କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଲା ଦେଶର TOP 10 ପୋଲିସ୍ ଷ୍ଟେସନ ର ତାଲିକା । ଜାଣନ୍ତୁ ଓଡ଼ିଶାର ସ୍ଥାନ କେଉଁଠି ?
ଅନେକ କ୍ଷେତ୍ରରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ତାର ନାମ କୁ ଉଚ୍ଚା କରିଥିବାର ନଜିର ରହିଛି। ଆମ ଦେଶ ଭାରତରେ ଓଡିଶା ରାଜ୍ୟର ଏକ ସ୍ବତନ୍ତ୍ର ସ୍ଥାନ ରହିଛି ତାର କଳା, କୃଷି, ସାହିତ୍ୟ ଏବଂ ସଂସ୍କୃତିର ନିଆରା ପରମ୍ପରା କୁ ନେଇ।ତେବେ ଏହାଛଡା ଅନେକ କ୍ଷେତ୍ରରେ ମଧ୍ୟ ଓଡ଼ିଶା ତାର ପାରଦର୍ଶିତା କୁ ବିଶ୍ଵ ଦରବାରରେ ଉପସ୍ଥାପନ କରିବାକୁ ସକ୍ଷମ ହୋଇଛି।
ବିଶ୍ଵ ବିଦିତ ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିର ଆମ ଓଡ଼ିଆ ଙ୍କ ପରିଚୟକୁ ବିଶ୍ଵ ଦରବାରରେ ପହଞ୍ଚାଉଛି। ଯେଉଁ କାରଣ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ସମସ୍ତ ଓଡ଼ିଆ ଆଜି ଗର୍ବ ଅନୁଭବ କରୁଛନ୍ତି।
ତେବେ ଏହି ସମୟରେ ରାଜନୈତିକ ପୃଷ୍ଠଭୂମି ଏବଂ ପ୍ରଶାସନ ସ୍ତରରେ ମଧ୍ୟ ଓଡ଼ିଶା ଅନ୍ୟ ପ୍ରଦେଶ ମାନଙ୍କ ଠାରୁ ପଛରେ ନାହିଁ। କିନ୍ତୁ ଏବେ ଏକ ଖବର ସାମ୍ନାକୁ ଆସିଚି ଯାହା ଆମ ସମସ୍ତଙ୍କୁ ସାମାନ୍ୟ ଦୁଃଖିତ ଏବଂ ଲଜ୍ଜିତ କରିଛି। କାରଣ ଆମ ଦେଶର ଟପ୍ ୧୦ଟି ପୋଲିସ୍ ଷ୍ଟେସନ୍ ତାଲିକାରେ ଓଡ଼ିଶାର କୌଣସି ପୋଲିସ ଷ୍ଟେସନ୍ ସ୍ଥାନ ପାଇନାହିଁ।
ନିକଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ର ଦେଶର ଟପ୍ ୧୦ଟି ପୋଲିସ ଷ୍ଟେସନ୍ ତାଲିକାରେ ସ୍ଥାନ ପାଇଥିବା ରାଜ୍ୟ ଗୁଡ଼ିକ ହେଲେ ମଣିପୁର, ତାମିଲନାଡୁ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୋଆ, ସିକିମ୍, ଉତ୍ତର ପ୍ରଦେଶ, ତେଲେଙ୍ଗାନା, ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ଦାଦ୍ରା ନଗର ହାବେଲୀ।
ତେବେ ଏହି ସମସ୍ତ ଉପରୋକ୍ତ ରାଜ୍ୟର ଗୋଟିଏ ଗୋଟିଏ ଲେଖାଏଁ ପୋଲିସ ଷ୍ଟେସନକୁ ସାମିଲ କରା ଯାଇଛି ଦେଶର ଟପ୍ ୧୦ ପୋଲିସ୍ ଷ୍ଟେସନ ହିସାବରେ।ଏଠାରେ ଏହି ତାଲିକାରେ ଓଡ଼ିଶାର କୌଣସି ପୋଲିସ୍ ଷ୍ଟେସନ ସ୍ଥାନ ପାଇ ନାହିଁ।ତେବେ ଯାହା ସୂଚନା ରହିଛି ସେହି ଅନୁସାରେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଯଦିଓ ୨୦୨୦ରେ ଓଡ଼ିଶାର କୌଣସି ପୋଲିସ ଷ୍ଟେସନ୍ ଟପ୍ ୧୦ ଷ୍ଟେସନ ରେ ସ୍ଥାନ ପାଇ ନାହିଁ ।କିନ୍ତୁ ପୂର୍ବରୁ ଅର୍ଥାତ୍ ୨୦୧୮ ମସିହାରେ ଓଡ଼ିଶା ଏହି ତାଲିକାରେ ରହିବାର ସୁଯୋଗ ପାଇଥିଲା।ଏହି ବର୍ଷ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାର ତରଭା ପୋଲିସ ଷ୍ଟେସନ ଦେଶର ଟପ୍ ୧୦ ପୋଲିସ ଷ୍ଟେସନରେ ସ୍ଥାନ ପାଇଥିଲା। ଗତବର୍ଷ ମଧ୍ୟ ଓଡ଼ିଶାର ସ୍ଥାନ ନଥିଲା ଏହି ତାଲିକାରେ।
ସେହିପରି ଆମ ଦେଶର ସମୁଦାୟ ୧୬,୬୭୧ ପୋଲିସ ଷ୍ଟେସନ୍ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଡାଟା ଆନାଲିସିସ୍ ଡାଇରେକ୍ଟ ଅବ୍ଜରଭେସନ୍ ଓ ପବ୍ଲିକ୍ ଫିଡ୍ବେକ୍ ଅନ୍ତର୍ଗତ ଥିବା ଟପ୍ ୧୦ ଟି ପୋଲିସ ଷ୍ଟେସନ ଗୁଡ଼ିକର ଚୟନ କରା ଯାଇଛି। ଯାହାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଏବଂ ସ୍ଥାନ ପାଇଥିବା ପୋଲିସ୍ ଷ୍ଟେସନ ଗୁଡ଼ିକର ନାମ ପ୍ରକାଶ କରା ଯାଇଛି।ତେବେ ଆଗକୁ ଓଡ଼ିଶା ପୁଣି ଏହି ତାଲିକାରେ ନିଜକୁ ରଖିବାକୁ ପ୍ରୟାସ କରୁଛି ବୋଲି କୁହା ଯାଇପାରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।