କେଶ ଝଡ଼ିବା ସମସ୍ୟା ର ଘରୋଇ ଉପଚାର ।। ତେଲ ଓ ମେଥି ସହିତ ଲଗାନ୍ତୁ ଏହି ଗୋଟିଏ ଜିନିଷ ୧୦୦% ଗ୍ୟାରେଣ୍ଟି

ଆଜି ଆମେ ଜାଣିବା ଘରୋଇ ଉପାୟ ରେ କିପରି ଭାବରେ କେଶ ଝଡ଼ିବା ଓ ପତଳା ହୋଇ ଯିବା ପରି ସମସ୍ୟା ରୁ କିପରି ମୁକ୍ତି ପାଇବା । ପ୍ରାୟତଃ ସବୁ ଝିଅ ମାନଙ୍କ ର କେଶ ଝଡ଼ିବା ଏକ ଦୁର୍ବଳ ହୋଇ ଯିବା ଏକ ମୂଖ୍ୟ ସମସ୍ୟା ହୋଇ ଥାଏ ଓ ସେମାନେ ଏଥି ପାଇଁ ବହୁତ୍ ଚିନ୍ତା ରେ ରହି ଥାଆନ୍ତି । ଆମେ ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ସମ୍ପୁ ମଧ୍ୟ ବ୍ୟବହାର କରିଥାଉ ।

କିନ୍ତୁ ଏଥିରେ ଥିବା କେମିକାଲ ମଧ୍ୟ ଆମ କେଶ ଉପରେ ବହୁତ୍ ଖରାପ୍ ପ୍ରଭାବ ପକାଇ ଥାଏ। ତେବେ ଆଜି ଆମେ ଏହି କେଶ ଝଡ଼ିବା ର ଏକ ଘରୋଇ ଉପଚାର ବିଷୟ ରେ ଜାଣିବା।

ଏହାକୁ ପ୍ରସ୍ତୁତ କରିବା ବହୁତ୍ ସହଜ ହୋଇ ଥାଏ । ଆଉ ଆମେ ଏଥିରେ ଯେଉଁ ସବୁ ଉପାଦାନ ପକାଇବା ସେସବୁ ଉପାଦାନ ଆମ ରୋଷେଇ ଘରୁ ଅତି ସହଜ ରେ ମିଳି ଯିବ । ତେବେ ଆସନ୍ତୁ ଜାଣିବା -ଏହି ଉପାୟ ପ୍ରସ୍ତୁତ କରିବା ଅତି ସହଜ ଓ ସରଳ ଅଟେ । ଏହାକୁ ଆପଣ ସାଧାରଣ ଘରେ ବହୁତ୍ ସହଜ ରେ ପ୍ରସ୍ତୁତ କରି ପାରିବେ ।

ତେବେ ଗୋଟିଏ କଥା କହି ରଖୁଛି ଯେ ଆମ କେଶ ଝଡ଼ିବା ଓ ମୋଟା ନହେବା ର କାରଣ ପ୍ରାୟତଃ କେମିକାଲ ସାଂପୁ ହୋଇଥାଏ ତେଣୁ ଆପଣ ଏହି ସବୁ ରୁ ଦୂରେଇ ରୁହନ୍ତୁ ଓ ଘରେ ପ୍ରାକୃତିକ ଉପାୟ ରେ ଏହାର ଉପଚାର କରନ୍ତୁ । ତେବେ ମୁଁ ଯେଉଁ ଉପାୟ କହୁଚି ଏହା ସମ୍ପୂର୍ଣ ପ୍ରାକୃତିକ ଅଟେ । ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ପ୍ରଥମେ ଆବଶ୍ୟକ ସାମଗ୍ରୀ ଚାଉଳ ଅଟେ ।

ସମସ୍ତ ଙ୍କ ଘରେ ଚାଉଳ ଥାଏ ଯାହା ଭାତ ରୋଷେଇ ହୋଇ ଥାଏ । ଭାତ ହେବା ସହିତ ଏହା ଆମ କେଶ ପ୍ରତି ମଧ୍ୟ ବହୁତ୍ ଭଲ ପ୍ରଭାବ ପକାଇ ଥାଏ । ଦ୍ଵିତୀୟ ସାମଗ୍ରୀ ଏଥିରେ ମିଶାଇବା ପାଇଁ ଆପଣ ଙ୍କୁ ମେଥି ଆବଶ୍ୟକ ଅଟେ । ମେଥି ଆମ କେଶ ପାଇଁ କେତେ ଉପକାରୀ ଅଟେ ଏହା ଆପଣ ଭଲ ଭାବେ ଜାଣି ଥିବେ ।

ମେଥିରେ ଏମିତି ଅନେକ ତତ୍ତ୍ଵ ରହିଥାଏ ଯାହା ଆମ କେଶ କୁ ମୂଳ ରୁ ମଜବୁତ୍ କରି ଥାଏ ଓ ଝଡ଼ିବା ରୁ ମୁକ୍ତି ଦେବା ସହ ବଢିବା ରେ ମଧ୍ୟ ସାହାର୍ଯ୍ୟ କରି ଥାଏ । ତେବେ ପ୍ରଥମେ ଆପଣ ଚାଉଳ ଓ ମେଥି କୁ ଏକ ପାତ୍ର ରେ କିଛି ପାଣି ଦେଇ ଭେଦେଇ ଦିଅନ୍ତୁ ।

ପ୍ରାୟ 5-7 ଘଣ୍ଟା ଏହାକୁ ପାଣି ରେ ଭେଦେଈ ଦିଅନ୍ତୁ । ଏହା ପରେ ଆପଣ ଏହାକୁ ଗ୍ରାଇନ୍ଦର ରେ ପେଶି ଦିଅନ୍ତୁ ଓ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ।ଏହି ପେଷ୍ଟ ରେ ଆପଣ ଅଦା କୁ ଛେଚି ଏହାର ରସ ବାହାର କରନ୍ତୁ । ଏଥିରେ ଏକ ଚାମଚ୍ ଅଦା ର ରସ ମିଶାଇ ଦିଅନ୍ତୁ ।ଏହା ପରେ ଏହି ପେଷ୍ଟ କୁ ଆପଣ କେଶ ରେ ଲଗାନ୍ତୁ ।

ଏହି ପେଷ୍ଟ କୁ ଆପଣ କେଶ ର ମୂଳ ରେ ଲଗାନ୍ତୁ ଓ ଉପରେ ମଧ୍ୟ । ଲଗାଇ ସରିବା ପରେ କିଛି ସମୟ ଏହାକୁ ଛାଡ଼ି ଦିଅନ୍ତୁ ଓ କିଛି ସମୟ ପରେ ଥଣ୍ଡା ପାଣି ରେ କେଶ ଧୋଇ ଦିଅନ୍ତୁ । ଦେଖିବେ କେଶ ଝଡ଼ିବା ସମସ୍ୟା ଦୂର ହେବା ସହିତ କେଶ ଲମ୍ବା ଓ ମଜବୁତ୍ ହୋଇ ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।