୍ଠିର ଦିନେ ରାଜସ୍ବ ଯଜ୍ଞର ଆୟୋଜନ କଲେ। ଯେଉଁ ଯଜ୍ଞରେ ହାରାହାରି ଏକ ଲକ୍ଷ ରାଜା ଙ୍କୁ ଆମନ୍ତ୍ରଣ କରିବା ବ୍ୟବସ୍ଥା ଥିଲା। କିନ୍ତୁ ଭଗବାନ ଙ୍କୁ ଜ୍ଞାତ ହେଲା ଯେ ଜରାଶର୍ଣ୍ଣ ଏକ ରାକ୍ଷସ ଏକ ଲକ୍ଷ ରୁ କମ୍ ଦୁଇ ଜଣ ରାଜାଙ୍କୁ ବନ୍ଦୀ କରି ରଖିଛି ଏବଂ ସେ ମଧ୍ୟ ଯଜ୍ଞ କରୁଛି।

ଯେଉଁଠି ରାଜା ମାନଙ୍କୁ ବଳି ଦିଆଯିବ। ଏହି କ୍ଷେତ୍ରରେ ଭଗବାନ ଙ୍କ ଆଭିମୁଖ୍ୟ ଥିଲା ସେ ପାପି ରାକ୍ଷସକୁ ବୋଧ କରିବା ସହ ରାଜସ୍ବ ଯଜ୍ଞର ସମସ୍ତ ରାଜା ଙ୍କୁ ଉପସ୍ଥିତ କରାଇବା। ତେଣୁ ଭଗବାନ କୃଷ୍ଣ ଛଦ୍ମ ବେଶରେ ବ୍ରାହ୍ମଣ ବେଶରେ ଭୀମ ଏବଂ ଅର୍ଜୁନ ଙ୍କୁ ସାଙ୍ଗରେ ନେଇ ଜରାଷଣ୍ଢ ରାଜ୍ୟ କୁ ଯାଇଛନ୍ତି। ସେଠାକୁ ଯାଇ ୪ ଟି ଦ୍ୱାର ଅତିକ୍ରମ କରିବା ପାଇଁ ପଡ଼ିବ ବୋଲି ଦେଖିଛନ୍ତି।

ପ୍ରଥମ ଦ୍ୱାରା ଜରାଷଣ୍ଢ ନିଜ ପୁଅ ଶହଦେବକୁ ଯିଏକି ବହୁତ ଜ୍ଞାନୀ ତାଙ୍କୁ ଜଗେଇ ଦେଇଛି। ଦ୍ୱିତୀୟ ଦ୍ୱାରରେ ଶିମିଳି ବୃକ୍ଷ୍ୟ ରହିଛି। ତୃତୀୟ ଦ୍ୱାରରେ ପେରୀ, ତୂରୀ ଅଛି ଏବଂ ଚତୁର୍ଥ ଦ୍ୱାରରେ ଗଧ ଜଗିଛି। ପ୍ରଥମ ଦ୍ୱାରକୁ ଅତିକ୍ରମ କରିବା ପାଇଁ ଭଗବାନ କୃଷ୍ଣ ସୁମଧୁର କଣ୍ଠ ରେ ବେଦ ପାଠ କରିଥିଲେ। ଯେଉଁଠି ସ୍ୱୟଂ ବ୍ରହ୍ମ ବେଦପାଠ କରୁଛନ୍ତି ସେ ଜାଗାରେ ଶହଦେବ ତାହା ଶୁଣି ଅତ୍ୟନ୍ତ ପ୍ରିତ ହେଲେ।

ଆଉ ଯଥାସମ୍ଭବ ତାଙ୍କ ଦ୍ୱାର ଛାଡ଼ିଦେଲେ। ଆଉ ଯେତେବେଳେ ଶତ୍ରୁ ଦ୍ୱିତୀୟ ଦ୍ୱାର ଦେଇ ଆସିବ ସେତେବେଳେ ଶିମିଳି ବୃକ୍ଷ୍ୟ ପୁଷ୍ପବର୍ଣ୍ଣ ହେଇଯିବ। ଦେଲେ ଜରାଷଣ୍ଢ ଜାଣିପାରିବ ତା ଦେଶକୁ କେହି ଶତ୍ରୁ ଆସିଲା। ଆଉ ଯେତେବେଳେ କୃଷ୍ଣ, ଭୀମ ଏବଂ ଅର୍ଜୁନ ଯାଇଛନ୍ତି ସେତେବେଳେ ବୃକ୍ଷ ଟି ପୁଷ୍ପବର୍ଣ୍ଣ ହୋଇଯାଇଛି। ଆଉ ଅର୍ଜୁନ ପବନରେ ସେ ପୁଷ୍ପକୁ ଉଡ଼ାଇ ଦେଇଛନ୍ତି। ଆଉ ତୃତୀୟ ଦ୍ୱାରରେ ଯେତେବେଳେ ତୂରୀ ବାଜିବାକୁ ଲାଗିଲା ସେତିକିବେଳେ କୃଷ୍ଣ ତୁରୀ ମୁହଁରେ ତାଙ୍କ ଶଙ୍ଖ ଭର୍ତ୍ତି କରାଇଦେଲେ। ଯାହା ତୁରୀ ଶବ୍ଦ ନହୋଇ ଶଙ୍ଖ ଶବ୍ଦ ପରି ବାଜିଲା।


ଏହା ଶୁଣି ଜରାଷଣ୍ଢ ଜାଣିପାରିଲା ନାହିଁ କି କେହି ତାଙ୍କ ଦେଶକୁ ଶତ୍ରୁ ଆସିଛି। ତାପରେ ଶେଷ ଦ୍ୱାର ରେ ଗଧ ପାଦ ଦୁଇଟି ଉପରକୁ ଟେକିବ ଏବଂ ଗର୍ଜନ କଲେ ଜରାଷଣ୍ଢ ଜାଣି ପାରିବ ଯେ କେହି ଶତ୍ରୁ ଆସିଛି। ଯେତେବେଳେ ଏମାନେ ଚତୁର୍ଥ ଦ୍ୱାରରେ ପଶିଲେ ସେତିକିବେଳେ ଗଧ ଗର୍ଜନ କରିବା ସମୟରେ କୃଷ୍ଣ ତାଙ୍କର ଶଙ୍ଖକୁ ବାମ ହାତରେ ନେଇ ପାଟିରେ ପୁରାଇ ଦେଲେ ଏବଂ ଡାହାଣ ହାତରେ ଗୋଡ଼କୁ ଧରି ପକାଇଲେ। ସେହି ଦିନରୁ ଲୋକ କଥାରେ ରହି ଆସିଛି ଭଗବାନ ଶ୍ରୀକୃଷ୍ଣ ଦିନେ ଗଧ ପାଦ ଧରିଥିଲେ।