କେଉଁ ଠାକୁରଙ୍କୁ କେଉଁ ଫୁଲରେ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୁଏ,ସୂର୍ଯ୍ୟଙ୍କୁ କେଉଁ ଫୁଲ ଅର୍ପଣ କରିବେ#
କେଉଁ ଭଗବାନଙ୍କୁ କେଉଁ ଫୁଲ ଚଢ଼େଇବା ଉଚିତ୍। ସୂର୍ଯ୍ୟ ନାରାୟଣ ଙ୍କୁ କେଉଁ ଫୁଲ ଅର୍ପଣ କଲେ ସବୁ ଇଛା ପୁରଣ ହୋଇଥାଏ ଆମେ ଯେତେବେଳେ ସ୍ନାନ ଆଦି କର୍ମ କରି ଭଗବାନଙ୍କୁ ପୁଜା କରିବା ପାଇଁ ଯାଉଛେ ମନେ ରଖିବା ଦରକାର ସ୍ନାନ ଆଦି କର୍ମ ପରେ ପ୍ରଥମେ ପଞ୍ଚ ଦେବତାଙ୍କ ପୂଜା କରାଯାଇଥାଏ। ସମସ୍ତ ଶୁଭ କାର୍ଯ୍ୟ ରେ ପ୍ରଥମେ ପଞ୍ଚ ଦେବତାଙ୍କୁ ପୂଜା କରାଯାଇଥାଏ।
ମତ୍ସ୍ୟ ପୁରାଣରେ ଭଲ ଭାବରେ ବର୍ଣ୍ଣନା କରାଯାଇଛି ଯେ, ଆଦିତ୍ୟ ଗଣନାଥ ,ଦେବି, ରୁଦ୍ର ଏବଂ କେଶବ ଏହି ପଞ୍ଚ ଦେବତାଙ୍କୁ ପ୍ରଥମେ ଆମେ ପୂଜା କରିବା ଦରକାର। ସ୍ମରଣ କରିବା, ପୂଜା କରିବା ଦରକାର। ତାପରେ ଅନ୍ୟ ଦେବାଦେବୀ ଙ୍କର ପୁଜା କରିବାର ଶାସ୍ତ୍ର ରେ ବିଧି ରହିଅଛି। ତେଣୁ ଶାସ୍ତ୍ର କହିଲେ ଆଦିତ୍ୟ ସୂର୍ଯ୍ୟ, ଗଣେଶ, ମାତା ପାର୍ବତୀ, ଶିବ ଏବଂ କେଶବ ଓ ଭଗବାନ ଶ୍ରିହରି ବିଷ୍ଣୁ ଏହି ପାଞ୍ଚୋଟି ଦେବତାଙ୍କୁ ପ୍ରଥମେ ପୂଜା କରିବା ଦରକାର।
ପ୍ରଥମେ ସ୍ନାନ ଆଦି କର୍ମ ରେ ପଞ୍ଚ ଦେବତାଙ୍କ ଭିତରେ ପ୍ରଥମ ଦେବତା ରହିଲେ ଆଦିତ୍ୟ। ତେଣୁ ସ୍ନାନ ଆଦି କର୍ମ ସାରି ପ୍ରଥମେ ସୂର୍ଯ୍ୟ ନାରାୟଣ ଙ୍କୁ ପୂଜା କରିବାର ବିଧି ରହିଛି। ଯଦି ଆମେ ସୂର୍ଯ୍ୟ ନାରାୟଣ ଙ୍କୁ ପୁଜା କରିବା ଭଗବାନ ସୂର୍ଯ୍ୟ ଙ୍କୁ କେଉଁ ଫୁଲରେ ପୂଜା କରିବା।
ସୂର୍ଯ୍ୟ ନାରାୟଣ ଙ୍କୁ ପୂଜା କରିବା ପାଇଁ ଆପଣଙ୍କ ଭବିଷ୍ୟ ପୁରାଣ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି, ଯଦି ସୂର୍ଯ୍ୟ ଦେବଙ୍କୁ ଗୋଟିଏ ଅରଖ ଫୁଲ ଦେଇ ଆମେ ପୂଜା କରିବା ତାହେଲେ ୧୦ ଟି ସୁବର୍ଣ୍ଣ ଫୁଲର ଫଳ ଆମକୁ ପ୍ରାପ୍ତି ହୋଇଥାଏ। ତେଣୁ ୧୦ ସୁବର୍ଣ୍ଣ ଫୁଲର ଫଳ ସମାନ ଗୋଟିଏ ଅରଖ ଫୁଲ ସହ ସମାନ ହୋଇଥାଏ। ତେଣୁ ଭଗବାନ ସୂର୍ଯ୍ୟ ନାରାୟଣ ଙ୍କୁ ଆପଣ ଅରଖ ଫୁଲରୃ ମଧ୍ୟ ପୂଜା କରି ପାରିବେ।
ଆହୁରି ମଧ୍ୟ ଭବିଷ୍ୟ ପୁରାଣ କହନ୍ତି, ଯଦି ହଜାରେ ରକ୍ତ ମନ୍ଦାର ଫୁଲ ଭଗବାନ ସୂର୍ଯ୍ୟ ଙ୍କୁ ଅର୍ପଣ କରାଯାଏ, ତା ଅପେକ୍ଷା ଗୋଟିଏ କନିଅର ଫୁଲ ଶ୍ରେୟସ୍କର ହୋଇଥାଏ। ହଜାରେ କନିଅର ଫୁଲ ଠାରୁ ବେଲପତ୍ର ଶ୍ରେୟସ୍କର ଅଟେ। ହଜାରେ ବେଲ ପତ୍ର ଠାରୁ ଗୋଟିଏ ପଦ୍ମ ଫୁଲ ଭଗବାନ ସୂର୍ଯ୍ୟ ଙ୍କର ଅତି ପ୍ରିୟ ଅଟେ। ହଜାରେ ପଦ୍ମ ଫୁଲ ଠାରୁ ଗୋଟିଏ ବଉଳ ଫୁଲ ଭଗବାନ ସୂର୍ଯ୍ୟ ଦେବଙ୍କୁ ଅତି ପ୍ରିୟ ଅଟେ। ଏଣୁ ଶାସ୍ତ୍ର କହିଲେ ଭଗବାନ ସୂର୍ଯ୍ୟ ନାରାୟଣ ଙ୍କୁ ଅରଖ, କନିଅର, ରକ୍ତ ମନ୍ଦାର, ପଦ୍ମ, ବେଲ ପତ୍ର, ବଉଳ ଏହି ଫୁଲ ଲାଗି ପାରିବା। ଆହୁରି ମଧ୍ୟ ଶାସ୍ତ୍ର କୁହନ୍ତି, ସୂର୍ୟ ନାରାୟଣ ଙ୍କୁ ମଲ୍ଲୀ, ମାଳତୀ, କାଶତଣ୍ଡି, ମଧୁ ମାଳତି, ଚମ୍ପା, ଜୁଇ ଯାଇ ଏହି ସବୁ ଫୁଲରେ ଆମେ ଭଗବାନ ସୂର୍ଯ୍ୟ ନାରାୟଣ ଙ୍କୁ ପୂଜା କରି ପାରିବା।