Ajira Anuchinta – କେଉଁ ଫୁଲ କେଉଁ ଦେବତାଙ୍କ ପାଖରେ ପୂଜା କରିବା ଉଚିତ ଏବଂ ଅନୁଚିତ ଜାଣନ୍ତୁ

ବନ୍ଧୁ ଗଣ ଆପଣ ମାନେ ଜାଣିଥିବେ ଯେ ସବୁ ପୁଷ୍ପ ସବୁଦେବତାଙ୍କର ପୂଜାରେ ଲାଗୁନାହିଁ l କାରଣ ଏହି ପରି କଲେ ଆମର କ୍ଷତି ହୋଇଥାଏ ବୋଲି ଆମର ହିନ୍ଦୁ ପୂରlଣ ଶାସ୍ତ୍ର ରେ ଲେଖାଯାଇଛି l ଯାହାକୁ ଅନୁଷରଣ କରି ପୂଜା କଲେ ଦେବତା ମାନେ ଆମ ଉପରେ ସନ୍ତୁଷ୍ଟ ହୋଇ ଥାନ୍ତି l ଆଉ ତାଙ୍କର କୃପା ବର୍ଷଣ କରିଥାନ୍ତି l ଆମର ହିନ୍ଦୁ ଶାସ୍ତ୍ରରେ ଏବଂ ପୁରାଣ ରେ ଦେବତା ମାନଙ୍କୁ କେମିତି ପୂଜା କରିବା ଉଚିତ ।

ତଥା କଣ ପୁଷ୍ପ ଅର୍ଚନା କଲେ ସନ୍ତୁଷ୍ଟ ହେବେ ଏବଂ କେଉଁ ମନ୍ତ୍ର ଉଚ୍ଚାରଣ କରି ଡାକିଲେ ଭଗବାନ ପ୍ରଶନ୍ନ ହୋଇ ଥାନ୍ତି l  ଦେବତା ମାନେ ଆମ ଉପରେ ଆଶ୍ରିବାଦ ଦେଇ ଆମର ଜୀବନ କୁ ସୁଖ ମୟ ପାଇଁ ଆଶିଷ ଦେଇଥାନ୍ତି l

ସେହି ପରି ଆମର ପୁରାଣ ରେ ମଧ୍ୟ ବର୍ଣିତ ହୋଇଛି ଯେ କେଉଁ ପୁଷ୍ପ ଭଗବାନ ପୂଜାରେ ଲଗେଇବା ଉଚିତ ଏବଂ କେଉଁ ପୁଷ୍ପ ଲଗେଇବା ଉଚିତ l କେଉଁ ପୁଷ୍ପ କେଉଁ ଦେବତାଙ୍କ ପାଖରେ ଲଗେଇଲେ ଭଗବାନ ଖୁସି ହୁଅନ୍ତି ଆଉ କେଉଁ ପୁଷ୍ପ ପୂଜାରେ ଚଢ଼େଇଲେ ଭଗବାନ ରୁଷ୍ଟ ହୁଅନ୍ତି l ତେବେ ଚାଲନ୍ତୁ ଜାଣିବା l

ଯେକୌଣସି ପୁଷ୍ପ ଯଦି କଟି ଯାଇଥାଏ, ମୌଳି ଯାଇଥାଏ, ସେଥିରେ ପୋକ ହୋଇ ଯାଇଥାଏ ତାହାଲେ ଏହି ପରି ପୁଷ୍ପ କୁ ଭଗବାନ ଙ୍କର ପୂଜାରେ ଲଗାନ୍ତୁ ନାହିଁ l ପୁଷ୍ପକୁ କେବେ ବି ମଧ୍ୟାହ୍ନ ସ୍ନାନ ପରେ ଗଛରୁ ତୋଳାନ୍ତୁ ନାହିଁ l ଯଦି ତୋଳି ଥାନ୍ତି ତେବେ ତାହାକୁ ପୂଜାରେ ଲଗାନ୍ତୁ ନାହିଁ l ଯଦି କୌଣସି ପୁଷ୍ପ ତୋଳି ସlରିଲା ପରେ ହାତରୁ ଖସି ପଡେ ତାହାଲେ ଏହାକୁ ଉଠାଇ ଦେବତାଙ୍କ ପୂଜାରେ ଲଗାନ୍ତୁ ନାହିଁ l

କେବେବି ଭଗବାନ ବିଷ୍ଣୁଙ୍କର ପୂଜାରେ ଦୁଃତୁରା ପୁଷ୍ପ ଲଗାନ୍ତୁ ନାହିଁ l କାରଣ ଏହି ପୁଷ୍ପ ଭଗବାନ ବିଷ୍ଣୁ ପାଖରେ ଲଗେଇଲେ ସେ ରୁଷ୍ଟ ହୋଇ ଥାନ୍ତି l ଭଗବାନ ଶିବଙ୍କ ପାଖରେ କେବେବି କଦଳୀ ଛାଡ଼ନ୍ତୁ ନାହିଁ l ସେହି ପରି ଭଗବାନ ଶିବଙ୍କ ପାଖରେ ତୁଳସୀ କିମ୍ବା ଦୁବ ଲଗେଇ ପୂଜା କରନ୍ତି ନାହିଁ l ଏହି ପରି ଦୁର୍ଗା ଦେବୀଙ୍କ ପୂଜାରେ କେବେବି ଦୁବ ପତ୍ର ଲଗାନ୍ତୁ ନାହିଁ l

ମାତା ଲକ୍ଷ୍ମୀ ଙ୍କର ସବୁଠୁ ପ୍ରିୟ ପୁଷ୍ପ ହେଉଛି କମଳ ପୁଷ୍ପ ଅଟେ ଏହି ପୁଷ୍ପ ରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି l ଭଗବାନ ଶଙ୍କର ଙ୍କର ସବୁଠୁ ପ୍ରିୟ ପତ୍ର ହେଉଛି ବେଲ ପତ୍ର ଏହି ପତ୍ର ପାଞ୍ଚ ଦିନ ପର୍ଯ୍ୟନ୍ତ ବlସି ହୁଏ ନାହିଁ l ତୁଳସୀ ପତ୍ର ଯାହା ଭଗବାନ ବିଷ୍ଣୁ ଙ୍କର ପ୍ରିୟ ପୁଷ୍ପ ଅଟେ l ଏହି ତୁଳସୀ ପତ୍ର ତୋଳି ରଖିଲେ ବlସି ହୁଏ ନାହିଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।