କେବଳ ଏହି ତିନୋଟି ଜିନିଷର ଦାନ ଦ୍ୱାରା ଦୂରେଇ ଯାଇଥାଏ ଆର୍ଥିକ ସମସ୍ୟା , ଏବଂ ହୋଇଥାଏ ଧନ ଲାଭର ଯୋଗ , ନିଶ୍ଚିତ ଭାବରେ ଜାଣି ରଖନ୍ତୁ
ସମାଜରେ ରହିବା ପାଇଁ ଲୋକଙ୍କୁ ଏହା ଆବଶ୍ୟକ ନୁହେଁ ଯେ ସବୁବେଳେ ସବୁ ସମୟରେ ବୁଝାମଣା କରି ଚଳିବା ଉଚିତ । ଯେହେତୁ ଦୁନିଆରେ ଭିନ୍ନ ଭିନ୍ନ ଚରିତ୍ରର ଲୋକ ଅଛନ୍ତି ତେଣୁଲୋକଙ୍କ ସହିତ ଖାପ ଖୁଆଇ ଚଳିବା ଖୁବ କଷ୍ଟକର ହୋଇପଡ଼େ । ଏହି କାରଣରୁ ଲୋକେ ସବୁବେଳେ ମାନସିକ ଦୁଶ୍ଚିନ୍ତା ଏବଂ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯାହାର କାରଣ ଅନେକ କିଛି ହୋଇପାରେ ।
ତେବେ ଆଜିକାଲିକା ଆଧୁନିକ ସମାଜରେ ଆପଣ ମାନେ ନିଶ୍ଚିତ ଭାବରେ ଜାଣି ପାରୁଥିବେ ଯେ ଅଧିକାଂଶ ଲୋକଙ୍କ ପରିବାର ରେ କଳହ କିମ୍ବା ଆର୍ଥିକ ସମସ୍ୟା ରହିଥାଏ । ଯେଉଁଠାରୁ ସେ ଚାହିଁଲେ ବି ସୁଦ୍ଧା ବାହାରି ପାରି ନଥାଏ ।
ଲୋକେ ଏହି କାରଣରୁ ମାନସିକ ଚାପ , ପାରିବାରିକ ବିଶୃଙ୍ଖଳା ର ସମ୍ମୁଖୀନ ହୁଅନ୍ତି । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହି ସବୁ ସମସ୍ୟାରୁ ବର୍ତ୍ତିବା ପାଇଁ କଣ କରିବାକୁ ପଡ଼ିବ ସେହି ବିଷୟରେ କହିବୁ । ତେଣୁ ଏହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।
ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଶନି ଦେବ ଜଣେ ଏପରି ଦେବତା ଅଟନ୍ତି ଯିଏ କି ସବୁଠାରୁ ପରାକ୍ରମୀ ଦେବତା ହୋଇଥାନ୍ତି ଏବଂ ଖୁବଶୀଘ୍ର ନିଜର ଭକ୍ତ ଙ୍କ ଉପରେ ପ୍ରସନ୍ନ ହୋଇ ଯାଆନ୍ତି । ତେଣୁ ତାଙ୍କ ପୂଜା ପାଠ ଏବଂ ଆରାଧନା କରିବା ବେଳେ କିଛି ନିୟମ ନିଷ୍ଠା ର ପାଳନ କରିବାକୁ ପଡ଼ିଥାଏ । ଯଦି ସେଥିରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇଥାଏ ତେବେ ଶନି ଦେବ ଅଭିଶାପ ମଧ୍ୟ ଦେଇ ପାରନ୍ତି ।
କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ତିନୋଟି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଆପଣ ଶନିଦେବ ଙ୍କ ପୂଜା ସମୟରେ କରିବେ ତେବେ ଆପଣଙ୍କର ମାନସିକ ଚିନ୍ତା , ଆର୍ଥିକ ସମସ୍ୟା ଆଦି ସମସ୍ତ ସମସ୍ୟା ଦୂରେଇ ଯିବ ।
୧ . ଆପଣ ଶନି ଦେବଙ୍କ ପୂଜା କରିବା ଦିନ ସୋରିଷ ତେଲ ଦାନ କରନ୍ତୁ । ଏପରି କରିବା ଦ୍ୱାରା ଶନି ଦେବ ଖୁବଶୀଘ୍ର ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଘରୋଇ ସମସ୍ୟା ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ ।
୨ . ଶନିବାର ଦିନ କାଉ କୁ ଖାଦ୍ୟ ଦେବା ଉଚିତ । କାଉ ଶନି ଦେବେଙ୍କର ବାହନ ହୋଇଥିବା କାରଣରୁ ଯଦି ଆପଣ କାଉ କୁ ଖାଦ୍ୟ ଦେଇ ପ୍ରସନ୍ନ କରନ୍ତି ତେବେ ଶନି ଦେବ ମଧ୍ୟ ସହଜରେ ପ୍ରସନ୍ନ ହୋଇ ଯାଆନ୍ତି । ଏହାଦ୍ବାରା ଘରର ଆର୍ଥିକ ସମସ୍ୟା ଏବଂ ପାରିବାରିକ ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ ।
୩ . ଶନିବାର ଦିନ ଲୁଆ ଜିନିଷ କିଣିବା କିମ୍ବା ବିକିବା ଦ୍ୱାରା ଶନି ଦେବ ନିଜ ଭକ୍ତଙ୍କ ଉପରେ ଖୁବଶୀଘ୍ର ଯାଆନ୍ତି । ଏପରି କରିବା ଦ୍ୱାରା ମାନସିକ ଚାପ , ଏବଂ ସବୁ ପ୍ରକାରର ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ । ଆର୍ଥିକ ସମସ୍ୟାରେ ମଧ୍ୟ ସୁଧାର ଆସିଥାଏ । ତେଣୁ ପ୍ରତି ଶନିବାର ଲୁହା କିଣିବା କିମ୍ବା ବିକିବା ଉଚିତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।