ସ୍ଵାମୀଙ୍କୁ ଅପମାନ କଲେ କେଉଁ ପାପ ହୁଏ II ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ II KESABA DWITIKRUSHNA

ହିନ୍ଦୁ ଧର୍ମ ରେ ବିବାହ ପରେ ସ୍ୱାମୀ ସ୍ତ୍ରୀ ମାନଙ୍କର ସବୁଦିନ ପାଇଁ ଦେବତା ଅଟନ୍ତି। ଏ ସଂସାରରେ ଯେତେ ପୂଜା ଥାଉନା କାହିଁକି ,ବିବାହିତ ନାରୀ ମାନଙ୍କ ପାଇଁ ପ୍ରଥମେ ସ୍ୱାମୀ ପୂଜ୍ୟ ଅଟନ୍ତି। ସେଥିପାଇଁ ବିବାହ ପରେ ସ୍ୱାମୀ ସ୍ତ୍ରୀ ଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ପରି ଅଟେ। ଆଉ ଯଦି କେହି ନାରୀ ସେହି ସ୍ୱାମୀ ଙ୍କୁ ଅପମାନ କରେ ତାହେଲେ ସେହି ନାରୀ ଠାରୁ ହତଭାଗିନୀ ଆଉ କେହି ନୁହେଁ। ଆଜିକାଲି ସମାଜରେ ଦେଖିବାକୁ ମିଳୁଛି କି ,ନାରୀ ମାନେ ନିଜ ସ୍ୱାମୀ ଙ୍କୁ ଖାତିର କରୁ ନାହାନ୍ତି ,ତାଙ୍କୁ ନାନା ଅପବାଦ ଦେଇଥାନ୍ତି।

ତେବେ ନାରୀ ମାନେ ଏମିତି ଭୁଲ କେବେବି କରନ୍ତୁ ନାହିଁ ,ନହେଲେ ଏମିତି ଦୁଃଖର ଭାଗୀ ହେବେ ଯେ ଜୀବନ ପୁରା ନର୍କ ପାଲଟିଯିବ। ତେବେ ଗୀତା, ଭାଗବତ ଠାରୁ ଆରମ୍ଭ କରି ଜଗତରେ ଥିବା ସମସ୍ତ ପ୍ରାଣୀ ମାନଙ୍କ ବିଷୟରେ କୁହାଯାଇଛି।

ଆଉ ସେଥି ମଧ୍ୟରୁ ସେଥିରେ ସ୍ତ୍ରୀ ଧର୍ମ ବିଷୟରେ ମଧ୍ୟ କୁହାଯାଇଛି, ହେଲେ ଆଜିର ଆଧୁନିକ ନାରୀ ନିଜର କର୍ତ୍ତବ୍ୟ କଥା ଭୁଲି ଗଲେଣି ।ତେବେ ଆପଣ ଦେଖୁଥିବେ ବର୍ତ୍ତମାନ ବିବାହିତ ନାରୀ ଙ୍କ ମୁଣ୍ଡରେ ସିନ୍ଦୁର ନାହିଁ କି ହାତରେ ଶଙ୍ଖା ନାହିଁ ଆଉ ସେମାନେ ସ୍ଵାମୀଙ୍କ ର କି କଥା ମାନୁ ଥିବେ ତାହା ସମସ୍ତେ ଦେଖୁଛନ୍ତି ।

ହେଲେ ଏହି ନାରୀ ମାନେ ଜଲଦି ସାଵଧାମ ହେବା ଉଚିତ ନହେଲେ ସ୍ୱାମୀର ଆପମାନ କରୁଥିବା ଯୋଗୁ ଅଳ୍ପ ସମୟରେ ଜୀବନରେ ଅନେକ ଦୁଃଖ ମାଡି ଆସିବ, ଆଉ ଏହା ଭଗବତ ଗୀତରେ ବର୍ଣ୍ଣିତ ଅଛି ।

ତେବେ ଆମ ପୁରାଣ ଭାଗବତ ରେ ଆମର ଜୀବନ ର ଅର୍ଥ ରହିଛି ସେହି ଭାଗବତ ର ଏକ ଶ୍ଳୋକ ରେ କୁହାଯାଇଛି କି ଯେଉଁ ନାରୀ ସ୍ୱାମୀ କୁ କଟୁ କଥା କହିଥାଏ ସେହି ନାରୀ ଖୁବ ଅଭାଗା ଅଟେ ।ସ୍ୱାମୀ ଦେବତା ଅଟନ୍ତି, ବିବାହିତ ନାରୀଙ୍କ ପାଇଁ ଦେବାଦେବୀ ଠାରୁ ବଡ଼ ତାଙ୍କ ସ୍ୱାମୀ ଆଉ ଏହି ସ୍ୱାମୀ ର କେବେ ଅନାଦର ହତାଦର କରିବା ଉଚିତ ନୁହେଁ ।

ଯେଉଁ ନାରୀ ଏହି କଥା କୁ ମାନନ୍ତି ନାହିଁ ତାଙ୍କ ଜୀବନରେ ତାଙ୍କ ଜୀବନରେ ଦୁଃଖ ପରେ ଦୁଃଖ ଲାଗି ରହିଥାଏ ।ଏହାଛଡ଼ା ଦୁହିତା ଦୁଇ କୂଳକୁ ହିତା, ଏହି ଦୁହିତା ଜୀବନରେ କେବେ ସୁଖ ନଥାଏ ସବୁବେଳେ ଦୁଃଖରେ ରହିବାକୁ ପଡିଥାଏ ।ତେଣୁ ନାରୀ ର ଜୀବନ ସବୁବେଳେ ପରିବର୍ତ୍ତନ ହେଇଥାଏ ଆଉ ସେହି ଅନୁସାରେ ତାଙ୍କୁ ପାଦ ପକେଇ ଚାଲିବାକୁ ପଡିଥାଏ ।ଝିଅ ଓ ବୋହୁ ଉଭୟ ନାଁରେ ପାଦ ଦେଇ ତାକୁ ସମାନ ଭାବେ ନଦୀ ଜୀବନ ର ରାସ୍ତା କୁ ପାର କରିବାକୁ ପଡିଥାଏ ।ଆଉ ଏହା ହେଉଛି ଗୋଟିଏ ନାରୀ ପାଇଁ ସଂସାରର ନିୟମ, ଯେଉଁ ନିୟମ ନିରାଟ ସତ୍ୟ ବି ।ତେବେ ନାରୀ ନିଜର ଧର୍ମ ବିଷୟରେ ଜାଣି ତାହାକୁ ପାଳନ କଲେ ଯାଇ ଜୀବନ ସରସ ଓ ସୁନ୍ଦର ହେଇ ପାରିବ ।